ଓଡିଶାରେ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ

ଭୁବନେଶ୍ବର () ଓଡିଶାରେ ଏକ ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ ଏକାଡେମୀ ହେବ  । ଏଥିପାଇଁ ଆଜି ରାଜ୍ୟ ସରକାର ପୁଲେଲା ଗୋପିଚାନ୍ଦ ବ୍ୟାଡମିଣ୍ଟନ ଫାଉଣ୍ଡେସନ ସହ ଏକ ଚୁକ୍ତିନାମା କରିଛନ୍ତି  । ରାଜ୍ୟରେ ବ୍ୟାଡମିଣ୍ଟନ ପ୍ରତି ଆଗ୍ରହ ରଖୁଥିବା ଛାତ୍ରଛାତ୍ରୀଙ୍କୁ ଗୋପିଚାନ୍ଦ ଫାଉଣ୍ଡେସନ ଆବଶ୍ୟକ ବୈଷୟିକ ସହାୟତା ଓ ତାଲିମ ପ୍ରଦାନରେ ସହଯୋଗ କରିବ  । କ୍ରିଡା ସଚିବ ବିଶାଲ ଦେବ ଏବଂ ପଦ୍ମଭୂଷଣ ପୁଲେଲା ଗୋପିଚାନ୍ଦଙ୍କ ମଧ୍ୟରେ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି  ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ଓଡିଶା କ୍ରିଡା କ୍ଷେତ୍ରରେ ଅଲମ୍ପିକ ମେଡାଲ ଜିତିବାକୁ ଆଶା ରଖିଛି  । ଓଡିଶାର ଏହି ସ୍ବପ୍ନକୁ ସାକାର କରିବାରେ ଗୋପିଚାନ୍ଦଙ୍କ ବ୍ୟତିତ ଦ୍ବିତୀୟ କୌଣସି ଚଏସ ନାହିଁ  । ସେ ଜାତୀୟ ଓ ଆନ୍ତର୍ଜାତିକ ସ୍ତରର ବହୁ ବ୍ୟାଡମିଣ୍ଟନ ଖେଳାଳିଙ୍କୁ ତାଲିମ ଦେଇଛନ୍ତି ଯେଉଁମାନେ ଦେଶ ପାଇଁ ଗୌରବ ଆଣିଦେଇଛନ୍ତି  । ବିଶ୍ବସ୍ତରୀୟ ବ୍ୟାଡମିଣ୍ଟନ ତାଲିମ ସୁବିଧା ବିଶ୍ବ ସ୍ତରୀୟ ବ୍ୟାଡମିଣ୍ଟନ ଖେଳାଳି ସୃଷ୍ଟି କରିବ  ।

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏସିଆନ ଦୌଡକୁଦ ଚମ୍ପିଆନସିପ ସଂପର୍କରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟ ସରକାର ମାତ୍ର 90 ଦିନ ମଧ୍ୟରେ ଏହି ମେଗା ଇଭେଣ୍ଟର ଆୟୋଜନ କରିଥିଲେ । ଏଥିରେ 42ଟି ଦେଶର ହଜାରେରୁ ଅଧିକ କ୍ରିଡାବିତ ଭାଗ ନେଇଥିଲେ  । ଏହି କ୍ରିଡାର ଆୟୋଜନର ଓଡିଶାର ନେତୃତ୍ବ ଦକ୍ଷତା ପ୍ରତିପାଦିତ କରିଛି ଏବଂ ଭୁବନେଶ୍ବର ଆଗାମୀ ଦିନରେ ଦେଶର କ୍ରିଡା ରାଜଧାନୀ ହେବାକୁ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

କ୍ରିଡା କ୍ଷେତ୍ରରେ ରାଜ୍ୟ ସରକାର ପ୍ରଦାନ କରୁଥିବା ସହାୟତା ନେଇ ଗୋପିଚାନ୍ଦ ଖୁସି ପ୍ରକାଶ କରିଥିଲେ  । ଏସିଆନ ଦୌଡକୁଦ ପ୍ରତିଯୋଗିତା ଆୟୋଜନ ଏବଂ ଭାରତୀୟ ହକି ଟିମକୁ ସ୍ପନସର କରି ରାଜ୍ୟ ସରକାର ଏକ ଦୂରଦୃଷ୍ଟି ସମ୍ପନ୍ନ ସରକାର ବୋଲି ପ୍ରମାଣିତ କରିଛନ୍ତି  ।

Share

Leave a Reply

Your email address will not be published. Required fields are marked *

three × 1 =