ଆଗାମୀ ୫ ଦିନ ଯାଇଁ ଆଭ୍ୟନ୍ତରୀଣ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ

ଓଡିଶା ମଧ୍ୟକୁ ଉତ୍ତର-ପଶ୍ଚିମ ଏବଂ ପଶ୍ଚିମ ଦିଗରୁ, ଗରମ ଏବଂ ଶୁଷ୍କ ବାୟୁ ପ୍ରବାହିତ ହେଉ ଥିବାରୁ ଆଗାମୀ ୫ ଦିନ ଯାଇଁ ଅନୁଗୁଳ, ବୌଦ୍ଧ, ସୋନୁପୁର,ବଲାଙ୍ଗୀର, କଲାହାଣ୍ଡି, ନୂଆପଡା, ବରଗଡ଼ , ଝାରସୁଗୁଡା, ସମ୍ବଲପୁର ଏବଂ ମାଲକାନଗିରି ଜିଲ୍ଲା ଗୁଡିକରେ କିଛି କିଛି ସ୍ଥାନରେ ଗ୍ରୀଷ୍ମ ପ୍ରବାହ ପାଇଁ ୟେଲୋ ଏବଂ ଅରେଞ୍ଜ ୱାର୍ନିଙ୍ଗ ଜାରି କରାଯାଇଛି | ଆସନ୍ତା ୨୬ ତାରିଖ ଯାଇଁ ଏହିସବୁ ଜିଲ୍ଲା ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କରାଯାଇଥିଲା ବେଳେ ୨୬ ତାରିଖ ପରଠାରୁ ୨୮ ତାରିଖ ଯାଇଁ ଅରେଞ୍ଜୱାର୍ନିଙ୍ଗ ଜାରି କରାଯାଇଛି |

୧- ୨୪ ରୁ ୨୬ ତାରିଖ ଯାଏ , ଯଦିଓ ସାଧାରଣ ଲୋକମାନେ ଏହି ଗରମ କୁ ସହ୍ୟ କରିପାରିବେ, କିନ୍ତୁ ବାତ କିମ୍ବା ଶ୍ୱାସ ଥିବା ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଏହା ଅସୁରକ୍ଷିତ | ୨୬ ରୁ ୨୮ ଯାଇଁ ଆପଣଙ୍କୁ ଗରମ ପ୍ରଭାବରୁ ମାନ୍ଦା କିମ୍ବା ଅଳସୁଆ ଲାଗିପାରେ ,ବାତ କିମ୍ବା ଶ୍ୱାସ ଥିବା ବୟସ୍କ ବ୍ୟକ୍ତି ମାନଙ୍କ ପାଇଁ ଏହା ଅଧିକ ଅସୁରକ୍ଷିତ | ସିଧାସଳଖ ସୂର୍ଯ୍ୟ କିରଣ ଠାରୁ ନିଜକୁ ଦୁରେଇ ରଖନ୍ତୁ | ପ୍ରଚୁର ପରିମାଣ ରେ ପାଣି, ଲେମ୍ବୁ ସରବତ , ତୋରାଣି , ଆଖୁରସ ପ୍ରଭୁତି ପିଅନ୍ତୁ | ଦିନ ସମୟରେ ବାହାରକୁ ବାହାରିଲେ ମୁଣ୍ଡରେ ପଗଡି କିମ୍ବା ଗାମୁଛା ବାନ୍ଧନ୍ତୁ |

ଓଡ଼ିଶାର ୧୪ଟି ସହରର ତାପମାତ୍ରା ୪୦ଡିଗ୍ରୀ ଉପରେ | ୪୫.୮ଡିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର | ତାଳଚେର ୪୪.୩, ଭବାନୀପାଟଣା* ୪୪.୦, ବଲାଙ୍ଗିର ୪୪.୦, ମାଲକାନଗିରି ୪୩.୧, ସୋନୁପୁର ୪୩.୦, ଅନୁଗୁଳ ୪୨.୫, ସମ୍ବଲପୁର ୪୨.୨, ପାରଳାଖେମୁଣ୍ଡି ୪୨.୨, ହୀରାକୁଦ ୪୧.୯ ଝାରସୁଗୁଡ଼ା ୪୧.୬, ଫୁଲବାଣୀ ୪୧.୮, ବୌଦ୍ଧ ୪୧.୮ ଡିଗ୍ରୀ, ଏବଂ ସୁନ୍ଦରଗଡ ୪୦.୦ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି |

ବାୟୁମଣ୍ଡଳ ରେ ଚାପ ର ତାରତମ୍ୟ ରହୁଥିବାରୁ ଉପକୂଳ ଓଡିଶା ଏବଂ ତାର ଆଖପାଖ ଅଂଚଳରେ ସମୁଦ୍ରରେ ଘଣ୍ଟା ପ୍ରତି ୪୦ ରୁ ୫୦ କିମି ବେଗ ଯାଇଁ ପବନ ରହିବାର ସମ୍ଭାବନା ରହୁଛି | ସେଥିଲାଗି ମତ୍ସ୍ୟଜୀବୀ ମାନଙ୍କୁ ୨୫ ଏବଂ ୨୬ ତାରିଖ ପାଇଁ ନଯିବାକୁ ବାରଣ କରାଯାଇଛି |

Share

Leave a Reply

Your email address will not be published. Required fields are marked *

14 + 11 =