୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟଙ୍କ ଅନୁମତି

ଭୁବନେଶ୍ୱର()  ରାଜ୍ୟରେ ଖୋଲିବ ୬ଟି ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ । ୬ଟି ନୂଆ କୋର୍ଟ ଖୋଲିବାକୁ ହାଇକୋର୍ଟଙ୍କଠାରୁ ଅନୁମତି ମିଳିଛି । ନୂଆ କୋର୍ଟ ଖୋଲିବା ନେଇ ଆଇନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

କୋର୍ଟ ଅଭାବ ଓ ଆଇନଜୀବୀଙ୍କ ଆନ୍ଦୋଳନ ମୁଖ୍ୟ ପ୍ରସଙ୍ଗ ରହିଛି । ଅଳ୍ପ ସଂଖ୍ୟକ କୋର୍ଟ ଥିବାରୁ କୋର୍ଟ ଗୁଡ଼ିକରେ ହଜାର ହଜାର ମାମଲା ଶୁଣାଣୀ ନ ହୋଇ ପଡ଼ିରହୁଛି । ହାଇକୋର୍ଟଙ୍କ ସୁପାରିସ କ୍ରମେ ହାଇଲେଭଲ କମିଟି ଦ୍ୱାରା ଏହି ନିଷ୍ପତ୍ତି ହୋଇଛି । ତେଣୁ ରାଜ୍ୟର ୬ଟି ସ୍ଥାନରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ଖୋଲିବାକୁ ଆଜି ହାଇକୋର୍ଟ ପକ୍ଷରୁ ଅନୁମତି ମିଳିଛି । କଟକ, ଭଦ୍ରକ, ନୀଳଗିରି, ଉଦଳା, ପଟ୍ଟାମୁଣ୍ଡାଇ ଓ ଖରିଆରରେ ନୂଆ କୋର୍ଟ ଖୋଲିବ ।

Share

Leave a Reply

Your email address will not be published. Required fields are marked *

twelve − 1 =