ଆଜି ଆଉ ୩୩୮୪ ପଜିଟିଭ, ଖୋର୍ଦ୍ଧାରୁ ସର୍ବାଧିକ ୫୮୭

ଭୁବନେଶ୍ୱର()  ରାଜ୍ୟରେ ଆଜି ରେକର୍ଡ ସଂଖ୍ୟକ ୩୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୨୧୨୮ ଜଣ ଓ ସ୍ଥାନୀୟ ଅଞ୍ଚଳରୁ ୧୨୫୬ ଜଣ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୦ ହଜାର ୯୮୬ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୫୮୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଅନୁଗୁଳରୁ ୧୩, ବାଲେଶ୍ୱରରୁ ୧୧୯, ବରଗଡରୁ ୧୫୭, ଭଦ୍ରକରୁ ୮୨, ବଲାଙ୍ଗୀରୁ ୯୯, ବୌଦ୍ଧରୁ ୫, କଟକରୁ ୪୯୨, ଦେଓଗଡରୁ ୬, ଢେଙ୍କାନାଳରୁ ୬୦, ଗଜପତିରୁ ୯, ଗଞ୍ଜାମରୁ ୧୭୭, ଜଗତସିଂହପୁରରୁ ୪୩, ଯାଜପୁରରୁ ୧୭୬, ଝାରସୁଗୁଡାରୁ ୯୪, କଳାହାଣ୍ଡିରୁ ୨୭, କନ୍ଧମାଳରୁ ୫୮, କେନ୍ଦ୍ରପଡାରୁ ୭୬, କେନ୍ଦୁଝରରୁ ୬୩, କୋରାପୁଟରୁ ୮୯, ମାଲାକାନଗିରିରୁ ୪୪, ମୟୂରଭଞ୍ଜରୁ ୧୭୭, ନବରଙ୍ଗପୁରରୁ ୩୧, ନୟାଗଡରୁ ୭୬, ନୂଆପଡାରୁ ୧୯, ପୁରୀରୁ ୧୨୧, ରାୟଗଡାରୁ ୧୫୪, ସମ୍ବଲପୁରରୁ ୧୮୨, ସୋନପୁରରୁ ୩୭ ଓ ସୁନ୍ଦରଗଡରୁ ୧୦୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

three + 4 =