ପିରାମଳ ଫାର୍ମା ଲିମିଟେଡ୍ ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସାଡର ଯୀଶୁ ସେନଗୁପ୍ତାଙ୍କୁ ନେଇ “ପଲିକ୍ରଲ୍‌” ପାଇଁ ନୂଆ ଅଭିଯାନ

ଭୁବନେଶ୍ୱର: ପିରାମଳ ଫାର୍ମା ଲିମିଟେଡ୍ (ପିପିଏଲ୍‌)ର କଂଜ୍ୟୁମର ପ୍ରଡକ୍ଟ ଡିଭିଜନ୍ ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସାଡର ଯୀଶୁ ସେନଗୁପ୍ତାଙ୍କୁ ନେଇ ବିଶ୍ୱସନୀୟ ଏଡିସ୍ ନିବାରକ “ପଲିକ୍ରଲ୍‌” ପାଇଁ ନୂଆ ଡିଜିଟାଲ୍ ଅଭିଯାନର ଶୁଭାରମ୍ଭ କରାଯାଇଛି । ପାଚନ ଶକ୍ତି ବୃଦ୍ଧି କରିବାକୁ ନେଇ ରହିଥିବା ବ୍ୟାଖ୍ୟାକୁ ପୁନଃ ନିର୍ଧାରଣ କରିବାରେ ଏହି ସହଯୋଗିତା ପଲିକ୍ରଲ୍ ଯାତ୍ରାରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ସାବ୍ୟସ୍ତ ହେବ ।
ଚାରି ଦଶନ୍ଧିରୁ ଅଧିକ ସମୟର ଏକ ସମୃଦ୍ଧ ପରମ୍ପରା ସହିତ ପଲିକ୍ରଲ ଲକ୍ଷ ଲକ୍ଷ ଲୋକଙ୍କ ବିଶ୍ୱାସ ଏବଂ ଆତ୍ମବିଶ୍ୱାସ ଅର୍ଜନ କରିଛି । ଏସିଡିଟିରୁ ଶୀଘ୍ର ଏବଂ ଦୀର୍ଘସ୍ଥାୟୀ ମୁକ୍ତି ଚାହୁଁଥିବା ଲୋକଙ୍କ ପାଇଁ ଏହା ନିଜକୁ ଏକ ସମାଧାନ ଭାବରେ ପ୍ରତିଷ୍ଠିତ କରିଛି । ପୁଦିନା ଏବଂ କମଳା ସ୍ୱାଦରେ ଉପଲବ୍ଧ ପଲିକ୍ରଲ ଭାରତର ଏକ ଅଗ୍ରଣୀ ତରଳ ଆଂଟାସିଡ୍ ବ୍ରାଣ୍ଡ ଏବଂ ପଶ୍ଚିମବଙ୍ଗ, ଆସାମ ଏବଂ ଓଡ଼ିଶା ସମେତ ପୂର୍ବ ଭାରତର ଶ୍ରେଷ୍ଠ ୩ଟି ବ୍ରାଣ୍ଡ ମଧ୍ୟରେ ଉପସ୍ଥିତି ରହିଛି । ଏହା ଚବାଇବା ଯୋଗ୍ୟ ବଟିକା ଆକାରରେ ମଧ୍ୟ ଉପଲବ୍ଧ ରହିଛି ।
ଏହି ଅଭିଯାନର କାହାଣୀ କେନ୍ଦ୍ରରେ ଏକ ସମ୍ପର୍କୀୟ ଦୃଶ୍ୟକୁ ନେଇ ଗଠିତ ଯେଉଁଥିରେ ଯୀଶୁ ସେନଗୁପ୍ତା ଜଣେ କର୍ପୋରେଟ୍ ପେସାଦାର ଭାବରେ ଖାଦ୍ୟ ଉପରେ କାର୍ଯ୍ୟକୁ ନିରନ୍ତର ପ୍ରାଥମିକତା ଦେଉଛନ୍ତି । ଦ୍ରୁତ ଜୀବନଶୈଳୀ ଏବଂ ଅନିୟମିତ ଖାଇବା ଅଭ୍ୟାସ ଦ୍ୱାରା