ଆଜି ୬୫ ସଂକ୍ରମିତଙ୍କ ମୁଣ୍ଡନେଲା ମହାମାରୀ

ଭୁବନେଶ୍ୱର: ଦିନକୁ ଦିନ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି । ରାଜ୍ୟରେ ଗତକାଲି ଦିନକରେ ୬୫ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ୧୪ ଜଣ ପ୍ରାଣ ହରାଇଥିବା ବେଳେ ବରଗଡ, କେନ୍ଦୁଝର ଓ ପୁରୀ ଜିଲାରେ ୬ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ସେହିପରି ଅନୁଗୁଳ ଓ ମୟୁରଭଞ୍ଜରୁ ୫ ଜଣ ଲେଖାଏଁ, ନୟାଗଡ଼ରୁ ୪, ଗଂଜାମ, ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାରୁ ୩ ଜଣ ଲେଖାଏଁ ଏବଂ ବାଲେଶ୍ୱର, ବଲାଙ୍ଗୀର, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡା, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି।

Share

Leave a Reply

Your email address will not be published. Required fields are marked *

five × one =