ବାତ୍ୟାରେ ଘର ଭାଙ୍ଗିଥିଲେ ମିଳିବ ପକ୍କା ଘର

ଭୁବନେଶ୍ୱର () ବାତ୍ୟା ଫନିରେ ଘରଦ୍ୱାର ହରେଇଥିବା ଲୋକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆଜି ସହାୟତାର ପ୍ୟାକେଜ ଘୋଷଣା କରିଛନ୍ତି । ଘର ଭାଙ୍ଗିଥିବା ପ୍ରତ୍ୟେକ ପରିବାରକୁ ମିଳିବ ପକ୍କା ଘର । ଆଜି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି ।

ବାତ୍ୟାରେ କେତେ ଘର ଭାଙ୍ଗିଛି ଆସନ୍ତା ୧୫ ତାରିଖରୁ ତାହାର ଆକଳନ କାର୍ଯ୍ୟ ଆରମ୍ଭ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବ୍ଲକରେ ସ୍ଥିତି ଅନୁଧ୍ୟାନ ଓ ସହାୟତା ପାଇଁ ଜଣେ ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି କରିବାପାଇଁ ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଘର ଭାଙ୍ଗିଥିବା ହିତାଧିକାରୀମାନଙ୍କୁ ଜୁନ୍‍ ପହିଲାରୁ ଘର ତିଆରି ପାଇଁ କାର୍ଯ୍ୟାଦେଶ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ଘର ହରାଇଥିବା ଜଣେ ହେଲେ ବ୍ୟକ୍ତି ଯେଭଳି ଯୋଜନାରୁ ବାଦ୍‍ ନପଡନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ବାତ୍ୟା ୫ଲକ୍ଷରୁ ଅଧିକ ଘର ଭାଙ୍ଗିଥିବା ବର୍ତ୍ତମାନ ସୁଦ୍ଧା ସରକାର ଆକଳନ କରିଥିବାବେଳେ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ଘର ପାଇଁ ୯୫,୧୦୦ ଟଙ୍କାର ସହାୟତା ମିଳିବ ବୋଲି କୁହାଯାଇଛି । ଏଥିପାଇଁ ଘର ହରାଇଥିବା ବ୍ୟକ୍ତିମାନଙ୍କୁ ନିକଟସ୍ଥ ଆର.ଆଇ କିମ୍ବା ତହସିଲଦାର ଯୋଗାଯୋଗ କରିବେ ବୋଲି କୁହାଯାଇଛି ।

Share

Leave a Reply

Your email address will not be published. Required fields are marked *

three × 3 =