ରାଜ୍ୟରେ ଆଉ କଚ୍ଚାଘର ରହିବ ନାହିଁ: ପ୍ରତାପ ଜେନା

ଭୁବନେଶ୍ୱର() ରାଜ୍ୟର ସବୁ ପଂଚାୟତରେ ହେବ ପକ୍କା ଘର । ଆଗାମୀ ୩ ବର୍ଷରେ ଯୋଗ୍ୟ ହିତାଧିକାରୀଙ୍କୁ ପକ୍କାଘର ମିଳିବ। ସେମାନଙ୍କୁ ବିଜୁ ପକ୍କାଘର ଓ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦିଆଯିବ ବୋଲି ଶନିବାର ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି।

ତେବେ ମାର୍ଚ୍ଚ ୫ରେ ବିଜୁ ଜୟନ୍ତୀ ଓ ପଂଚାୟତରାଜ ଦିବସକୁ ବଡ଼ ଧରଣରେ ପାଳନ କରିବ ବିଜେଡି । ୫ମ ଥର ଲାଗି ରାଜ୍ୟରେ ବିଜେଡି ଶାସନ କ୍ଷମତାକୁ ଆସିଥିବାବେଳେ ଗତ ୨୦ବର୍ଷ ସରକାରରେ ରହିବା ମଧ୍ୟରେ ଯେଉଁସବୁ ସଫଳ ଜନକଲ୍ୟାଣକାରୀ ଯୋଜନା କରାଯାଇଛି ତା’ର ରାଜ୍ୟବ୍ୟାପୀ ପ୍ରଚାର ମଧ୍ୟ କରାଯିବ।

Share

Leave a Reply

Your email address will not be published. Required fields are marked *

19 + two =