ଫ୍ଲିପ୍‌କାର୍ଟ(Flipkart)ର ନୂଆ ଅଫର, ଗ୍ରାହକ କରିପାରିବେ ଲକ୍ଷେ ଟଙ୍କାର ମାଗଣା ସପିଂ

ଆଗକୁ ଦଶହରା ଓ ଦିୱାଲି ଭଳି ପର୍ବ ଆସୁଛି । ତେବେ ଅନ୍ଲାଇନ୍ କିଣାକିଣି କରିବା ପାଇଁ ଫ୍ଲିପ୍କାର୍ଟ ରିହାତିସେଲ ଆରମ୍ଭ କରିବାକୁ ଘୋଷଣା କରିସାରିଛି। ଫ୍ଲିପ୍କାର୍ଟର ଧମାକେଦାର ସେଲରେ ସପିଂ କରିବାକୁ ନଗଦ ଟଙ୍କା ବା କ୍ରେଡିଟ କାର୍ଡ ଏବେ ଦରକାର ନାହିଁ। ଅନ୍ଲାଇନ୍ ସେଲ ୱେବ୍ସାଇଟ୍ ଫ୍ଲିପକାର୍ଟରେ ୨୯ ସେପଟେମ୍ବରରୁ ବିଗ ବିଲିୟନ ସେଲ ଆରମ୍ଭ ହେବାକୁ ଯାଉଛି।

ଫ୍ଲିପ୍କାର୍ଟର କାର୍ଡଲେସ କ୍ରେଡିଟ ଅଫର ଗ୍ରାହକଙ୍କୁ ଲକ୍ଷେ ଟଙ୍କା ଯାଏଁ କିଣାକିଣି କରିବାର ଅଫର ଦେଉଛି। ଯାହାର ପୈଠ ପରେ କରିହେବ। ‘The Big Billion Days Sale’ ଅକ୍ଟୋବର ମାସ ୪ ତାରିଖରେ ସରିବ। ଫ୍ଲିପକାର୍ଟ ୱେବସାଇଟ ଏହି ସୁବିଧା କ୍ରେଡିଟ କାର୍ଡ ବ୍ୟବହାର କରୁନଥିବା ଗ୍ରାହକଙ୍କ ପାଇଁ ହୋଇଛି। ସପିଂ କରିବା ସମୟରେ ଏହି ଅଫର ପାଇଁ ଫ୍ଲିପ୍କାର୍ଟକୁ ନିଜ ପ୍ୟାନ କାର୍ଡ ସମେତ ଅନ୍ୟ ସୂଚନା ଦେବାକୁ ହେବ।

Share

Leave a Reply

Your email address will not be published. Required fields are marked *

four × 2 =