ମୁହଁ ଖୋଲିଲେ ବିଜେପି ଫେରାର ପ୍ରାର୍ଥୀ

ସତ୍ୟବାଦୀ()  ସତ୍ୟବାଦୀ ବିଜେପି ବିଧାୟକ ପ୍ରାର୍ଥୀ ଓମ ପ୍ରକାଶ ମିଶ୍ରଙ୍କ ପାଇଁ ବଢ଼ୁଛି ଅଡୁଆ । ଆତ୍ମସମର୍ପଣ ନକଲେ ତାଙ୍କୁ ପଳାତକ ଘୋଷଣା କରିବ ପୁରୀ ପୋଲିସ । ଏନେଇ ସୂଚନା ଦେଇଛନ୍ତି ପୁରୀ ଏସପି । କହିଛନ୍ତି ଓମ ପ୍ରକାଶଙ୍କ ନାଁରେ ଇଭିଏମ ଭଙ୍ଗାରୁଜା ଓ ପ୍ରିଜାଇଡିଙ୍ଗ୍ ଅଫିସରଙ୍କୁ ମାଡ ମାରିବା ଅଭିଯୋଗରେ ବିଭିନ୍ନ ସଂଙ୍ଗୀନ ଦଫା ଲଗାଯାଇଛି । ତାଙ୍କୁ ପୋଲିସ ଧରିବା ପାଇଁ ଅପରେସନ ଜାରି ରଖିଛି ପୋଲିସ ।

ଅନ୍ୟପଟେ ଫେରାର ହୋଇଥିବା ବିଜେପି ପ୍ରାର୍ଥୀ ଆଜି ମୁହଁ ଖୋଲିଛନ୍ତି । ଏକ ଭିଡିଓ ବାର୍ତ୍ତା ଜରିଆରେ ଇଭିଏମ୍ ଭଙ୍ଗା ଘଟଣା ନେଇ ମୁହଁ ଖୋଲିଛନ୍ତି ବିଜେପି ପ୍ରାର୍ଥୀ । ଓମ ପ୍ରକାଶ ଏହି ଭିଡିଓରେ କହୁଛନ୍ତି,୭ଟି ବୁଥରେବୁଥ୍ ରିଗିଂ ଏବଂ ବୋଗସ୍ ଭୋଟିଂ ହେଉଥିଲା । ଏମିତି କି ମୃତ ବ୍ୟକ୍ତିଙ୍କ ନାଁରେ ବି ଅନେକ ଭୋଟିଂ ହେଉଥିଲା । ପୁଲିସ୍ ଏବଂ ନିର୍ବାଚନ ଅଧିକାରୀଙ୍କୁ ଜଣାଇଥିଲେ ବି କୌଣସି କାର୍ୟ୍ୟାନୁଷ୍ଠାନ ହୋଇନଥିଲା ବୋଲି ସେ ଅଭିଯୋଗ କରିଛନ୍ତି । ତେଣୁ ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯାଉ ବୋଲି ଦାବି କରିଛନ୍ତି ସତ୍ୟବାଦୀର ବିଜେପି ପ୍ରାର୍ଥୀ ଓମ୍ ପ୍ରକାଶ ମିଶ୍ର ।

ଯେଉଁମାନେ ପ୍ରକୃତ ଦୋଷୀ ସେମାନଙ୍କୁ ଧରି କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ମୁଁ ଦୋଷୀ ସାବ୍ୟସ୍ତ ହେଲେ ଦଣ୍ଡବିଧାନ ପାଇଁ ରାଜି । ୭ଟି ବୁଥକୁ ସମ୍ପୂର୍ଣ୍ଣ ଯାଂଚ କରାଯାଉ । ଏହାବ୍ୟତୀତ ସେ କହିଛନ୍ତି ମତଦାନ ଦିନ ବୀରକିଶୋରପୁର ୭୮ ବୁଥରେ ସବୁ ସୀମା ଟପିଲା । ବିଜେପିର କାର୍ୟ୍ୟକର୍ତ୍ତାମାନେ ଭୋଟ ଦେବା ଆଗରୁ ତାଙ୍କ ନାମରେ ଭୋଟ ପଡ଼ିସାରିଥିଲା । ଜଣେ ବ୍ୟକ୍ତି ସମସ୍ତଙ୍କ ନାଁରେ ଭୋଟ ଦେଉଥିଲେ । ଏହା ସୁସ୍ଥ ଗଣତନ୍ତର ନମୂନା ନୁହଁ । ଏହି ଘଟଣାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର କମିଟି କରାଯାଇ ତଦନ୍ତ କରାଯାଉ ବୋଲି ଓମ୍ ପ୍ରକାଶ ଦାବି କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

9 − one =