କାଲି ଗଡିବନି ବସ ଓ ଅଟୋ

ଭୁବନେଶ୍ୱର () କାଲିଠୁ ଉଡିବ ବିମାନ, ଚାଲିବ ଆନ୍ତଃରାଜ୍ୟ ବସ, ଟ୍ୟାକ୍ସି, କ୍ୟାବ, ଅଟୋ । ସ୍ୱାଭାବିକ ହେବ ଜୀବନ ଯାତ୍ରା ଓ ଜୀବନଜୀବିକା । ରାଜ୍ୟ ରାଜ୍ୟ ମଧ୍ୟରେ ସହମତି ଭିତ୍ତିରେ ଚାଲିବ ବସ । ଏସବୁ ଦୃଷ୍ଟିରୁ ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମ ଏବଂ କୋଭିଡ-୧୯ ନିର୍ଦ୍ଦେଶାବଳୀରେ ଆଣିଛନ୍ତି ସଂଶୋଧନ । ଆନ୍ତଃରାଜ୍ୟ ଟେ୍ରନ ଚଳାଚଳକୁ ମଧ୍ୟ ଦିଆଯାଇଛି ଅନୁମତି । ହେଲେ ଅମଙ୍ଗ ହେଉଛନ୍ତି ବସ ଓ ଅଟୋ ମାଲିକ ସଙ୍ଘ ।

କରୋନା ଏକଜିଟ ପ୍ଲାନରେ ରାଜ୍ୟ ସରକାର । ଧିରେ ଧିରେ ଜୀବନଯାତ୍ରା ଓ ଜୀବନଜୀବିକାକୁ ସ୍ୱାଭାବିକ ସ୍ଥିତିକୁ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି । ଏଥିପାଇଁ କୋଭିଡ଼ ନିୟମରେ କରାଯାଇଛି ସଂଶୋଧନ । କାଲିଠାରୁ ବସ, ଅଟୋ, ଟ୍ୟାକ୍ସି ଏବଂ ଓଲା ଓ ଉବେର ପରି କ୍ୟାବ ଚଳାଚଳ ପାଇଁ ମିଳିଛି ଅନୁମତି । ପ୍ରାଇଭେଟ ଓ ସରକାରୀ ଗାଡି ବି ଯାତାୟତ କରିବ । କାଲିଠୁ ବିମାନ ସେବା ଆରମ୍ଭ ହେଉଥିବାରୁ ସନ୍ଧ୍ୟା ୭ଟା ପରେ ଏୟାରପୋର୍ଟ, ବସଷ୍ଟାଣ୍ଡ ଓ ରେଲ ଷ୍ଟେସନରୁ ଚାଲିପାରିବ ଅଟୋ, ଟ୍ୟାକ୍ସି ଓ କ୍ୟାବ । ସିଟି ବସ ଚଳାଚଳକୁ ବି ମିଳିଛି ଅନୁମତି । ରାଜ୍ୟର ବିଭିନ୍ନ ସହରକୁ ମଧ୍ୟ ଯାତ୍ରୀବାହୀ ବସ ଚାଲିବ । ତେବେ ବସରେ ଯେତିକି ସିଟ ରହିଛି ତାଠାରୁ ଅଧିକ ଯାତ୍ରୀ ଯାଇପାରିବେ ନାହିଁ । ପରିବହନ କମିଶନର ଓ ପୋଲିସ ଏନେଇ ନଜର ରଖିବେ । ଅଟୋ, ପ୍ରାଇଭେଟ କାର ଓ କ୍ୟାବରେ ଡ୍ରାଇଭରଙ୍କ ସହ ଆଉ ଦୁଇ ଜଣ ଯାତ୍ରୀ ଯାଇପାରିବେ । ବସ, ଅଟୋ, କାର କିମ୍ବା କାରରେ ଯାତ୍ରା କରୁଥିବା ଯାତ୍ରୀ ମାସ୍କ ବ୍ୟବହାର ବାଧ୍ୟତାମୂଳକ । କରୋନା ଲକ୍ଷଣ ଥିଲେ ଅଟୋ, କାର କି କ୍ୟାବରେ ଯାତ୍ରାର ଅନୁମତି ନାହିଁ । ଆନ୍ତଃରାଜ୍ୟ ଟ୍ରେନ ଚଳାଚଳକୁ ମଧ୍ୟ ଗ୍ରୀନ ସିଗନାଲ ଦିଆଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଅନୁଯାୟୀ ଟେ୍ରନ ଚାଲିବ । ସ୍ୱତନ୍ତ୍ର ରିଲିଫ କମିଶନର ଏହି ସୂଚନା ଦେଇଛନ୍ତି ।

