ଆଜି ସନ୍ଧ୍ୟାରେ ସରୁଛି ଦ୍ବିତୀୟ ପର୍ୟ୍ୟାୟ ମତଦାନ ପାଇଁ ପ୍ରଚାର

ଦ୍ବିତୀୟ ପର୍ୟ୍ୟାୟ ନିର୍ବାଚନ ପାଇଁ ଆଜି ସନ୍ଧ୍ୟା ୬ଟାରେ ଶେଷ ହେବ ପ୍ରଚାର । ୫ ଲୋକସଭା ଓ ଏହା ଅଧିନରେ ଥିବା ୩୫ଟି ବିଧାନସଭା ଆସନରେ ୧୮ ତାରିଖରେ ହେବ ମତଦାନ । ୫ ଲୋକସଭା ଆସନ ପାଇଁ ୩୫ ପ୍ରାର୍ଥୀ ଏବଂ ୩୫ ବିଧାନସଭା ପାଇଁ ୨୪୪ ପ୍ରାର୍ଥୀ ଅଛନ୍ତି ।

ଦ୍ବିତୀୟ ପର୍ୟ୍ୟାୟରେ ବରଗଡ଼ ଲୋକସଭା ଆସନ ସହ ଏହା ଅଧୀନରେ ଆସୁଥିବା ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର ଓ ଝାରସୁଗୁଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ ଗ୍ରହଣ ହେବ ।

ସୁନ୍ଦରଗଡ଼ ଲୋକସଭା ଆସନ ଅନ୍ତର୍ଗତ ତଳସରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ ବିଧାନସଭା ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ହେବ ।

ବଲାଙ୍ଗୀର ଲୋକସଭା ଆସନ ପାଇଁ ମତଦାନ ହେବା ସହ ଏହି ଲୋକସଭା ଆସନରେ ଆସୁଥିବା ବୀରମହାରାଜପୁର, ସୋନପୁର, ଲୋଇସିଂହା, ପାଟଣାଗଡ଼, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ମତଦାନ ହେବ ।

କନ୍ଧମାଳ ଲୋକସଭା ସହ ବାଲିଗୁଡ଼ା, ଜି.ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସକାଳ ୭ଟାରୁ ଭୋଟ ଗ୍ରହଣ ହେବ ।

ସେହିପରି ଆସ୍କା ଲୋକସଭା ଆସନ ସହ ପୋଲସରା, କବିସୂର୍ୟ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି ଓ ହିଞ୍ଜିଳି ବିଧାନସଭା ଆସନରେ ଆସନ୍ତା ୧୮ ତାରିଖରେ ମତଦାନ ହେବ ।

Share

Leave a Reply

Your email address will not be published. Required fields are marked *

2 + 5 =