ଅକ୍ଷୟ ତୃତୀୟାରେ ନେତୃବୃନ୍ଦଙ୍କୁ ଶାରଦାଙ୍କ ନିବେଦନ

ମାହାଙ୍ଗା()  ଆଜି ପବିତ୍ର ଅକ୍ଷୟତୃତୀୟାରେ ଏକ ସମୀକ୍ଷା ବୈଠକରେ ମାହାଙ୍ଗା ନିର୍ବାଚନ ମଣ୍ଡଳିର ସମସ୍ତ ନେତୃବୃନ୍ଦଙ୍କ ସହ ଭିଡିଓ କନଫରେନ୍ସ ଜରିଆରେ ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେପି ନେତା ଶାରଦା ପ୍ରଧାନ ଆଲୋଚନା କରିଛନ୍ତି । କରୋନା ବିତ୍ପତିରେ ଶାରଦା ନିଜ ନିର୍ବାଚନ ମଣ୍ଡଳିରେ ଏ ପର୍ଯ୍ୟନ୍ତ ୫୦,୦୦୦ ମାସ୍କ ଓ ୫୦,୦୦୦ ସାବୁନ ବଣ୍ଟନ କରିବା ସହ ପଞ୍ଚାୟତରେ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ରାଜ୍ୟ ବାହାରେ ଥିବା ଲୋକମାନଙ୍କୁ ସହଯୋଗ କରିଚାଲିଛନ୍ତି ।

ଏହା ସହ ୨୦,୦୦୦ ପରିବାର ପାଖରେ ମାସ୍କ,ସାବୁନ ପହଞ୍ଚାଇଛନ୍ତି । ଓ ଯେଉଁ ପ୍ରବାସୀ ଓଡିଆମାନେ ମାହାଙ୍ଗାକୁ ଆସିବେ ସେମାନଙ୍କୁ ୩୦,୦୦୦ ମାସ୍କ ବାଣ୍ଟିବାର ବ୍ୟବସ୍ଥା କରାଯାଇଛି ବୋଲି କହିଛନ୍ତି ଶାରଦା ପ୍ରଧାନ । ଏହ ସହ ଆଜି ଭଳି ପବିତ୍ର ଦିନରେ ସେ ନିଷ୍ପତି ନେଇଛନ୍ତି ୧୦୦୦୦ ଗରିବ ଲୋକଙ୍କୁ ଖାଦ୍ୟ ଯୋଗାଇବେ  ।

ଏହା ସହ ଶାରଦ ଆହୁରି କହିଛନ୍ତି, ସୋସିଆଲ ମିଡିଆରେ ମୁଁ ଦେଖୁଛି ଯେ କିଛି ଗ୍ରାମପଞ୍ଚାୟତରେ ସଠିକ ଭାବେ ସାମଗ୍ରୀ ପହଞ୍ଚି ପାରୁନି। ତେଣୁ ସମସ୍ତ ଗ୍ରାମପଞ୍ଚାୟତର ନେତୃବୃନ୍ଦଙ୍କୁ ମୁଁ ନିବେଦନ କରୁଛି ଏ ଅସମୟରେ ସେମାନେ ଲୋକ ମାନଙ୍କ ପାଖରେ ପହଞ୍ଚନ୍ତୁ । ଶାରଦାଙ୍କ ଏଭଳି ମହତ କାର୍ଯ୍ଯ ଓ ଏଭଳି ଜନସେବା ଚିନ୍ତାଧାରା ଉଦାହରଣ ପାଲଟିବା ସହ ଅନେକରେ ଚର୍ଚ୍ଚାର ବିଷୟ ପାଲଟିଛି ।

Share

Leave a Reply

Your email address will not be published. Required fields are marked *

3 + 17 =