Business

ସ୍କୋପ ବିଜନେସ୍ କୁଇଜ୍ ବୋନାନଜା ୨୦୨୪ ରେ ଏନଟିପିସିର ଚମତ୍କାର ବିଜୟ ହାସଲ

ଭୁବନେଶ୍ୱର : ପବ୍ଲିକ ସେକ୍ଟର ଦିବସ ପାଳନ ଅବସରରେ ସ୍କୋପ୍ ସମ୍ମିଳନୀ କେନ୍ଦ୍ରରେ ଆୟୋଜିତ ହୋଇଥିବା ସମ୍ମାନଜନକ ସ୍କୋପ୍ ବିଜନେସ୍ କୁଇଜ୍ ବୋନାନଜାରେ ଏନଟିପିସିର ଏକ ଚମତ୍କାର ବିଜୟ ହାସଲ କରିଛି ।

ଏନଟିପିସି ଦଳ – ଜିଏମ (ସିସି) କେ.ଏମ ପ୍ରଶାନ୍ତ ଏବଂ ଡିଜିଏମ (ସିପି) ଅଂଶୁମାନ ଶ୍ରୀବାସ୍ତବ- ଗ୍ରାଣ୍ଡ ଫାଇନାଲରେ ଅନ୍ୟ ଖ୍ୟାତିସମ୍ପନ୍ନ ପବ୍ଲିକ ସେକ୍ଟର ୟୁନିଟ୍ ମାନଙ୍କୁ କଡ଼ା ପ୍ରତିଯୋଗିତା ଦେଇ ବିଜୟୀ ହୋଇଥିଲେ ।

ସିଏମଡି (ସେଲ)ର ଅମରନ୍ଦୁ ପ୍ରକାଶ, ସ୍କୋପର ଡିଜି ଅତୁଲ ସୋବଟି, ଏନଟିପିସିର (ଏଚ୍‌ଆର) ନିର୍ଦ୍ଦେଶକ ଉତ୍କଳ ଲାଲ ଏବଂ ସ୍କୋପର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ପୁରସ୍କାର ବିତରଣ କରାଯାଇଥିଲା । ଡି.କେ ପଟେଲ, ଏନଟିପିସିର ନିର୍ଦ୍ଦେଶକ (ଏଚଆର), ଦଳର ସଦସ୍ୟମାନଙ୍କୁ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

କୁଇଜରେ ଦେଶର ବିଭିନ୍ନ ମହାରତ୍ନ, ନବରତ୍ନା ଏବଂ ମିନିରତ୍ନ ପିଏସୟୁ (ପବ୍ଲିକ ସେକ୍ଟର ଅଣ୍ଡରଟେକିଂ) ର ୧୦୦ ରୁ ଅଧିକ ଦଳ ଅଂଶଗ୍ରହଣ କରିଥିଲେ । ପ୍ରାରମ୍ଭିକ ସ୍କ୍ରିନିଂ ରାଉଣ୍ଡ ଦୁଇଟି ସେମିଫାଇନାଲ ପରେ ହୋଇଥିଲା । ଯାହା ପରେ ଗ୍ରାଣ୍ଡ ଫାଇନାଲରେ ଚାରୋଟି ଦଳ ଥିଲେ – (ଏନଟିପିସି ର ଗୋଟିଏ ଦଳ ଏବଂ ସେଲ ର ତିନି ଦଳ) ଚାରି ରାଉଣ୍ଡ କୁଇଜ୍ ପରେ ଏନଟିପିସି ଦଳ ବିଜେତା ଘୋଷିତ ହୋଇଥିଲା ।

ଏହି କୁଇଜରେ ପରିଚାଳନା ଧାରଣା, ସାମ୍ପ୍ରତିକ ବ୍ୟବସାୟିକ ସ୍ଥିତି, ବିଭିନ୍ନ ବ୍ରାଣ୍ଡ, ବିଭିନ୍ନ ବ୍ୟବସାୟିକ ବ୍ୟକ୍ତିତ୍ୱ, ଇତିହାସ ଏବଂ ସାର୍ବଜନୀନ କ୍ଷେତ୍ର କମ୍ପାନୀଗୁଡିକ ଉପରେ ପ୍ରଶ୍ନ କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

seventeen + sixteen =