କଂଗ୍ରେସର ଦୁର୍ନୀତିର ପେଡ଼ି ଖୋଲିଲା ବିଜେପି

ବିଜେପି ଆଣିଲା ‘କଂଗ୍ରେସ ଫାଇଲ୍ସ’ । ବିଜେପି ତାର ଅଫିସିଆଲ ଟ୍ୱିଟର ହ୍ୟାଣ୍ଡେଲରେ ‘କଂଗ୍ରେସ ଫାଇଲ୍ସ’ ନାମରେ ଭିଡିଓ ଜାରି କରିଛି । ଏହି ଭିଡିଓ କଂଗ୍ରେସ ଦୁର୍ନୀତି ଫାଇଲର ପ୍ରଥମ ସଂସ୍କରଣ ବୋଲି କହିଛି ବିଜେପି । ପ୍ରଥମ ଭିଡିଓରେ କଂଗ୍ରେସର ଶାସନ କାଳରେ କିପରି ୪ ଲକ୍ଷ ୮୨ ହଜାର ୬୯ କୋଟି ଟଙ୍କାର ଦୁର୍ନୀତି ଓ ଜାଲିଆତି ହୋଇଥିଲା ତାହା ଦର୍ଶାଯାଇଛି । ‘କଂଗ୍ରେସ ଅର୍ଥ ଦୁର୍ନୀତି’ ଶୀର୍ଷକରେ ବିଜେପି ଏହି କଂଗ୍ରେସ ଫାଇଲ୍ସ ଜାରି କରିଛି ।

ଭିଡିଓର ବ୍ୟାଖ୍ୟାକାରୀ କଂଗ୍ରେସର ୭୦ ବର୍ଷର ଶାସନ ବେଳର ଜାଲିଆତି ବାବଦରେ କହିଛନ୍ତି । ଏଥିରେ କୋଇଲା ଜାଲିଆତି, ୨ଜି ସ୍ପେକ୍ଟ୍ରକମ୍ ମହାଦୁର୍ନୀତି ବାବଦରେ କୁହାଯାଇଛି । ଏହି ଟଙ୍କାରେ ୨୪ ଆଇଏନ୍ଏସ୍ ବିକ୍ରାନ୍ତ, ୩ ଶହ ରାଫେଲ ଯୁଦ୍ଧ ବିମାନ ଏବଂ ହଜାରେ ମିଶନ ମଙ୍ଗଳ ବନାଯାଇ ପାରିଥାନ୍ତା କିମ୍ବା କିଣାଯାଇ ପାରିଥାନ୍ତା । କଂଗ୍ରେସ ଦ୍ୱାରା ହୋଇଥିବା ଦୁର୍ନୀତିର ମୂଲ୍ୟ ଏବେ ଦେଶକୁ ଭରଣା କରିବାକୁ ପଡ଼ିବ ବୋଲି କୁହାଯାଇଛି । ଶେଷ ମିନିଟ୍ରେ କୁହାଯାଇଛି କଂଗ୍ରେସ ଦ୍ୱାରା ହୋଇଥିବା ଜାଲିଆତିର ଏହା ଏକ ଝଲକ ମାତ୍ର ।

Share

Leave a Reply

Your email address will not be published. Required fields are marked *

8 + four =