ଫାଇନାନ୍ସିଆଲ୍ ଇନ୍କ୍ଲୁଜନ୍ ଆଣ୍ଡ ସ୍କିଲ ଡେଭଲପ୍ମେଣ୍ଟରେ ପ୍ରଥମ ଗଜପତି

ପୁଣି ଗଜପତି ଜିଲ୍ଲାକୁ ସଫଳତା। ସମଗ୍ର ଦେଶରେ ୧୧୫ଟି ଅନୁନ୍ନତ ଜିଲ୍ଲାର ବିକାଶ ଧାରାକୁ ବୃଦ୍ଧି କରିବା ଉଦ୍ଦେଶ୍ୟରେ ନୀତି ଆୟୋଗ ଡେଲ୍ଟା ର୍ୟାକିଙ୍ଗ ମାଧ୍ୟମରେ ବିଭିନ୍ନ କ୍ଷେତ୍ରରେ ବିକାଶ ଧାରାକୁ ନେଇ ପୁରସ୍କୃତ କରାଯିବ। ୨୦୧୮ ନଭେମ୍ବର ଡିସେମ୍ବର ମଙ୍କସର ଡେଲ୍ଟା ର୍ୟାକିଙ୍ଗ୍ରେ ଓଡିଶାର ଗଜପତି ଜିଲ୍ଲା ଫାଇନାନ୍ସିଆଲ୍ ଇନ୍କ୍ଲୁଜନ୍ ଆଣ୍ଡ ସ୍କିଲ ଡେଭଲପ୍ମେଣ୍ଟରେ ପ୍ରଥମ ହୋଇଛି। ନୀତି ଆୟୋଗ ପକ୍ଷରୁ ନୂଆଦିଲ୍ଲୀ ସ୍ଥିତ ଏସ୍ଡିଜି ସମ୍ମିଳନୀ କକ୍ଷରେ ଗଜପତି ଜିଲ୍ଲାକୁ ମଧ୍ୟାହ୍ନରେ ପୁରସ୍କୃତ କରାଯିବ। ପୂର୍ବରୁ ଜଳସେଚନ କ୍ଷେତ୍ରରେ ଗଜପତି ଜିଲ୍ଲା ନୀତି ଆୟୋଗ ପକ୍ଷରୁ ପୁରସ୍କୃତ ହୋଇଥିଲା।

Share

Leave a Reply

Your email address will not be published. Required fields are marked *

two + 11 =