ପହଣ୍ଡିରେ ଜଗନ୍ନାଥଙ୍କ ପାଇଁ ୫୦ ସେବାୟତ

ପୁରୀ() ସ୍ନାନଯାତ୍ରା ପାଇଁ ଦଇତାପତିଙ୍କ ତାଲିକା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ସେବାୟତ ବିନାୟକ ଦାସ ମହାପାତ୍ର । ସେ କହିଛନ୍ତି, ଦଇତାପତିଙ୍କର ଏହା ଗୋଷ୍ଠିଗତ ସେବା । ଏଠି ସର୍ବନିମ୍ନର ପ୍ରଶ୍ନ ନାହିଁ । ପହଣ୍ଡି ପାଇଁ ରହିବେ ୧୫୦ ସେବାୟତ । ଜଗନ୍ନାଥଙ୍କ ପାଇଁ ୫୦ ଜଣ, ସୁଭଦ୍ରାଙ୍କ ପାଇଁ ୨୫ ଜଣ, , ବଳଭଦ୍ରଙ୍କ ପାଇଁ ୫୦ ଜଣ ଓ ସୁଦର୍ଶନଙ୍କ ପାଇଁ ୨୫ ଜଣ ରହିବେ ।

ଶ୍ରୀଜିଉଙ୍କ ସ୍ନାନ ପୂର୍ଣ୍ଣିମାରେ ନିୟୋଜିତ ହେବାକୁ ଥିବା ସବୁ ସେବାୟତଙ୍କର କରୋନା ପରୀକ୍ଷା କରାଯିବ । ସ୍ନାନ ପୂର୍ଣ୍ଣିମା ଆଗରୁ ଗରାବଡୁ ସେବାୟତଙ୍କର କରୋନା ଟେଷ୍ଟ ହେବ । ଆସନ୍ତା ୨୯ ଓ ୩୦ ତାରିଖରେ ସବୁ ଗରାବଡୁ ସେବାୟକଙ୍କ କରୋନା ପରୀକ୍ଷା କରାଯିବ ।

Share

Leave a Reply

Your email address will not be published. Required fields are marked *

13 + 1 =