କମିଶନରେଟ୍ ପୋଲିସ ମୁଖ୍ୟାଳୟ ହେଲା ପୋଲିସ ସେବା ଭବନ

ଭୁବନେଶ୍ୱର() ଆଜି କମିଶନରେଟ୍ ପୋଲିସର ୧୨ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ସପ୍ତମ ବାଟାଲିଆନରେ ସ୍ବତନ୍ତ୍ର କାର୍ୟ୍ୟକ୍ରମ ଆୟୋଜିତ ହୋଇଛି । ଆଜିଠୁ କମିଶନରେଟ୍ ପୋଲିସ ମୁଖ୍ୟାଳୟର ନାମ ପରିବର୍ତ୍ତନ ହୋଇ ପୋଲିସ ସେବା ଭବନ ଭାବେ ନାମିତ କରାଯାଇଛି । ପ୍ରତିଷ୍ଠା ଦିବସ ଅବସରରେ ଏହି ଘୋଷଣା କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ । କମିଶନରେଟ୍ ପୋଲିସ ପକ୍ଷରୁ ଚିତ୍ତାକର୍ଷକ ପରେଡ୍ ପ୍ରଦର୍ଶନ କରାଯାଇଥିଲା। ଡିଜିପି ଅଭୟ ଏବଂ ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଯୋଗଦେଇ ପରେଡ୍ ଅଭିଭାଦନ ଗ୍ରହଣ କରିଥିଲେ।

କମିଶନର କହିଛନ୍ତି, ଆମେ ‘ଉଇ କେୟାର ଉଇ ଡେୟାର’ ସୀମିତ ନ ରହି ଆହୁରି ଦୁଇ ପାଦ ଆଗକୁ ବଢ଼ିବୁ। ଆମ ପୋଲିସ ଆମ ସୁରକ୍ଷା, ଦିଗରେ ଗୁରୁତ୍ଵ ଦେବୁ। ସମବେଦନା, ସହାନୁଭୂତି ଓ ବୃତ୍ତିଗତ ଦକ୍ଷତା, ଏହି ୩ଟି ଶବ୍ଦକୁ ପାଥେୟ କରି କମିଶନରେଟ୍ ପୋଲିସ ଆଗକୁ ବଢ଼ିବ ଏବଂ ତା’ର ରଣନୀତି ସେହି ଅନୁସାରେ ପ୍ରସ୍ତୁତ କରିବ।

Share

Leave a Reply

Your email address will not be published. Required fields are marked *

eleven + fourteen =