ଡିଆରଡିଓକୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର() ଡିଫେନ୍ସ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ଅର୍ଗାନାଇଜେସନ୍ (ଡିଆରଡିଓ)କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (SANT))ର ସଫଳ ଉତକ୍ଷେପଣ ଲାଗି ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ୱିଟ୍ ଯୋଗେ ଡିଆରଡିଓକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ସୂଚନା ଯୋଗ୍ୟ ଯେ, ଓଡ଼ିଶ ସମୁଦ୍ର ଉପକୂଳରୁ ଷ୍ଟାଣ୍ଡ ଅଫ୍ ଆଣ୍ଟି ଟ୍ୟାଙ୍କ ମିସାଇଲ (SANT)ର ଉତକ୍ଷେପଣ କରାଯାଇଥିଲା । ଆକାଶରୁ ସ୍ଥଳଭାଗକୁ ଲକ୍ଷ୍ୟଭେଦ୍ କରିଛି ସାଣ୍ଟ । ଏହାକୁ ଯୁଦ୍ଧବିମାନରୁ ଉତକ୍ଷେପଣ କରାଯିବା ପରେ ଲକ୍ଷ୍ୟଭେଦ କରିଥିଲା । ସାଣ୍ଟର ଲକ୍ଷ୍ୟଭେଦ କ୍ଷମତା ୧୫ରୁ ୨୦ କିଲୋମିଟ ରହିଥିବା ବେଳେ ଏହାର ଓଜନ ୪୩ କିଲୋଗ୍ରାମ । ୧.୮୫ ମିଟର ଲମ୍ବର ସାଣ୍ଟରେ ୮ କେଜି ପର୍ୟ୍ୟନ୍ତ୍ର ଯୁଦ୍ଧାସ୍ତ୍ର ବ୍ୟବହାର କରାଯାଇ ପାରିବ ।

Share

Leave a Reply

Your email address will not be published. Required fields are marked *

20 + thirteen =