ଏନସିପିର ଶିବସେନା ସାମ୍ନାରେ ନୂଆ ସର୍ତ୍ତ

ନୂଆଦିଲ୍ଲୀ ()ମହାରାଷ୍ଟ୍ର ସରକାର ଗଠନରେ ପୁଣି ଆସିଲା ନୂଆ ଟ୍ୱିଷ୍ଟ । ନିଜ ଜାଲରେ ନିଜେ ଫସିଗଲେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ । କଂଗ୍ରେସର ନିଷ୍ପତ୍ତି ଉପରେ ସରକାର ଗଠନ ନିର୍ଭର କରୁଛି ବୋଲି କହୁଥିବା ଏନସିପି ଶିବସେନା ସାମ୍ନାରେ ନୂଆ ସର୍ତ୍ତ ରଖିଛି ।

ଶରଦ ପାୱାର ମୁଖ୍ୟମନ୍ତ୍ରୀ ପଦକୁ ନେଇ ୫୦-୫୦ ଫର୍ମୁଲା ଚାହୁଁଛନ୍ତି । ଉଭୟ ଶିବସେନା ଓ ଏନସିପି ଅଢ଼େଇ-ଅଢ଼ଇ ବର୍ଷ ମୁଖ୍ୟମନ୍ତ୍ରୀ ମଙ୍ଗ ସମ୍ଭାଳନ୍ତୁ ବୋଲି ସେ ମତ ରଖିଛନ୍ତି ।

ସରକାର ଗଠନ ପାଇଁ ବିପେପି ଅଅସମର୍ଥତା ପ୍ରକାଶ କରିବା ପରେ ଶିବସେନାକୁ ସୁଯୋଗ ଦିଆଯାଇଥିଲା । ଶିବସେନା-ଏନସିପି ମେଣ୍ଟ ପାଇଁ କଂଗ୍ରେସର ସମର୍ଥନ ଆବଶ୍ୟକ ପଡ଼ୁଥିବା ବେଳେ ଏବେ ଏନସିପି ମୁଖ୍ୟ ଶରଦ ପାୱାର ସରକାର ଗଠନରେ କେଁ ପୁରାଇଛନ୍ତି । ଏନସିପି ପକ୍ଷରୁ ଶିବସେନା ସମ୍ମୁଖରେ ୫୦-୫୦ ଫର୍ମୂଲା ଉପସ୍ଥାପନ କରାଯାଇଛି । ୫୦-୫୦ ଫର୍ମୁଲାରେ ଫସିଲା ଶିବସେନା । ପାଓ୍ବାର ଅଢ଼େଇ-ଅଢ଼େଇ ବର୍ଷ ମୁଖ୍ୟମନ୍ତ୍ରୀ ଫର୍ମୂଲା ଉପରେ ଚିନ୍ତା କରୁଥିବା କଥା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

12 − 2 =