କୋଭିଡ ସେଣ୍ଟରରେ ପ୍ରେମ, ନାବାଳକ ପ୍ରେମିକ ଅଟକ

ବ୍ରହ୍ମପୁର: କୋଭିଡ୍ ଡ୍ୟୁଟି ବେଳେ ଦୁଇ ଆଟେଣ୍ଡାଣ୍ଟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ । ଡ୍ୟୁଟି ସରିବା ପରେ ଉଭୟେ ଭଡ଼ା ଘରେ ଲିଭ୍ ଇନ୍ ରିଲେସନ୍ରେ ରହିଲେ । ହେଲେ ୮ ମାସ ପରେ ଆରମ୍ଭ ହୋଇଥିଲା ମନୋମାଳିନ୍ୟ । ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ ମହିଳା ଆଟେଣ୍ଡାଣ୍ଟ । ପୁଲିସ ଖୋଳତାଡ଼ କରି ପୁରୁଷ ଆଟେଣ୍ଡାଣ୍ଟଙ୍କୁ ଗିରଫ କରିଥିଲା । କୋର୍ଟଚାଲାଣ ପାଇଁ କାଗଜପତ୍ର ଯାଞ୍ଚ ବେଳେ ସେ ନାବାଳକ ଥିବା ଜଣାପଡ଼ିଛି । ଜଣେ ନାବାଳକକୁ କିପରି ଆଟେଣ୍ଡାଣ୍ଟ ନିଯୁକ୍ତି ଦିଆଯାଇଥିଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ । ଏଥିସହ ଶନିବାର ତାଙ୍କୁ ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ଉପସ୍ଥିତ କରି ସ୍ୱଧାର ଗୃହକୁ ପଠାଇ ଦିଆଯାଇଛି ।

ବ୍ରହ୍ମପୁର ସହରର ଏକ କୋଭିଡ୍ ସେଣ୍ଟରରେ କାମ କରୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ହୋଇଥିଲା । ଭଡ଼ାଘର ନେଇ ଲିଭଇନ ରିଲେସନସିପରେ ରହିଥିଲେ । କେବଳ ଶାରିରୀକ ସମ୍ପର୍କ ରଖିବା ଲାଗି ଯୋଜନା କରୁଥିବା ପ୍ରେମିକ । ପ୍ରେମିକା ଜାଣିବା ପରେ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଥିଲେ । ପୋଲିସ ଅଭିଯୁକ୍ତକୁ ଗିରଫ କରିବା ଲାଗି ଆସିଥିବା ବେଳେ କାଗଜ ପତ୍ର ଯାଞ୍ଚ କରିବା ବେଳେ ଜଣା ପଡିଛି କି ସେ ନାବାଳକ । ତେବେ ସବୁଠାରୁ ବଡ଼ କଥା ହେଉଛି କି, ନାବାଳକକୁ କିଏ ଚାକିରୀ ଦେଲା ।

Share

Leave a Reply

Your email address will not be published. Required fields are marked *

sixteen + nineteen =