ଶ୍ରୀବଳଦେବଜୀଉଙ୍କୁ କୃତଜ୍ଞତା ସହ 2କୋଟିର ପ୍ରକଳ୍ପ ଘୋଷଣା

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କେନ୍ଦ୍ରାପଡାର ଶ୍ରୀବଦଳଦେବଜୀଉଙ୍କ ଦର୍ଶନ କରିବା ସହ ମନ୍ଦିର ଓ ଏହାର ପାରିପାର୍ଶ୍ବିକ ବିକାଶ ପାଇଁ 2 କୋଟି ଟଙ୍କାର ପ୍ରକଳ୍ପ ଘୋଷଣା କରିଛନ୍ତି । ଠାକୁରଙ୍କ ଝୁଲଣ ମଣ୍ଡପର ପୁନରୁଦ୍ଧାର, ସାଆନ୍ତ ସାହି ଠାରେ ଶ୍ରୀ ବଳଦେବଜୀଉଙ୍କ କଲ୍ୟାଣ ମଣ୍ଡଳ ନିର୍ମାଣ, ମନ୍ଦିର ଉତ୍ତର ପାର୍ଶ୍ବରେ ପ୍ରାଚୀର ନିର୍ମାଣ, ବିବାହ ମଣ୍ଡପ ନିକଟରେ ଶୌଚାଳୟ ନିର୍ମାଣ ଏବଂ ଗଭୀର ନଳକୂଓ ପାଣିଟାଙ୍କି ଜରିଆରେ 24 ଘଣ୍ଟିଆ ଜଳଯୋଗାଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ଗତ ସାଧାରଣ ନିର୍ବାଚନ ପରେ ଏହା କେନ୍ଦ୍ରାପଡାକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ । ଏଥର କେନ୍ଦ୍ରାପଡା ଲୋକସଭା ଆସନ ମୁଖ୍ୟମନ୍ତ୍ରୀ ଓ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ଥିଲା । ନିର୍ବାଚନ ସମୟରେ ନବୀନ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି କେନ୍ଦ୍ରାପଡାରେ ପ୍ରଚାର ଅଭିଯାନ ଆରମ୍ଭ କରିଥିଲେ । ସେଠାରେ ରାତ୍ରୀ ଯାପନ କରି ପ୍ରଚାର କରିବା ସହ ଏଣିକି କେନ୍ଦ୍ରାପଡା ବିକାଶର ଉତ୍ତରଦାୟିତ୍ବ ସେ ନିଜେ ନେଇଥିଲେ । ତେଣୁ ନିର୍ବାଚନରେ କେବଳ କେନ୍ଦ୍ରାପଡା ଲୋକସଭା ଆସନ ନୁହେଁ, କେନ୍ଦ୍ରାପଡା ଲୋକସଭା ଅନ୍ତର୍ଗତ ସବୁ ବିଧାନସଭା ଆସନ ଦଖଲ କରିଥିବାରୁ ଶ୍ରୀବଦଳଦେବଜୀଉଙ୍କୁ ଆଜି ଦେବସ୍ନାନ ପୂର୍ଣ୍ଣିମା ଭଳି ପବିତ୍ର ଦିନରେ ଆର୍ଶୀବାଦ ଭିକ୍ଷା କରି ଧନ୍ୟବାଦ ଜଣାଇଛନ୍ତି ।

ଗତ ନିର୍ବାଚନରେ କେନ୍ଦ୍ରାପଡା ରାଜ୍ୟର ଅନ୍ୟତମ ହାଇପ୍ରୋଫାଇଲ ନିର୍ବାଚନମଣ୍ଡଳୀ ଥିଲା । ଏହା ଉପରେ ସାରା ଦେଶର ଆଖି ଥିଲା । କାରଣ ନିଜେ ପ୍ରଧାନମନ୍ତ୍ରୀ, ଦଳର ରାଷ୍ଟ୍ରୀୟ ସଭାପତି ଓ ବହୁ କେନ୍ଦ୍ରମନ୍ତ୍ରୀ ପ୍ରଚାରକୁ ଆସିଥିଲେ । ବିରୋଧୀଙ୍କ ହାଇପ୍ରୋଫାଇଲ ପ୍ରଚାରକୁ କାଉଣ୍ଟର କରିବାକୁ ନିଜେ ମୁଖ୍ୟମନ୍ତ୍ରୀ କେନ୍ଦ୍ରାପଡାରେ ଦୁଇ ଦିନ ପ୍ରଚାର କରିଥିଲେ । ସେ ସମୟରେ ସେ ବଡଠାକୁରଙ୍କ ବଡ ଭାଇ ଶ୍ରୀବଳଦେଉଜୀଉଙ୍କ ଆଶୀର୍ବାଦ ନେଇ ଲଢେଇ ଆରମ୍ଭ କରିଥିଲେ । ଶ୍ରୀବଳଦେବଜୀଉଙ୍କ ଆଶୀର୍ବାଦରେ ବିଜେଡି ବିରୋଧୀଙ୍କ ସବୁ ରଣନୀତିକୁ ନିସ୍ଫଳ କରି ବିଜୟୀ ହୋଇଥିଲା । ତେଣୁ ସ୍ନାନମଣ୍ଡପରେ ଶ୍ରୀବଳଦେବଜୀଉଙ୍କ ଦର୍ଶନ କରି ଭୁବନେଶ୍ବର ଫେରିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 2 =