ସସପେଣ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଲୋକେଶ ରାହୁଲ କାରଣ ଜାଣନ୍ତୁ…

ସସପେଣ୍ଡ ହେଲେ ହାର୍ଦ୍ଦିକ ପାଣ୍ଡ୍ୟା ଓ କେ.ଏଲ ରାହୁଲ । କେବଳ ମ୍ୟାଚ୍ ନୁହେଁ ବରଂ ଯାଞ୍ଚ ପର୍ୟ୍ୟନ୍ତ କ୍ରିକେଟ ଖେଳିପାରିବେ ନାହିଁ ଏହି ଦୁଇ ଖେଳାଳି । ଯେଉଁଥିପାଇଁ ଆସନ୍ତାକାଲି ଠାରୁ ଆରମ୍ଭ ହେଉଥିବା ଅଷ୍ଟ୍ରେଲିଆ ବିପକ୍ଷ ଦିନିକଆ ସିରିଜରୁ ବାଦ୍ ପଡିବେ । ମିଳିଥିବା ସୂଚନା ଅନୁଯାୟୀ, ଏହି ଦୁଇଙ୍କ ବିରୋଧରେ ଯାଞ୍ଚ ଆରମ୍ଭ ହେବ । ତେବେ କିଏ ଏହାର ତଦନ୍ତ କରିବ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ଏସବୁ ବାଦ୍ ସେମାନଙ୍କୁ ଅଷ୍ଟ୍ରେଲିଆରୁ ଭାରତକୁ ଅଣାଯିବ କି ନାହିଁ ସେ ବାବଦରେ ମଧ୍ୟ ତର୍ଜମା ଚାଲିଛି । ଯଦି ଏହି ଦୁହେଁ ସ୍ୱଦେଶ ଫେରି ଆସନ୍ତି ତେବେ ଏମାନଙ୍କ ସ୍ଥାନରେ କାହାକୁ ଅଷ୍ଟ୍ରେଲିଆ ପଠାଯିବ ତାହା ଉପରେ ସମସ୍ତଙ୍କର ଦୃଷ୍ଟି ରହିଛି ।
ଏକ ଘରୋଇ ଚ୍ୟାନେଲର ଟିଭି ସୋ, ‘କଫି ୱିଥ୍ କରନ’ରେ ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଯୁବ କ୍ରିକେଟ୍ ତାରକା ହାର୍ଦ୍ଦିକ ପାଣ୍ଡ୍ୟା ଓ କେଏଲ୍ ରାହୁଲଙ୍କ ପାଇଁ ମହଙ୍ଗା ପଡିଛି । ମହିଳାଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ ଦେଇ ବିବାଦ ଘେରକୁ ଆସିଥିଲେ ପାଣ୍ଡ୍ୟା ଓ ରାହୁଲ । ଯେଉଁଥିପାଇଁ ଏହି ଦୁଇ ତାରକା ଖେଳାଳୀଙ୍କୁ ବିସିସିଆଇ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଥିଲା । ୨୪ ଘଣ୍ଟା ମଧ୍ୟରେ ଉତ୍ତର ରଖିବାକୁ ଏହି ଦୁଇ ଖେଳାଳୀଙ୍କୁ ବିସିସିଆଇ ନିର୍ଦ୍ଦେଶ ଦେଇଥିଲା
କରନ ଜୋହରଙ୍କ ସହ ଏହି ଟକ୍ ସୋ’ରେ ସାମିଲ ହୋଇଥିବା ପାଣ୍ଡ୍ୟାଙ୍କ ଠାରୁ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ପ୍ରଶ୍ନ କରିଥିଲେ କରନ୍ । ଏହି ସମୟରେ ନିଜ ରିଲେସନସିପ୍, ଡେଟିଂ ଓ ମହିଳାଙ୍କ ବିଷୟରେ ଟିପ୍ପଣୀ କରି ପ୍ରଶଂସକଙ୍କୁ ଆଶ୍ଚର୍ୟ୍ୟଚକିତ କରିଦେଇଥିଲେ ସେ । କ୍ଲବକୁ ଗଲେ ମହିଳାଙ୍କ ନାଁ ପଚାରନ୍ତି ନାହିଁ ଏବଂ ଗୋଟିଏ ମ୍ୟାସେଜକୁ ସେ ସବୁ ମହିଳାଙ୍କ ନିକଟକୁ ପଠାନ୍ତି ବୋଲି କହିଥିଲେ ହାର୍ଦ୍ଦିକ । ଏପରିକି ଯେତେବେଳେ ଜଣେ ମହିଳାଙ୍କ ସହ ସେ ଶାରିରୀକ ସମ୍ପର୍କ ରଖିଥିଲେ ସେତେବେଳେ ସେ ଆସି ନିଜ ପରିବାର ସଦସ୍ୟଙ୍କୁ ମଧ୍ୟ ଏକଥା ଜଣାଇଥିଲେ ବୋଲି କହିଥିଲେ ପାଣ୍ଡ୍ୟା । ପରେ ନିଜର ଏହି ଟିପ୍ପଣୀ ପାଇଁ କ୍ଷମା ପ୍ରାର୍ଥନା କରିଥିଲେ ଅଲରାଉଣ୍ଡର ପାଣ୍ଡ୍ୟା ।

Share

Leave a Reply

Your email address will not be published. Required fields are marked *

two + 19 =