ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି କଲେ ପୁର୍ବତନ ଡିଜିପି

ନବ ଦାସ ହତ୍ୟ ଘଟଣାରେ ସିବସଆଇ ତଦନ୍ତ ନକରି ଅଭିଯୁକ୍ତର ବିହେବବିଆଲ ଆର୍ଟିଚ୍ୟୁଡ ସଂପର୍କରେ ତଦନ୍ତ ପାଇଁ ଆମେରିକାରୁ ଏଫବିଆଇ ତଦନ୍ତକାରୀ ସଂସ୍ଥାକୁ ଅନୁରୋଧ କରିବା କଣ ଆବଶ୍ୟକତା ଅଛି ବୋଲି ଓଡିଶାର ପୁର୍ବତନ ପୋଲିସ ଡିଜି ତଥା ବିଜେପି ନେତା ପ୍ରକାଶ ମିଶ୍ର ପ୍ରଶ୍ନ ଉଠାଇଛନ୍ତି ।
ଆଜି ଏଠାରେ ସାମ୍ବାଦିକ ସମିଳନିରେ କହିଛନ୍ତି ,ଅଭିଯୁକ୍ତ ିନଜେ ଗୁଳି କରି ହତ୍ୟା କରିଛି ମାନି ସାରିଛି ଏବଂ ପୋଲିସ ତାଙ୍କୁ ଆରେଷ୍ଟ କରିଛି । ଏହା ପରେ ତାର ନାର୍କୋ ଟେଷ୍ଟ ମଧ୍ୟ କରାଯାଇଛି ସେଥିରୁ ତାର ହତ୍ୟ ପଛରେ କଣ ଉଦେଶ୍ୟ ଥିଲା ତାହା ମଧ୍ୟ ସ୍ଫଷ୍ଟ ହୋଇସାରିଥିବ ତାକୁ ସାର୍ବଜନୀନ ନକରି ପୁଣି ଆମେରିକାରୁ ଏଫବିଆଇ ସଂସ୍ଥା ଦ୍ୱାରା ହତ୍ୟାର ଉଦେଶ୍ୟ ଓ ତାର ମାନସିକତା ସଂପର୍କରେ ଅନୁସଂଧାନ କରିବା ରହସ୍ୟଜନକ ମନେହେଉଛି । କାରଣ ଏଫବିଆଇ ଏହି ଘଟଣାର ତଦନ୍ତ କରିବା ପାଇଁ ତାର ଏକ୍ସପଟାଇଜ ନାହିଁ । କାରଣ ଫବିଆଇ କେବଳ ନାର୍କେ ଭଳି ହତ୍ୟାର ଉଦେଶ୍ୟ ଓ କାରଣ ସଂପର୍କରେ ଅନୁସଂଧାନ କରିବାର କ୍ଷମତା ରହିଛି ।

ସେ ଅହୁରି କହିଛନ୍ତି ଯେ ଗୋପାଳ ଦାସଙ୍କୁ ଯେତେବେଳେ ଅତି ନିକଟରୁ ଗୁଳି କରାଯାଇଛି ଏବଂ ତାର ଗୁଳି ନବଙ୍କ ହୃତପିଣ୍ଡରେ ବାଜି ବାହାରି ଯାଇଛି । ଏଥରେ ଯେ କୌଣସି ଲୋକ ଗୁଳି ବାଜିବାର ୫,୧୦ ମିନିଟ ପରେ ନିଶ୍ଚିତ ମୃତବରଣ କରିବା କଥା କିନ୍ତୁ ତାଙ୍କୁ କାଇଁକ ଝାରସୁଗୁଡା ହସ୍ପିଟାଲରୁ ଆପଲ ହସ୍ପିଟାଲକୁ ଆଣି ସଂଧ୍ୟ ୭ଟା ପରେ ତଙ୍କର ମୃତୁ ଘୋଷଣା କରିବା ଉଦେଶ୍ୟ କଣ ବୋଲି ସେ ପ୍ରଶ୍ନ କରିଛନ୍ତି । ତାଙ୍କର ପ୍ରକୁତ ରହସ୍ୟକୁ ଲୁଚାଇବା ଭାରତୀୟ ଦଣ୍ଡବିଧ ଆଇନରେ ମସ୍ତବଡ ଅପରାଧ । ଏହି ସବୁ ପରିସ୍ଥିତିରେ ସରକାର କଣ ଓ କାହିଁକି ଲୁଚାଇବାକୁ ଚାହୁଁଛନ୍ତି ତାହା ସ୍ଫଷ୍ଠ ହେଉନାହିଁ ତାହା ସଂଦେହ ସୃଷ୍ଟି କରୁଛିା ଯାହା ଫଳରେ ଏହି ଘଟଣା ସଂଦେହ ସୃଷ୍ଟି କରିଛି ।

ଓଡିଶା ପୋଲିସରେ ଜଣେ ଗୋପାଳ ନୁହେଁ ଏହିପରି ଅନେକ ଗୋପାଳ ଦାସ ବାହାରବେ ବୋଲି ସେ ସତର୍କ କରାଇଛନ୍ତ । ଆଉ କହିଛନ୍ତି ଓଡିଶାର ପୋଲିସ ସଂପୁର୍ଣ୍ଣ ବିଶ୍ରୁଙ୍ଖଳିତ ହୋଇଯାଇଛି । ସବୁଠାରୁ ଆଶ୍ଚର୍ଯ୍ୟ କଥା ଅପରାଧି ଗୁଳି ମାରବା ହତ୍ୟ କରିବା ସ୍ପଷ୍ଟ ହୋଇଥିବାବେଳେ ସେ ଗୁଳିଟି ଏପର୍ଯ୍ୟନ୍ତ କୁଆଡେ ମିଳିନାହିଁ ବୋଲି କୁହାଯାଇଛି ତାହାବି ଆହୁରି ସଂଦେହ ସୃଷ୍ଟି କରିଛି ।
ତେଣୁ ନବ ଦାସ ହତ୍ୟା ଭଳି ଏକ ସମ୍ବେଦନଶୀଳ ହତ୍ୟା ର ସିବିଆଇ ତଦନ୍ତର ଆବଶ୍ୟକତା ରହିଛି ବୋଲି ପ୍ରକାଶ ମିଶ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

2 × 2 =