ରାଜ୍ୟ ଯେତେ ଶୀଘ୍ର ଜମି ଦେବେ, କାମ ସେତେ ଦ୍ରୁତ ଗତିରେ ଆଗେଇବ

ଖୋର୍ଧା- ବଲାଙ୍ଗୀର ରେଳପଥର ସମୀକ୍ଷା

ଭୁବନେଶ୍ବର () ବଲାଙ୍ଗୀର ପଟୁ ଖୋର୍ଧା- ବଲାଙ୍ଗୀର ରେଳପଥ ତଥା ବଲାଙ୍ଗୀର ବାଇପାସର ପ୍ରଗତି ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭାଗୀୟ ଅଧିକାରୀ ମାନଙ୍କ ସହ ସମୀକ୍ଷା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବଲାଙ୍ଗୀର ପଟୁ ଖୋର୍ଧା – ବଲାଙ୍ଗୀର ରେଳପଥର ୧୫ କିମି କାର୍ଯ୍ୟ ଆରମ୍ଭ ହୋଇଛି, ସମ୍ପୂର୍ଣ ହୋଇ ନାହିଁ । ତାଙ୍କର ବଲାଙ୍ଗୀର ଗସ୍ତ ସମୟରେ ଦଳ ମତ ନିର୍ବିଶେଷରେ ଏହି କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ନାଗରିକ ମାନଙ୍କ ତରଫରୁ ଦାବି କରା ଯାଇଥିଲା । କାମ ବିଳମ୍ବ ହେବାରୁ ସ୍ଥାନୀୟ ଲୋକ ମାନଙ୍କ ମଧ୍ୟରେ ବ୍ୟଗ୍ରତା ଓ ଆକ୍ରୋଶ ଅଛି । ଏହି କାମ କିପରି ଆଗକୁ ବଢିବ, ସୋନପୁର, ବୌଦ୍ଧ ଓ ନୟାଗଡ ପର୍ଯ୍ୟନ୍ତ ରେଳ ଲାଇନ ପହଂଚିବ ଏ ସମ୍ବନ୍ଧରେ ଏହି ବୈଠକରେ ସମୀକ୍ଷା ହୋଇଥିବା ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି।

ରେଳ ବିଭାଗ ଆର୍ଥିକ ବ୍ୟବସ୍ଥା କରିଥିବା ବେଳେ ଯେତେ ଶୀଘ୍ର ରାଜ୍ୟ ସରକାର ଜମି ଯୋଗାଇ ଦେବେ କାମ ଆଗକୁ ବଢି ପାରିବ ବୋଲି ଏହି ବୈଠକରେ ଅଧିକାରୀମାନେ ସୂଚନା ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି । ସାମ୍ବାଦିକ ମାନଙ୍କ ପ୍ରଶ୍ନର ଉତରରେ ସେ କହିଛନ୍ତି ଯେ ଚଳିତ ବର୍ଷ ଯଦି ସବୁ ଜମି ମିଳିଗଲା ତେବେ ଆଗାମୀ ଦୁଇ ବର୍ଷ ମଧ୍ୟରେିଁଏହି କାମ ସମ୍ପୂର୍ଣ କରିବାକୁ ଅର୍ଥ ବ୍ୟବସ୍ଥା କେନ୍ଦ୍ର ସରକାର କରିବେ ।

ସେ କହିଛନ୍ତି ଯେ, ବଲାଙ୍ଗୀର ବାଇପାସର ପ୍ରାରମ୍ଭିକ ଆକଳନରୁ ମୂଲ୍ୟ ଢେର ବଢୁଥିବା କାରଣରୁ କେନ୍ଦ୍ର ଓ ରାଜ୍ୟ ଅଧିକାରୀ ମାନେ ଏହାର ସମାଧାନର ପନ୍ଥା ପୁଙ୍ଖାନୁପୁଙ୍ଖ ଆଲୋଚନା କରି କାଢୁଛନ୍ତି । ରାଜ୍ୟ ସରକାର ଜମି ଯୋଗାଇ ଦେବାର ୧୫ ଦିନ ମଧ୍ୟରେ କେନ୍ଦ୍ର ସଡକ ପରିବହନ ବିଭାଗ ଅନୁମତି ଦେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ରେଳ ଓ ରାସ୍ତା ନିର୍ମାଣର ଗତିକୁ ଓଡିଶାର ବିକାଶ ପାଇଁ ତ୍ବରାନ୍ବିତ କରିବାକୁ ପଡିବ । ରାଜ୍ୟ ସରକାର ଜମି ଯୋଗାଇ ଦେବାକୁ ଚେଷ୍ଟା କରୁଛନ୍ତିା ମାତ୍ର ଏହାକୁ ତ୍ବରାନ୍ବିତ କରିବାକୁ ପଡିବ । ପାରାଦୀପ – ହରିଦାସପୁର ରେଳ ଲାଇନ ମାମଲାରେ ସାମ୍ବାଦିକ ମାନଙ୍କ ପ୍ରଶ୍ନରେ ଏହି କାମକୁ ତ୍ବରାନ୍ବିତ କଲେ ହିଁ ପାରାଦୀପ ବନ୍ଦରର ୧୦୦ ମିଲିୟନ ଟନ କ୍ଷମତାକୁ ୧୫୦ ମିଲିୟନ ଟନରୁ ୨୦୦ ମିଲିୟନ ଟନ କରାଯାଇପାରିବ । ଏଥିପାଇଁ ପାରାଦୀପ- ହରିଦାସପୁର ଲାଇନରେ ଆହୁରି ଅତିରିକ୍ତ ଲାଇନ କରିବାକୁ ପଡିବ । ଚଳିତ ବର୍ଷ କେନ୍ଦ୍ରାପଡା ପର୍ଯ୍ୟନ୍ତ ଲାଇନକୁ ସମ୍ପୂର୍ଣ କରିବାକୁ ଶ୍ରୀ ପ୍ରଧାନ ଗୁରୁତ୍ବ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

8 − 7 =