ଦିଲ୍ଲୀ CGO କମ୍ପ୍ଲେକ୍ସରେ ଅଗ୍ନିକାଣ୍ଡ, ଜଣେ ମୃତ

ଦିଲ୍ଲୀ ସ୍ଥିତ ପଣ୍ଡିତ ଦୀନଦୟାଲ ଅନ୍ତ୍ୟୋଦୟ ଭବନରେ ନିଆଁ ଲାଗି ଜଣଙ୍କ ମୃତ୍ୟୁ ଘଟିଛି। ସରକାରଙ୍କ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗର ଅଫିସ୍ ଚାଲିଥିବା ଏହି କୋଠାରେ ଆଜି ସକାଳେ ନିଆଁ ଲାଗି ଯାଇଥିଲା।
ସକାଳ ପ୍ରାୟ ସାଢ଼େ ୮ଟା ବେଳେ ଅଗ୍ନିଶମ ବିଭାଗକୁ ଏନେଇ ସୂଚନା ଦିଆଯାଇଥିଲା। ଘଟଣାସ୍ଥଳରେ ୨୫ଟି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ନିଆଁ ପ୍ରଥମେ ପଞ୍ଚମ ମହଲାରେ ଲାଗିଥିଲା। ପରେ ଏହା ଅନ୍ୟ ମହଲାଗୁଡ଼ିକୁ ବ୍ୟାପୀ ଯାଇଥିଲା। ଏ ଘଟଣାରେ ଜଣେ ସୁରକ୍ଷା ଅଧିକାରୀଙ୍କ ମୃତ୍ୟୁ ଘଟିଛି। ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟାନ୍ୟ କ୍ଷୟକ୍ଷତି ସଂପର୍କରେ ସବିଶେଷ ସୂଚନା ମିଳିନାହିଁ।

ଏହି କୋଠାରେ ଭାରତ ସରକାରଙ୍କ ଜଳ ଓ ପରିମଳ ମନ୍ତ୍ରାଳୟ, ଜଙ୍ଗଲ ମନ୍ତ୍ରାଳୟ ଓ ଏନ୍ଡିଆର୍ଏଫ୍ର କାର୍ୟ୍ୟାଳୟ ରହିଛି। ଏହା ସହିତ ଏଠାରେ ବାୟୁସେନାର ଏକ ଶାଖା କାର୍ୟ୍ୟାଳୟ ମଧ୍ୟ ରହିଛି।

Share

Leave a Reply

Your email address will not be published. Required fields are marked *

two × 4 =