ସଚିନଙ୍କ ସହ ସେଲ୍ଫି ଉଠାଇବାକୁ ଯାଇ ଯୁବତୀ ହଟହଟା

ଭୁବନେଶ୍ୱର () କଳିଙ୍ଗ ଷ୍ଟିଡିୟମରେ ଆୟୋଜିତ ବିଶ୍ୱକପ ହକିର ଫାଇନାଲ ମ୍ୟାଚରେ ଯୋଗ ଦେବାକୁ ଆଜି ସନ୍ଧ୍ୟାରେ ପହଞ୍ଚିଛନ୍ତି କ୍ରିକେଟର କିମ୍ବଦନ୍ତୀ ସଚିନ ଟେନ୍ଦୁଲକର । ସେ ଷ୍ଟାଡିୟମରେ ସେଲ୍ଫି ମଧ୍ୟ ଉଠାଇଛନ୍ତି । ମ୍ୟାଚକୁ ଉପଭୋଗ କରିଛନ୍ତି । ସେ ଷ୍ଟାଡିୟମରେ ପହଂଚିବା ପରେ ଦର୍ଶକଙ୍କ ଉତ୍ସାହ ବୃଦ୍ଧି ପାଇଥିଲା ।

ତେବେ ଭୁବନେଶ୍ୱର ବିମାନ ବନ୍ଦରରୁ ସଚିନ ବାହାରି ଷ୍ଟାଡିୟମ ଯିବା ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି । ବିମାନ ବନ୍ଦର ସୁରକ୍ଷା ବଳୟକୁ ଭାଙ୍ଗି ଜଣେ ଯୁବତୀ ସଚିନଙ୍କ ସହ ସେଲ୍ଫି ଉଠାଇବାକୁ ତାଙ୍କ ନିକଟରେ ପହଞ୍ଚି ଯାଇଥିଲେ । ପରେ ସୁରକ୍ଷାକର୍ମୀ ସମ୍ପୃକ୍ତ ଯୁବତୀଙ୍କୁ ଅଟକ ରଖି ତାଙ୍କ ଚିହ୍ନଟପତ୍ର ଯାଞ୍ଚ କରିବା ସହ ପଚରାଉଚରା କରିଥିଲେ । ସମ୍ପୃକ୍ତ ଯୁବତୀ ବିମାନବନ୍ଦର କର୍ମଚାରୀ ବୋଲି କୁହାଯାଉଥିଲେ ମଧ୍ୟ ତାଙ୍କ ପରିଚୟ ମିଳିପାରିନାହିଁ। ଯୁବତୀ ଜଣକ ସୁରକ୍ଷା କର୍ମୀଙ୍କ ଯାଂଚରେ ଭୟବିତ ହୋଇ କାନ ଧରି ଭୁଲ ମାଗୁଥିବା ଦେଖିବାକୁ ମିଳିଥିଲା ।

Share

Leave a Reply

Your email address will not be published. Required fields are marked *

twenty − three =