ବୁଡ଼ିଗଲେ ଦୁଇ ନାବାଳିକା

ପୋଖରୀରେ ଗାଧୋଇବା ବେଳେ ବୁଡ଼ି ଯାଇ ଦୁଇ ନାବାଳିକାଙ୍କ ମୃତ୍ୟୁ ଘଟିଛି ।ଏଭଳି ଦୁଃଖଦ ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଘମାରି ଅଟ୍ରି ଗାଁରେ । ସେମାନେ ହେଲେ ଆଲିଶା ବେହେରା ଓ ଶ୍ରାବଣୀ ବେହେରା। ସେମାନେ ଗୋଟିଏ କୁଟୁମ୍ବର। ଜେଜେମା’ଙ୍କ ସହ ଆଲିଶା ଓ ଶ୍ରାବଣୀ ଗାଁ ପୋଖରୀରକୁ ଆଜି ସକାଳ ପ୍ରାୟ ସାଢ଼େ ଆଠଟା ବେଳେ ଗାଧୋଇବାକୁ ଯାଇଥିଲେ। ଗାଧୋଇଲା ବେଳେ ହଠାତ୍ ସେମାନେ ବୁଡ଼ି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

Share

Leave a Reply

Your email address will not be published. Required fields are marked *

13 + six =