ବିଜୟଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀଙ୍କ ଗଭୀର ଶୋକ ପ୍ରକାଶ

କଟକ()ଓଡ଼ିଶାର ପ୍ରସିଦ୍ଧ ନାଟ୍ୟକାର ବିଜୟ ମିଶ୍ରଙ୍କ ଆଜି ପରଲୋକ ଘଟିଛି । ରାଜଧାନୀ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ନର୍ସିଂହୋମରେ ୮୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ବିଜୟଙ୍କ ଦେହାନ୍ତରେ ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ତେବେ ୧୯୩୬ ମସିହା ଜୁଲାଇ ମାସ ୧୬ରେ ସେ ବାଲେଶ୍ୱର ଜିଲ୍ଲା ନୀଳଗିରିର ସନ୍ତରାଗଡ଼ିଆରେ ଜନ୍ମ ଗ୍ରହଣ କରିଥିଲେ। ସେ ୬୦ଟି ନାଟକ, ୫୫ଟି ଚଳଚ୍ଚିତ୍ର ଓ ୭ଟି ଧାରାବାହିକ ରଚନା କରିଥିଲେ। ବିଜୟଙ୍କ ଦେହାନ୍ତରେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଦୁନିଆରେ ଶୋକର ଛାୟା ଖେଳିଯାଇଛି।<

Share

Leave a Reply

Your email address will not be published. Required fields are marked *

12 − five =