କେନ୍ଦୁଝରରେ ପ୍ରତିଷ୍ଠା ହେବ କିସ୍ ଶାଖା

କେନ୍ଦୁଝର () କେନ୍ଦୁଝର ଜିଲ୍ଲାରେ ଖୁବ୍ ଶୀଘ୍ର କିସ୍ର ଏକ ଶାଖା ଖୋଲିବାକୁ ଯାଉଛି । ଏହି ଘୋଷଣା କରିଛନ୍ତି କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ । ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ କିସ୍ ଶାଖାର ନିର୍ମାଣ କାମ ଆରମ୍ଭ ହୋଇଛି । ବର୍ଷକ ମଧ୍ୟରେ ଏହା ସମ୍ପୂର୍ଣ୍ଣ ହେବ ବୋଲି ଡ. ସାମନ୍ତ ସୂଚନା ଦେଇଛନ୍ତି ।

କେନ୍ଦୁଝର ଗସ୍ତରେ ଆସିଥିବା ବେଳେ ଡ. ସାମନ୍ତ ବିଭିନ୍ନ ଆଦିବାସୀ ଅଭିଭାବକଙ୍କ ସହିତ କିସ୍ ଶାଖା ପ୍ରତିଷ୍ଠା ସମ୍ପର୍କରେ ଆଲୋଚନା କରିଥିଲେ । ଏଥିପାଇଁ ସେ ସମସ୍ତଙ୍କ ସହଯୋଗ ମଧ୍ୟ ଲୋଡ଼ିଥିଲେ । ଭୁବନେଶ୍ୱର ସ୍ଥିତି କିସ୍ରେ ୨୭ ହଜାର ଜନଜାତି ଛାତ୍ର ଛାତ୍ରୀ ପାଠ ପଢୁଛନ୍ତି । କେବଳ କେନ୍ଦୁଝର ଜିଲ୍ଲାରୁ ପ୍ରତି ବର୍ଷ ୩୦୦୦ ଛାତ୍ର ଛାତ୍ରୀ ସେଠାକୁ ଯାଇ ଶିକ୍ଷା ଲାଭ କରୁଛନ୍ତି । ତେଣୁ ଏଠାରେ କିସ୍ ଶାଖା ହେଲେ ସେମାନଙ୍କ ପାଇଁ ଅନେକ ସୁବିଧା ହେବ ବୋଲି ମଳୟ ମହାପାତ୍ର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − sixteen =