ଟାଟା ଏଆଇଏ ପକ୍ଷରୁ ପଲିସିଧାରକମାନଙ୍କ ଲାଗି ୧,୧୮୩ କୋଟି ଟଙ୍କାର ସର୍ବକାଳୀନ ସର୍ବାଧିକ ବୋନସ ଘୋଷଣା

ଭୁବନେଶ୍ୱର: ଭାରତର ଅଗ୍ରଣୀ ଜୀବନ ବୀମା କଂପାନି ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସ କଂପାନି ଲିମିଟେଡ୍ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ଅଂଶଗ୍ରହଣକାରୀ ପଲିସିଧାରକଙ୍କ ପାଇଁ ୧,୧୮୩ କୋଟି ଟଙ୍କାର ବୋନସ ଘୋଷଣା କରାଯାଇଛି । କଂପାନି ବିଗତବର୍ଷଗୁଡ଼ିକରେ ଏହାର ଯୋଗ୍ୟ ପଲିସିଧାରକମାନଙ୍କୁ ବୋନସ ପ୍ରଦାନ କରୁଛି । ୨୦୨୨ ଆର୍ଥିକ ବର୍ଷରେ କଂପାନି ୮୬୧ କୋଟି ଟଙ୍କାର ବୋନସ୍ ପ୍ରଦାନ କରିଥିବା ବେଳେ ୨୦୨୨-୨୩ ଆର୍ଥିକ ବର୍ଷ ତା’ଠାରୁ ୩୭% ଅଧିକ ବୋନସ୍ ଦେଇଛି । ଏହି ବୋନସ୍ ପାଇବା ଲାଗି ମୋଟ ୭,୪୯,୨୨୯ ପାର୍ଟିସିପେଟିଂ ପଲିସି ଯୋଗ୍ୟ ବିବେଚିତ ହୋଇଛି ।
ପାଣ୍ଠିର ଦୃଢ଼ ପରିଚାଳନା ଦକ୍ଷତା ଓ ବିପଦକୁ ସଠିକ୍ ଢଙ୍ଗରେ ପରିଚାଳନା କରୁଥିବାରୁ ଟାଟା ଏଆଇଏ ପାର୍ଟିସିପେଟିଂ ପଲିିସିଧାରକମାନଙ୍କୁ ନିୟମିତ ଭାବେ ଅଧିକ ନୋବସ ପ୍ରଦାନ କରାଯାଉଛି । ଗ୍ରାହକମାନେ ଅଭିନବ ବୀମା ସମାଧାନର ଲାଭବାନ ହୁଅନ୍ତୁ ଓ ତାହାକୁ ଉପଭୋଗ କରନ୍ତୁ ବୋଲି କଂପାନି ଚାହୁଛି । କଂପାନିର ଶ୍ରେଷ୍ଠ ପର୍ସିଷ୍ଟେନ୍‌ସିକୁ ଗ୍ରାହକମାନେ ଭଲ ଭାବେ ବୁଝିଛନ୍ତି । ପର୍ସିଷ୍ଟେନ୍ସି ହେଉଛି ଏକ ମାନକ ଯ।।ହା ନିଜ ପଲିସିକୁ ନବୀକରରଣ କରିବାକୁ ଚାହୁଥିବା ଗ୍ରାହକଙ୍କ ଶତାଂଶ ଜଣାଉଛି ।
ଏହି ଅବସରରେ ଟାଟା ଏଆଇଏ ଲାଇଫ୍ ଇନ୍‌ସ୍ୟୁରାନ୍ସର ସଭାପତି ଓ ଚିଫ୍ ଫାଇନାନ୍ସିଆଲ ଅଫିସର ସମିତ ଉପାଧ୍ୟାୟ କହିଛନ୍ତି ଯେ, “ଗ୍ରାହକଙ୍କ ପ୍ରତି ରହିଥିବା ଭଲ ପାଇବାର ମୂଳ ମୂଲ୍ୟବୋଧ ଦ୍ୱାରା ଟାଟା ଏଆଇଏ ଲାଇଫ୍ ଆଗକୁ ବଢ଼ୁଛି । ଗ୍ରାହକମାନଙ୍କ ଆର୍ଥିକ କଲ୍ୟାଣର ସହଯୋଗୀ ହେବା ଲାଗି ଆମେ ଉଦ୍ୟମ କରୁଛୁ ଏବଂ ଏହି ବୋନସ ଘୋଷଣା ଆମ ପଲିସିଧାରକମାନଙ୍କ ପ୍ରତି ଆମର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ । ଟାଟା ଏଆଇର ଗ୍ରାହକମାନେ ଆର୍ଥିକ ଭାବେ ସୁରକ୍ଷିତ ଏବଂ ସେମାନଙ୍କ ବିଶ୍ୱାସନୀୟତା ଯେଭଳି ଲାଭଦାୟକ ହେବ ସେଥିପାଇଁ ଆମେ କଠିନ ପରିଶ୍ରମ ଜାରି ରଖିବୁ ।’’
ଟାଟା ଏଆଇଏ ବିକାଶ କରିିଥିବା ପିଏଆର୍ ଉତ୍ପାଦରେ ଆୟ ସମେତ ବୋନସ ଆକାରରେ ଏକକାଳୀନ ଲାଭ ପ୍ରଦାନ କରିବା ସୁବିଧା ରହିଛି । ଏହି ସମାଧାନଗୁଡ଼ିକରେ ନିବେଶ ଗ୍ରାହକମାନଙ୍କୁ ବିନା ବିପଦରେ ବଜାର ସହ ଯୋଡ଼ି ହୋଇଥିବା ଉତ୍ପାଦ ଜରିଆରେ ନିଜ ନିବେଶକୁ ବଢ଼ାଇବାର ସୁଯୋଗ ପ୍ରଦାନ କରୁଛି । ନଗଦ ରାଶି ବୋନସ ଲିକ୍ୱିଡିଟି ପ୍ରଦାନ କରୁଥିବା ବେଳେ ଜୀବନ ବୀମା ସୁରକ୍ଷା ବ୍ୟତୀତ ଟର୍ମିନାଲ୍ ବୋନସ୍ ଗ୍ରାହକମାନଙ୍କୁ ସଂପତି ସୃଷ୍ଟି କରିବାରେ ସହାୟକ ହେଉଛି ।

Share

Leave a Reply

Your email address will not be published. Required fields are marked *

9 + 15 =