ପରିଚିତ ଏକ ଯୁଗରେ ଏହି ଅଭିଯାନ ବ୍ରାଣ୍ଡର ବିଶ୍ୱସନୀୟତା ଏବଂ ସମୟୋପଯୋଗୀ ଆରାମ ପ୍ରଦାନ କରିବାରେ ଫଳପ୍ରଦତା ଉପରେ ଗୁରୁତ୍ୱାରୋପ କରୁଛି । ଏହାର ହାଇ ଆକ୍ସନ ଫର୍ମୁଲା ୧୦ ସେକେଣ୍ଡରେ କାର୍ଯ୍ୟ ଆରମ୍ଭ କରିଥାଏ ଏବଂ ଏହାର ସର୍ବୋଚ୍ଚ ଏଏନପି (ଏସିଡ୍ ନ୍ୟୁଟ୍ରାଲାଇଜିଂ ପୋଟେନସିଆଲ) ବ୍ୟକ୍ତିକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଆରାମ ଦେଉଛି ।
ପିରାମଲ ଉପଭୋକ୍ତା ଉତ୍ପାଦ ଡିଭିଜନର ସିଇଓ ନୀତୀଶ ବଜାଜ କହିଛନ୍ତି ଯେ, “ପଲିକ୍ରଲ ପରିବାରରେ ଯୀଶୁ ସେନଗୁପ୍ତାଙ୍କୁ ସ୍ୱାଗତ କରି ଆମେ ଆନନ୍ଦିତ । ପୂର୍ବ ଭାରତର ଲୋକମାନଙ୍କ ସହିତ ତାଙ୍କର ସମ୍ପର୍କ ଏବଂ ତାଙ୍କର ବ୍ୟାପକ ଆକର୍ଷଣ ଆମ ବ୍ରାଣ୍ଡର ବିଶ୍ୱସନୀୟତାର ନୀତି ସହିତ ସମ୍ପୂର୍ଣ୍ଣ ଭାବରେ ମେଳ ଖାଉଛି । ଆମ ଉଦ୍ଦେଶ୍ୟ ସହିତ ତାଙ୍କର ଗଭୀର ଅନୁଭୂତିକୁ ଦୃଷ୍ଟିରେ ରଖି ଆମେ ଏକ ଅବିଶ୍ୱସନୀୟ ଭାବରେ ପରିପୂର୍ଣ୍ଣ ସହଯୋଗ ପାଇଁ ଅପେକ୍ଷା ରଖିଛୁ ।”
ଅଭିନେତା, ପ୍ରଯୋଜକ ଏବଂ ଟେଲିଭିଜନ ଉପସ୍ଥାପକ ଯୀଶୁ ସେନଗୁପ୍ତା କହିଛନ୍ତି ଯେ, “ଉପଯୁକ୍ତ ଯତ୍ôନ ସହିତ ବ୍ୟସ୍ତବହୁଳ କାର୍ଯ୍ୟସୂଚୀକୁ ସନ୍ତୁଳିତ କରିବାର ଗୁରୁତ୍ୱକୁ ବୁଝୁଥିବା ବ୍ୟକ୍ତି ଭାବରେ ମୁଁ ପଲିକ୍ରଲକୁ ପ୍ରତିନିଧିତ୍ୱ କରି ଆନନ୍ଦିତ । ଏହି ବ୍ରାଣ୍ଡ ପାଚନ ସୁସ୍ଥତାକୁ ପୁନଃନିର୍ଦ୍ଧାରଣ କରିବା ପାଇଁ ଏହାର ପ୍ରତିବଦ୍ଧତାରେ ଉଲ୍ଲେଖନୀୟ ଅଗ୍ରଗତି କରିଛି ଏବଂ ମୁଁ ସମଗ୍ର ଅଂଚଳରେ ଲକ୍ଷ ଲକ୍ଷ ଲୋକଙ୍କୁ ଆଶ୍ୱସ୍ତି ଏବଂ ଆରାମ ପ୍ରଦାନ କରିବାର ଯାତ୍ରାରେ ଯୋଗଦାନ କରିବାକୁ ଚାହୁଁଛି ।”

Share

Leave a Reply

Your email address will not be published. Required fields are marked *

sixteen + 20 =