ଆସ୍କାରେ ଷଷ୍ଠ ଗ୍ରାହକ ସମ୍ପର୍କ କେନ୍ଦ୍ର ଖୋଲିଲା ଟିପିଏସ୍ଓଡିଏଲ୍

ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ

ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ ( ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ) ପକ୍ଷରୁ ଆସ୍କାଠାରେ ନୂତନ ଗ୍ରାହକ ସମ୍ପର୍କ କେନ୍ଦ୍ର (ସିଆରସି)ର ଉଦଘାଟନ କରାଯାଇଛି । ଟାଟା ପାୱାରର ସଞ୍ଚାରଣ ଓ ବିତରଣ ମୁଖ୍ୟ ସଞ୍ଜୟ ବାଙ୍ଗା ଏହି ନୂତନ ସମ୍ପର୍କ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିବା ବେଳେ ଟିପିଏସ୍ଓଡିଏଲର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହି କେନ୍ଦ୍ରର ଉଦଘାଟନ ଗ୍ରାହକ ସେବାକୁ ଅଧିକ ସଶକ୍ତ କରିବା ସହ ସ୍ଥାନୀୟ ଯୁବଗୋଷ୍ଠୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି କରିବା କ୍ଷେତ୍ରରେ ବିଶେଷ ଭାବେ ସହାୟକ ହୋଇପାରିଛି ।
ଏହି ଗ୍ରାହକ ସେବା କେନ୍ଦ୍ର ଉପଭୋକ୍ତାଙ୍କର ଅଭିଯୋଗ, ସମସ୍ୟା, ବିଦ୍ୟୁତ ସଂକ୍ରାନ୍ତୀୟ ପ୍ରଶ୍ନର ଏକକ ସମାଧାନ କେନ୍ଦ୍ର ଭାବେ କାର‌୍ୟ୍ୟ କରିବ । ସେହିଭଳି ଏଠାରେ ସହଜରେ ବିଦ୍ୟୁତ ଦେୟ ପୈଠ କରାଯାଇପାରିବ । କେନ୍ଦ୍ରଟି ଅଭିଜ୍ଞ କର୍ମଚାରୀମାନଙ୍କ ଦ୍ୱାରା ପରିଚାଳିତ ହେବାକୁ ଥିବା ବେଳେ ଏଠାରେ ଉପଭୋକ୍ତାଙ୍କ ଉଦ୍ଦେଶ୍ୟରେ ପାନୀୟ ଜଳ, ଶୀତ ତାପ ନିୟନ୍ତ୍ରିତ କକ୍ଷ, ପ୍ରତୀକ୍ଷା କକ୍ଷ, ବରିଷ୍ଠ ନାଗରିକଙ୍କ ପାଇଁ ଉତ୍ସର୍ଗୀକୃତ ଡେସ୍କ, ପ୍ରଶ୍ନ ପରିଚାଳନା ବ୍ୟବସ୍ଥା, କିଓସ୍କୋ ଓ ବିଦ୍ୟୁତ ସେବା ସମ୍ପର୍କିତ ସୂଚନା ପାଇଁ ଏଲଇଡି ସ୍କ୍ରିନର ବ୍ୟବସ୍ଥା ରହିଛି । ଏତଦବ୍ୟତୀତ ଗ୍ରାହକ ସେବା କେନ୍ଦ୍ରରେ ଶକ୍ତି ସଂରକ୍ଷଣ, ବନ୍ୟଜନ୍ତୁ ସୁରକ୍ଷା, ଡିଜିଟାଲ ପ୍ରଣାଳୀ ଓ ବିଦ୍ୟୁତ ସୁରକ୍ଷା ସମ୍ପର୍କିତ ସଚେତନ ବାର୍ତ୍ତା ମଧ୍ୟ ରହିଛି ।
ଟାଟା ପାୱାରର ସଞ୍ଚାରଣ ଓ ବିତରଣ ମୁଖ୍ୟ ଶ୍ରୀ ବାଙ୍ଗା କହିଛନ୍ତି ଯେ, \” ଏହି ଗ୍ରାହକ ସମ୍ପର୍କ କେନ୍ଦ୍ର ଉପଭୋକ୍ତାଙ୍କ ସନ୍ତୁଷ୍ଟି ଓ ଉତ୍କର୍ଷ ସେବା ପ୍ରଦାନ କ୍ଷେତ୍ରରେ ଆମର ପ୍ରତିବଦ୍ଧତାର ଏକ ପ୍ରମାଣ। ଉପଭୋକ୍ତାମାନଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏକକ ସମାଧାନ କେନ୍ଦ୍ର ପ୍ରତି ଦିଆଯାଉଥିବା ଗୁରୁତ୍ୱକୁ ଏହା ଅଧିକ ସୁଦୃଢ କରିବ । \”
ଟିପିଏସ୍ଓଡିଏଲର ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ଶ୍ରୀ ଗର୍ଗ କହିଛନ୍ତି ଯେ, ଉପଭୋକ୍ତାଙ୍କ ପାଇଁ ଏକ ସକାରାତ୍ମକ ତଥା ସୁବିଧାଜନକ ସେବା ଅନୁଭୂତି ଯୋଗାଇଦେବା ଲକ୍ଷ୍ୟରେ ଆମେ କାର‌୍ୟ୍ୟ କରୁଛୁ । ଆସ୍କାଠାରେ ପ୍ରତିଷ୍ଠା ହୋଇଥିବା ଏହି ନୂଆ ସିଆରସି ନିଜର ବିସ୍ତୃତ ସେବା ଓ ସୁବିଧା ସହ କମ୍ପାନୀର ଦୃଢ ଗ୍ରାହକ ସମ୍ପର୍କ ଦୃଷ୍ଟିକୋଣକୁ ଅଧିକ ମଜଭୁତ କରିଛି ।
ଆସ୍କାଠାରେ ଟିପିଏସ୍ଓଡିଏଲ୍ ନିଜର ୬ଷ୍ଠ ଗ୍ରାହକ ସମ୍ପର୍କ କେନ୍ଦ୍ର ପ୍ରତିଷ୍ଠା କରିଥିବା ବେଳେ ସମ୍ପ୍ରତି ବ୍ରହ୍ମପୁର, ଜୟପୁର, ପାରଳାଖେମୁଣ୍ଡି, ରାୟଗଡା ଓ ହିଞ୍ଜିଳିକାଟୁରେ ସିଆରସି କାର‌୍ୟ୍ୟକ୍ଷମ ରହିଛି।

Share

Leave a Reply

Your email address will not be published. Required fields are marked *

fourteen + sixteen =