କରୋନା ମୁକାବିଲା ପାଇଁ ୨୨ ଆଇଏଏସ୍‌ଙ୍କୁ ସ୍ବତନ୍ତ୍ର ଦାୟିତ୍ବ

ଭୁବନେଶ୍ବର()  ବରିଷ୍ଠ ଆଇଏଏସ୍‌ମାନଙ୍କୁ କରୋନା ମୁକାବିଲା ପାଇଁ ବରିଷ୍ଠ ଆଇଏଏସ୍‌ମାନଙ୍କୁ ବିଭିନ୍ନ ବିଭାଗ ଓ ଜିଲ୍ଲାର ଦାୟିତ୍ୱ ଦିଆଗଲା । ଏଥିରେ ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ୨୨ ବରିଷ୍ଠ ଆଇଏଏସ୍‌ଙ୍କୁ ଜିଲ୍ଲା ଦିଆଯାଇଛି । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା କୃଷି ଉତ୍ପାଦନ କମିଶନର ପ୍ରଦିପ୍ତ ମହାପାତ୍ରଙ୍କୁ କରୋନା ମୁକାବିଲା ପାଇଁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ରାଜସ୍ୱ ବିଭାଗ ସହ ସ୍ୱାସ୍ଥ୍ୟ ବିଭାଗର ଓ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ କାର୍ଯ୍ୟ କରିବେ । ରାଜସ୍ୱ ବିଭାଗର ଅତିରିକ୍ତ ଦାୟିତ୍ୱ ମଧ୍ୟ ତୁଲାଇବେ । ନିକୁଞ୍ଜ ଧଳ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ଶାସବ ସଚିବ ଭାବେ ପୂର୍ବପରି କାମ କରିବେ । ଭୁବନେଶ୍ୱର ପାଇଁ ଅନୁଗର୍ଗ ଓ ଏନ୍ ତିରୁମାଲା ନାୟକଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ବାଲେଶ୍ୱର ଓ ଭଦ୍ରକ ଦାୟିତବରେ ମଧୁସୁଦନ ପାଢ଼ୀ ଓ ରତ୍ନାକର ରାଉତ୍‌, କଟକ ସହର ଓ ଗ୍ରାମଞ୍ଚଳ ପାଇଁ ସୌରଭ ଗର୍ଗ ଓ ସୁସାନ୍ତ ମହାପାତ୍ର, ଗଞ୍ଜାମ ଓ ଗଜପତି ଜିଲ୍ଲା ପାଇଁ ଜି ମାଥିଭାତନନ୍ ଓ କ୍ରିଶନ କୁମାର, ଯାଜପୁର , ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଦାୟିତ୍ୱରେ ହେମନ୍ତ ଶର୍ମା ଓ ସୁରେଶ ଦଳାଇଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ସେହିପରି ଅନୁଗୁଳ, ଦେବଗଡ଼ ଓ ଢ଼େଙ୍କାନାଳ ପାଇଁ ବିଷ୍ଣୁପଦ ସେଠୀ ଓ ଗୋପବନ୍ଧୁ ଶତପଥି, ବଲାଙ୍ଗୀର, ବରଗଡ଼ ଓ ନୂଆପଡ଼ା ଦାୟିତ୍ୱରେ ସୁଶିଲ ଲୋହାନୀ ଓ ବେଣୁଧର ବେହେରା, କଳାହାଣ୍ଡି, କନ୍ଧମାଳ ଓ ବୌଦ୍ଧ ପାଇଁ ଶାଶ୍ୱତ ମିଶ୍ର ଓ ବିଷ୍ଣୁ ମିଶ୍ର, କୋରାପୁଟ ,ମାଲକାନଗିରି, ରାୟଗଡ଼ା ଓ ନବରଙ୍ଗପୁର ପାଇଁ ଭିଭି ଯାଦବ ଓ ରଶିଦ୍ ଖାନ୍‌, ନୟାଗଡ଼, ପୁରୀ, କଟକ ଓ ଖୋର୍ଦ୍ଧା ଗ୍ରାମାଂଚଳ ପାଇଁ ଅନୀଲ ସାମଲ, ସମସ୍ୱଲପୁର , ସୋନପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ପାଇଁ ନିରଞ୍ଜନ ସାହୁଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

three × 1 =