ଓଡ଼ିଶାର ମୟୂରଭଞ୍ଜରେ ଏଲଆଣ୍ଡ୍‌ଟି ଦକ୍ଷତା ତାଲିମ ହବ୍ ମହାମହିମ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ଉଦ୍‌ଘାଟିତ

ଭୁବନେଶ୍ୱର: ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ ନିଜ ଜନ୍ମମାଟି ପାହାଡ଼ପୁରଠାରେ ଏଲ୍‌ଆଣ୍ଡ୍‌ଟି ଦକ୍ଷତା ତାଲିମ ହବ୍‌କୁ ଭାରତର ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଉଦ୍‌ଘାଟନ କରିଛନ୍ତି । ଏହି ଐତିହାସିକ କାର୍ଯ୍ୟକ୍ରମରେ ଏଲ୍‌ଆଣ୍ଡ୍‌ଟି ପାଣ୍ଠି ଦ୍ୱାରା ପରିଚାଳିତ ଅଣଲାଭଦାୟକ ସଂସ୍ଥା ପ୍ରୟାସ ଟ୍ରଷ୍ଟ୍‌ର ସଭାପତି ମୀନା ସୁବ୍ରମଣ୍ୟନ ଉପସ୍ଥିତ ଓ ଏଲ୍‌ଆଣ୍ଡ୍‌ଟି ତଥା ଏସ୍‌ଏଲ୍‌ଏସ୍ ଟ୍ରଷ୍ଟ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏଲ୍‌ଆଣ୍ଡ୍‌ଟି ପକ୍ଷରୁ ଏସ୍‌ଏଲ୍‌ଏସ୍ ଟ୍ରଷ୍ଟ ସହଯୋଗରେ ପାଂଚ ଏକର ଜମିରେ ଏହି ଦକ୍ଷତା ତାଲିମ ହବ୍ ସ୍ଥାପନ କରାଯାଇଛି । ଏହି ଉନ୍ନତ ବ୍ୟବସ୍ଥାକୁ ପାଂଚ ମାସର ସ୍ୱଳ୍ପ ସମୟରେ ଶେଷ କରାଯାଇଛି, ଯାହା ଏହି ଅଂଚଳର ଅନଗ୍ରସର ପିଲାମାନଙ୍କୁ ନିର୍ମାଣ ଦକ୍ଷତା ଉପରେ ତାଲିମ ପ୍ରଦାନ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ସଶକ୍ତ କରିବ । ସମାଜର ଉପେକ୍ଷୀତ ବର୍ଗଙ୍କ ପାଇଁ ଏହି ସୁଯୋଗ ସୃଷ୍ଟି କରିବାରେ ଏସ୍‌ଏଲ୍‌ଏସ୍ ଟ୍ରଷ୍ଟ୍‌ର ସଭାପତି ଇତିଶ୍ରୀ ମୁର୍ମୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ଏହି ପ୍ରକଳ୍ପର ଶୁଭାରମ୍ଭ ସମ୍ପର୍କରେ ପ୍ର୍ରୟାସ ଟ୍ରଷ୍ଟ୍‌ର ସଭାପତି ମୀନା ସୁବ୍ରମଣ୍ୟମ କହିଛନ୍ତି ଯେ, “ଏହି ତାଲିମ କେନ୍ଦ୍ର ପିଲାମାନଙ୍କୁ ଏକ ଅନୁକୂଳ ପରିବେଶରେ ନିଜ ଦକ୍ଷତା ଶିଖିବା ଓ ବିକାଶ ଉପରେ ପୂର୍ଣ୍ଣ ଗୁରୁତ୍ୱପ୍ରଦାନ କରିବାରେ ସକ୍ଷମ କରିବ ଯେଉଁଥିରେ ଜୀବନଶୈଳୀ ଦକ୍ଷତା ଓ ବ୍ୟକ୍ତିତ୍ୱ ବିକାଶ ଉପରେ ଗୁରୁତ୍ୱ ଦିଆଯିବ । ଆମର ବିଶ୍ୱାସ ରହିଛି ଯେ, ଅନଗ୍ରସର ପିଲାମାନଙ୍କ ପାଖରେ ଦକ୍ଷତା ତାଲିମ ପହଂଚାଇବା କେବଳ ଭବିଷ୍ୟତ ଉପରେ ନିବେଶ ନୁହେଁ ବରଂ ଏକ ଉଜ୍ୱଳ ଓ ଅଧିକ ଅନ୍ତର୍ଭୁକ୍ତୀକରଣ ଭବିଷ୍ୟତ ଲାଗି ଏକ ପ୍ରତିଶ୍ରୁତି ।”
ଏହି ପ୍ରକଳ୍ପରେ ପରିଚାଳନା ଓ ରକ୍ଷଣାବେକ୍ଷଣ ସାମିଲ ରହିଛି ଯାହା ଏହି ଅଂଚଳର ଆଦିବାସୀ ଯୁବକଯୁବତୀମାନଙ୍କ ଲାଗି ଗୁରୁତ୍ୱପୂର୍ଣ୍ଣ ସୁଯୋଗ ସୃଷ୍ଟି କରି ସେମାନଙ୍କୁ ସୁଯୋଗ ସହ ଯୋଡ଼ିବ ।
ଏଲ୍‌ଆଣ୍ଡ୍‌ଟିର ଯୁଗ୍ମ ମହାପ୍ରବନ୍ଧକ-କର୍ପୋରେଟ୍ ସାମାଜିକ ପଦକ୍ଷେପ ମାବେଲ ଆବ୍ରାହମ କହିଛନ୍ତି ଯେ, “ସ୍ୱପ୍ନକୁ ସୁଯୋଗରେ ପରିଣତ କରି ଉପେକ୍ଷୀତ ଯୁବବର୍ଗଙ୍କୁ ମୂଲ୍ୟବାନ ଦକ୍ଷତା ପ୍ରଦାନ କରି ଦୀର୍ଘସ୍ଥାୟୀ ପ୍ରଭାବ ସୃଷ୍ଟି କରିବାକୁ ଏଲ୍‌ଆଣ୍ଡ୍‌ଟି ପ୍ରତିବଦ୍ଧ ରହିଛି । ଏହି ଯୁବବର୍ଗଙ୍କୁ ସଶକ୍ତ କରିବା ଲାଗି ଆମ ପ୍ରତିବଦ୍ଧତା ହେଉଛି ଏକ ଅଧିକ ପ୍ରତିଶ୍ରୁତିପୂର୍ଣ୍ଣ ଓ ଅନ୍ତର୍ଭୁକ୍ତୀକରଣ ସମାଜ ଲାଗି ଏକ ପ୍ରମାଣ ।”
ଏହି ଦକ୍ଷତା ତାଲିମ ହବ୍‌ରେ ସମସାମୟିକ ଭିତିଭୂମି, ପ୍ରଶାସନିକ ଓ ଅନୁଷ୍ଠାନର କୋଠା, ଏକ ବହୁମୁଖୀ ହଲ୍‌, ଏକ ଇ-ଲର୍ଣ୍ଣିଂ ହଲ୍‌, ଏକ ଡିଜିଟାଲ ତାଲିମ କକ୍ଷ, ବାଳକ ଓ ବାଳିକାଙ୍କ ଲାଗି ପୃଥକ ଛାତ୍ରାବାସ (କ୍ଷମତା ୧୨୦ ଲେଖାଏଁ), ଭୋଜନ କକ୍ଷ, ବିଭିନ୍ନ ଟ୍ରେଡ୍‌ର ଅଭ୍ୟାସ ୟାର୍ଡ ଏବଂ ପାଇପ ୱେଲଡିଂ ଶିଖିବା ଲାଗି ଏକ ଉତ୍ସର୍ଗୀକୃତ ୱାର୍କସପ୍ ରହିଛି । ଶିକ୍ଷଣୀୟ ଅଭିଜ୍ଞତାରେ ଉନ୍ନତି ଆଣିବା ଲାଗି ଏହି କେନ୍ଦ୍ରରେ ଅତ୍ୟାୁନିକ ଏଆର/ଭିଆର ପ୍ରଯୁକ୍ତି ରହିଛି ।

Share

Leave a Reply

Your email address will not be published. Required fields are marked *

13 − 4 =