ମିଶନ ଶକ୍ତିର ମା ମାନେ ରାଜ୍ୟ ବିକାଶର ସାରଥି

ଆବାସ ମିଶନରେ ବାସଗୃହ ବଣ୍ଟନର ଶୁଭାରମ୍ଭ

ଭୁବନେଶ୍ବର () ଗରିବ ଲୋକଙ୍କ ଖୁସି ମୋର ସବୁଠାରୁ ବଡ ସନ୍ତୋଷ । ଆଜି ଭୁବନେଶ୍ବର ଜନତା ମୈଦାନରେ ଆୟୋଜିତ ଏକ ବିରାଟ ଜନସମାବେଶକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ଏହା କହିଛନ୍ତି । ସେ କହିଛନ୍ତି ଯେ, ଗରିବ ଲୋକଙ୍କ କଲ୍ୟାଣ ତାଙ୍କ ସରକାରର ପ୍ରାଥମିକତା । ସେ ସବୁବେଳେ ଗରିବ ଲୋକଙ୍କ ସାଥିରେ ଅଛନ୍ତି ଏବଂ ତାଙ୍କ ସ୍ବାର୍ଥର ସୁରକ୍ଷା ପାଇଁ କାମ କରିଚାଲିବେ ।

ମିଶନ ଶକ୍ତିର ମା ମାନେ ରାଜ୍ୟର ବିକାଶର ସାରଥି ବୋଲି ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ସରକାର ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି । 2015ରେ ମିଶନ ଶକ୍ତିର ମା ମାନଙ୍କୁ ଏକ ପ୍ରତିଶତ ସୁଧରେ ଋଣ ଦିଆଯାଉଥିଲା । ବର୍ତ୍ତମାନ ଶୂନ ପ୍ରତିଶତ ସୁଧରେ ଋଣ ଦିଆଯାଉଛି । ସେହିଭଳି ସହରରେ ରହୁଥିବା ବସ୍ତିବାସିନ୍ଦାଙ୍କ ପାଇଁ ତାଙ୍କ ସରକାର ଆରମ୍ଭ କରିଥିବା ଜାଗା ମିଶନ ସାରା ଦେଶରେ ପ୍ରଥମ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର ମହାନଗର ନିଗମ ଅଂଚଳରେ ରହୁଥିବା 10ହଜାର ବସ୍ତିବାସିନ୍ଦାଙ୍କ ପାଇଁ ଆବାସ ମିଶନ ଯୋଜନାରେ ବାସଗୃହ ଆବଣ୍ଟନର ଶୁଭାରମ୍ଭ କରିଛନ୍ତି । ଗରିବ ଲୋକ, ମହିଳା, ଚାଷୀ ସମସ୍ତଙ୍କ ସୁଖ ଦୁଃଖରେ ସେ ରହିଛନ୍ତି, ସେମାନଙ୍କ ପାଇଁ କାମ କରୁଛନ୍ତି ଏବଂ କରିଚାଲିବେ ବୋଲି ସେ କହିଛନ୍ତି । ଏଥିସହିତ ମୁଖ୍ୟମନ୍ତ୍ରୀ ଭୁବନେଶ୍ବର କେନ୍ଦ୍ର, ଭୁବନେଶ୍ବର ଉତ୍ତର ଓ ଏକାମ୍ର ଭୁବନେଶ୍ବର ନିର୍ବାଚନମଣ୍ଡଳୀର ବିଭିନ୍ନ ଅଞ୍ଚଳ ପାଇଁ ରାସ୍ତାଘାଟ, ବିଜୁଳି ଓ ଡ୍ରେନେଜ ପ୍ରକଳ୍ପ ଆଦି ଭିତ୍ତିଭୂମୀ ବିକାଶ କାର୍ଯ୍ୟକ୍ରମର ଶିଳାନ୍ୟାସ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × five =