ଟାଟା ସଲ୍ଟ ପକ୍ଷରୁ ପୁରୀ ରଥଯାତ୍ରାରେ ଆୟୋଡିନ୍ ଉପରେ ସଚେତନତା ସୃଷ୍ଟି ଲକ୍ଷ୍ୟ

ଭୁବନେଶ୍ୱର: ଟାଟା ସଲ୍ଟ ପକ୍ଷରୁ ପ୍ରଭୁ ଜଗନ୍ନାଥଙ୍କ ପୁରୀ ରଥଯାତ୍ରା ସମୟରେ ଆକର୍ଷଣୀୟ କ୍ଷେତ୍ର ଭିତିକ କାର୍ଯ୍ୟକ୍ରମ ‘ଟାଟା ସଲ୍ଟ ସ୍ୱାସ୍ଥ୍ୟ ଯାତ୍ରା’ ଜରିଆରେ ଆୟୋଡିନ୍‌କୁ ନେଇ ସଚେତନତା ସୃଷ୍ଟି କରାଯ।।ଉଛି । ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ହେଉଛି ପିଲାମାନଙ୍କ ମସ୍ତିଷ୍କ ବିକାଶରେ ଆୟୋଡିନ୍‌ର ଗୁରୁତ୍ୱକୁ ଜଣାଇବା ଏବଂ ଟାଟା ସଲ୍ଟର ଉତ୍କୃଷ୍ଟ ମାନ ଓ ଶୁଦ୍ଧତାକୁ ପ୍ରଦର୍ଶିତ କରିବା ।
ପିଲାମାନଙ୍କ ମସ୍ତିଷ୍କ ବିକାଶରେ ଆୟୋଡିନ୍‌ର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଟାଟା ସଲ୍ଟ ଭଲ ଭାବେ ବୁଝିଛି । ମସ୍ତିଷ୍କ ବିକାଶ ଲାଗି ଆବଶ୍ୟକ ସଠିକ୍ ପରିମାଣର ଆୟୋଡିନ୍ ଟାଟା ସଲ୍ଟ ପ୍ରଦାନ କରୁଛି । ଟାଟା ସଲ୍ଟ ଶୁଦ୍ଧତାର ଶ୍ରେଷ୍ଠ ମାନକୁ ବଜାୟ ରଖୁଛି ଯାହାକୁ ପୁରୀରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦର୍ଶିତ କରାଯାଉଛି ।
ଏହି ଆକର୍ଷଣୀୟ ଅଭିଯାନ ସମ୍ପର୍କରେ ଟାଟା କଂଜ୍ୟୁମର ପ୍ରଡକ୍ଟସ୍‌ର ସଭାପତି-ପ୍ୟାକେଜଡ୍ ଫୁଡ୍‌ସ-ଇଣ୍ଡିଆ ଦୀପିକା ଭାନ୍ କହିଛନ୍ତି ଯେ, “ସମ୍ମାନଜନକ ପୁରୀ ରଥ ଯାତ୍ରାରେ ଟାଟା ସଲ୍ଟ ସ୍ୱାସ୍ଥ୍ୟ ଯାତ୍ରା ଆଣିବାରୁ ଆମେ ଉଲ୍ଲସିତ । ଏକ ଦାୟିତ୍ୱବାନ ବ୍ରାଣ୍ଡ୍ ଭାବେ ପିଲାମାନଙ୍କ ମସ୍ତିଷ୍କ ବିକାଶରେ ଆୟୋଡିନ୍‌ର ଗୁରୁତ୍ୱକୁ ଆମେ ବୁଝିଛୁ ଏବଂ ଆମ ଲୁଣର ଆୟୋଡିନ୍ ଉପାଦାନ, ସେଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି । ଏହି ଅଭିଯାନ ଜରିଆରେ ଆୟୋଡିନ୍‌ର ଗୁରୁତ୍ୱ ଓ ଟାଟା ସଲ୍ଟର ଶୁଦ୍ଧତା ସମ୍ପର୍କରେ ଲୋକମାନଙ୍କ ଭିତରେ ଆମେ ସଚେତନତା ସୃଷ୍ଟି କରିବାକୁ ଚାହୁଛୁ । ଜିଟି ରୋଡ୍ (ବଡ଼ଦାଣ୍ଡ)ରେ ସ୍ଥାପନ କରାଯାଇଥିବା ଆମ ଷ୍ଟଲ୍ ପରିଦର୍ଶନ କରି ଉତ୍ପାଦର ଉତ୍କୃଷ୍ଠତାର ପ୍ରତ୍ୟକ୍ଷ ଅନୁଭବ ନେବା ଲାଗି ଆମେ ସମସ୍ତଙ୍କୁ ଆମନ୍ତ୍ରଣ କରୁଛୁ ।’’
ପିଲାମାନଙ୍କ ମସ୍ତିଷ୍କ ବିକାଶରେ ଆୟୋଡିନ୍ ଗ୍ରହଣ କରୁଥିବା ଗୁରୁତ୍ୱପୂର୍ଣ୍ଣ ଭୂମିକା ଓ ସୁସ୍ଥକର ଜୀବନଯାପନ ଉପରେ ସଚେତନତା ସୃଷ୍ଟି କରିବା ଲାଗି ଟାଟା ସଲ୍ଟ ସ୍ୱାସ୍ଥ୍ୟ ଯାତ୍ରାରେ ଲକ୍ଷ୍ୟ ରଖାଯାଇଛି । ପ୍ରଭୁ ଜଗନ୍ନାଥଙ୍କ ନଅ ଦିନ ବ୍ୟାପୀ ରଥଯାତ୍ରା ଲୋକମାନଙ୍କୁ ଟାଟା ସଲ୍ଟର ବିଭିନ୍ନ ଲାଭ ବିଷୟରେ ଜାଣିବାର ସ୍ୱତନ୍ତ୍ର ସୁଯୋଗ ପ୍ରଦାନ କରିଛି । ପ୍ରତିଦିନ ଲୁଣ ଉପରେ ନିର୍ଭରଶୀଳ ଥିବା ନିୟୁତାଧିକ ଲୋକଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବା ଲକ୍ଷ୍ୟ ରଖି ଆୟୋଜନ କରାଯାଇଥିବା ଏହି କାର୍ଯ୍ୟକ୍ରମ, ସ୍ୱାସ୍ଥ୍ୟ ଓ କଲ୍ୟାଣ ଉପରେ ସଚେତନତା ସୃଷ୍ଟି କରିବା ଲାଗି ଟାଟା ସଲ୍ଟର ଉତ୍ସର୍ଗୀକୃତ ମନୋଭାବ ସହ ଖାପଖାଉଛି ।
ଏହି କାର୍ଯ୍ୟକ୍ରମରେ ଯୋଡ଼ି ହେବା ଏବଂ ଟାଟା ସଲ୍ଟର ଲାଭର ପ୍ରତ୍ୟକ୍ଷ ଅନୁଭବ ନେବା ଲାଗି ଟାଟା ସଲ୍ଟ ପକ୍ଷରୁ ପୁରୀ ରଥଯାତ୍ରାର ସମସ୍ତ ଅଂଶଗ୍ରହଣକାରୀ ଓ ପରିଦର୍ଶକମାନଙ୍କୁୁ ଆମନ୍ତ୍ରଣ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

19 − 10 =