ପ୍ରେମିକା ସହ ଲିଭ-ଇନରେ ରହିବା ପାଇଁ ଘର ଛାଡିଲେ ସୁଶାନ୍ତ

ମୁମ୍ବାଇ() ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କ ପ୍ରେମରେ ପାଗଳ ଅଭିନେତା ସୁଶାନ୍ତ ସିଂହ ରାଜପୁତ । ଦୁହେଁ ଦୀର୍ଘ ଦିନ ହେଲା ରିଲେସନ୍ସିପ୍ରେ ଅଛନ୍ତି।

ସୁଶାନ୍ତ ଓ ରିୟା ଲିଭ୍ ଇନ୍ ରିଲେସନ୍ସିପ୍ରେ ରହିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସେଥିପାଇଁ ସୁଶାନ୍ତ ତାଙ୍କ ଘର ବି ଛାଡ଼ି ଦେଇଛନ୍ତି। ସେ ବାନ୍ଦ୍ରାରେ ରହୁଥିବା ରିୟାଙ୍କ ଘରକୁ ଶିଫ୍ଟ ହୋଇଯାଇଛନ୍ତି।

ତେବେ ସତରେ ସେମାନେ ଲିଭ୍ ଇନ୍ରେ ରହିବେ ନା ସାୟମିକ ସମୟ ପାଇଁ ସୁଶାନ୍ତ ସେଠାକୁ ଚାଲି ଆସିଛନ୍ତି, ତାହା ଜଣାପଡ଼ିନି। କାରଣ ଶୁଣିବାକୁ ମିଳୁଛି ଯେ ସୁଶାନ୍ତ ନିଜ ଘରେ ଆଉ ରହିବାକୁ ଭଲ ପାଉ ନଥିଲେ। ତାଙ୍କ ଘରେ ପ୍ରାୟ ସମୟରେ ପାର୍ଟି ହେଉଥିଲା। ଏଣୁ ସେହି ବିଲ୍ଡିଂରେ ରହୁଥିବା ଅନ୍ୟ ଲୋକମାନେ ତାଙ୍କ ଉପରେ ବିରକ୍ତ ହୋଇଯାଇଥିଲେ। ଏପରିକି ବେଳେବେଳେ ସେମାନେ ସୁଶାନ୍ତଙ୍କୁ ଗାଳି ବି କରୁଥିଲେ। ସେଥିପାଇଁ ସେ ସେଠାରୁ ପଳାଇ ଆସିଥିବା କୁହାଯାଉଛି।

Share

Leave a Reply

Your email address will not be published. Required fields are marked *

19 − fourteen =