ନିଜ ପାଇଁ ନିଜେ ଖୋଳିଲେ କବର

ନିଜର ମୃତ୍ୟୁ ପାଇଁ ୮୦ ବର୍ଷୀୟ ଦଂପତ୍ତି ନିଜର କବର ଖୋଳିଛନ୍ତି । ଏହା ବିଶ୍ୱାସ ନହେଲେ ମଧ୍ୟ ଏକ ସତ୍ୟ ଘଟଣା । ତାହା ପୁଣି ଓଡିଶାର ଗଜପିତ ଜିଲ୍ଲା ରେ ଘଟିଛି । ଏହି ଜିଲ୍ଲା ଅନ୍ତର୍ଗତ ସୌରୀ ଗାଁ ର ୮୦ ବର୍ଷର ବୃଦ୍ଧ ଲକ୍ଷ୍ମଣ ଭୂୟାଁ ନିଜ ପାଇଁ ଏଲବଂ ତାଙ୍କ ପତ୍ନୀଙ୍କ ପାଇଁ ୧.୫ ଲକ୍ଷ ଟଙ୍କା ବ୍ୟୟରେ ଏହି କବର ବା ସମାଧି ଖୋଲିଛନ୍ତି । ସେଥରେ ପୁଣି ମାର୍ବଲ ଲଗାଇଛନ୍ତି । ପ୍ରତିଦିନ ଏହାକୁ ପୋଛା ପୋଛି କରୀ ଯତ୍ନ ନେଉଛନ୍ତି । ସ୍ୱାମି ସ୍ତ୍ରୀ ବୟସର ଶେଷ ପାହାଚରେ ପହଂଚି ସାରିଲେଣି । କିଏ କାହାକୁ ଆଗ ଛାଡି ଦୁନିଆରୁ ବିଦାୟ ନେବ ତାହା ସେମାନେ ଜାଣିନାହାନ୍ତି କିମ୍ବା ଏକ ସଂଗରେ ୨ଜଣ ସଂସାର ଛାଡି ଯିବେ ତାହା ବି ଜାଣିନାହାନ୍ତି ତଥାପି ସେମାନେ ପରସ୍ପରକୁ ଏତେ ଭଲ ପାଉଛନ୍ତି ଯେ ସେମାନେ ନିଜ ପାଇଁ ନିଜେ କବର ସ୍ଥାନ ବା ସମାଧି ପୀଠ ଟିଏ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 + seventeen =