ସେହିଭଳି ବାହାର ରାଜ୍ୟରୁ ଆସୁଥିବା ପ୍ରତେ୍ୟକ ବ୍ୟକ୍ତିଙ୍କ ପାଇଁ ୨୮ ଦିନ ବଦଳରେ୧୪ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ । ଗ୍ରାମାଞ୍ଚଳରେ ୭ ଦିନ ସରକାରୀ କ୍ୱାରେଣ୍ଟାନ ସେଣ୍ଟରରେ ଏବଂ ଆଉ ଦିନ ହୋମ କ୍ୱାରେଣ୍ଟାଇନରେ ରହିବେ । ସହରାଞ୍ଚଳରେ ମଧ୍ୟ ୧୪ ଦିନ ହୋମ କ୍ୱାରେଣ୍ଟାଇନ କିମ୍ବା ଘରେ ସୁବିଧା ନଥିଲେ ସରକାରୀ କିମ୍ବା ପେଡ କ୍ୱାରେଣ୍ଟାଇନରେ ରହିବେ ଫେରନ୍ତା । କ୍ୱାରେଣ୍ଟାଇନରେ ରହୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବେ ସ୍ଥାନୀୟ ପ୍ରଶାସନ । ଯାତାୟତ ବ୍ୟବସ୍ଥା କଟକଣାମୁକ୍ତ ହେଉଥିବାରୁ ଓଡିଶାକୁ ବହୁ ସଂଖ୍ୟାରେ ସରକାରୀ, ବେସରକାରୀ, ବୃତିଧାରୀ ଓ ବ୍ୟବସାୟୀ ଆସିବେ । ସେମାନେ ଓଡିଶାରେ ତିନି ଦିନ ବା ୭୨ ଘଣ୍ଟାରୁ କମ ରହୁଥିଲେ କ୍ୱାରେଣ୍ଟାଇନରେ ରହିବାକୁ ପଡିବନି । ଓଡିଶାରୁ ଅନ୍ୟ ରାଜ୍ୟକୁ ଯାଉଥିବା ବ୍ୟକ୍ତିଙ୍କ କେ୍ଷତ୍ରରେ ମଧ୍ୟ ସମାନ ନିୟମ ।

ତେବେ ବାହାର ରାଜ୍ୟରେ ୧୪ ଦିନ କ୍ୱାରେଣ୍ଟାଇନରେ ରହି ଫେରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ଓଡିଶାରେ କ୍ୱାରେଣ୍ଟାଇନରେ ରହିବାର ଆବଶ୍ୟକତା ନାହିଁ । କିନ୍ତୁ ଏନେଇ ସେମାନଙ୍କୁ ଆବଶ୍ୟକ ପ୍ରମାଣ ପ୍ରଦର୍ଶନ କରିବାକୁ ପଡିବ । ସେପଟେ ବସ ମାଲିକ ସଂଘ କହୁଛି ପୂର୍ବରୁ ଦେଇଥିବା ଦାବି ପୂରଣ ନହେଲା ଯାଏଁ ଗାଡି ଗଡେଇବା ସମ୍ଭବ ନୁହେଁ । ଅଟୋ ମାଲିକ ସଂଘ କହୁଛି, ଦୁଇ ଜଣ ଗ୍ରାହକରେ ଅଟୋ ଚଳାଇବା ସମ୍ଭବ ନୁହେଁ । ତେଣୁ ଭଡା କିଏ ନିଦ୍ର୍ଧାରଣ କରିବ ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Share

Leave a Reply

Your email address will not be published. Required fields are marked *

8 + one =