ଟିପିସିଓଡିଏଲ୍ ପକ୍ଷରୁ ଗ୍ରାହକମାନଙ୍କ ପାଇଁ ଏକକାଳୀନ ସମାଧାନ ସ୍କିମ୍ କାର୍ଯ୍ୟକାରୀ

-ଗ୍ରାହକମାନେ ବିଦ୍ୟୁତ୍ ବକେୟା ଉପରେ ୩୦% ପର୍ଯ୍ୟନ୍ତ ଓ ବିଳମ୍ବିତ ପେମେଂଟ୍ ସରଚାର୍ଜ ଉପରେ ଅତିରିକ୍ତ ୮୦% ରିହାତିର ଲାଭ ପାଇପାରିବେ
ଭୁବନେଶ୍ୱର: ଅତୀତର ବକେୟା ବିଲ୍ ପେମେଂଟ୍ ଉପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ଲାଗି ମାନ୍ୟବର ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଅନୁମୋଦିତ ଏକକାଳୀନ ସମାଧାନ ସ୍କିମ୍ (ଓଟିଏସ୍‌)କୁ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ କାର୍ଯ୍ୟକାରୀ କରାଯାଇଛି । ଏହି ସ୍ୱତନ୍ତ୍ର ସ୍କିମ୍‌ରେ ୨୦୨୦ ମେ’ ୩୧ ପର୍ଯ୍ୟନ୍ତ ଥିବା ବିଦ୍ୟୁତ୍ ବକେୟା ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବ ।
ସମସ୍ତ ଲୋ ଟେନ୍‌ସନ୍ ଗ୍ରାହକ ଯେଉଁମାନଙ୍କ ଦୀର୍ଘଦିନରୁ ବିଦ୍ୟୁତ୍ ବିଲ୍ ବକେୟା ହୋଇରହିଛି ସେମାନେ ଅତୀତର ବକେୟା ମୂଳ ରାଶି ଉପରେ ଏକକାଳୀନ ୩୦% ପର୍ଯ୍ୟନ୍ତ ରିହାତି ଏବଂ ବିଳମ୍ବିତ ପେମେଂଟ୍ ସରଚାର୍ଜ (ଡିପିଏସ୍‌) ଉପରେ ୮୦% ରିହାତି ପାଇପାରିବେ ଏବଂ ସମସ୍ତ ଏଚ୍‌ଟି/ ଇଏଚ୍‌ଟି ଗ୍ରାହକମାନେ ବିଳମ୍ବିତ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇପାରିବେ ।
ଦୀର୍ଘଦିନରୁ ବିଦ୍ୟୁତ୍ ବିଲ ବକେୟା ରଖିଥିବା ଗ୍ରାହକମାନେ ତୁରନ୍ତ ଟିପିସିଓଡିଏଲ୍‌ର ଗ୍ରାହକ ସେବା କେନ୍ଦ୍ର, ସବ୍‌-ଡିଭିଜନ/ ଡିଭିଜନ/ ସେକ୍ସନ ଅଫିସ ଜରିଆରେ କିମ୍ବା ୧୯୧୨/ ୧୮୦୦-୩୪୫-୭୧୨୨ ନମ୍ବର ଡାଏଲ୍ କରି ପଂଜୀକରଣ କରିପାରିବେ । ଗ୍ରାହକମାନେ ୯୧୨୪୯୯୮୭୨୯ ନମ୍ବରରେ ହ୍ୱାଟସ୍‌ଆପ୍ କରି ମଧ୍ୟ ପଞ୍ଜୀକରଣ କରିପାରିବେ । ଟିପିସିଓଡିଏଲ୍‌ର ଗାଁ ଚାଲ ଶିବିରରେ ମଧ୍ୟ ପଞ୍ଜୀକରଣ ପ୍ରକ୍ରିୟା ସୁବିଧା ପ୍ରଦାନ କରାଯାଉଛି ।
ଦୀର୍ଘଦିନର ବିଦ୍ୟୁତ ବିଲ୍ ବକେୟା ରଖିଥିବା ଗ୍ରାହକମାନଙ୍କ ଲାଗି ଏହି ଓଟିଏସ୍ ସ୍କିମ୍ ଏକ ସୁବର୍ଣ୍ଣ ସୁଯୋଗ । ଯେହେତୁ ଏହି ସ୍କିମ୍ ସୀମିତ ଅବଧି ଲାଗି ଖୋଲା (ଉପଲବ୍ଧ) ହୋଇଛି ତେଣୁ ଦୀର୍ଘଦିନ ଧରି ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଗ୍ରାହକମାନେ ତୁରନ୍ତ ଏଥିରେ ନିଜକୁ ପଞ୍ଜୀକରଣ କରି ଏହି ସ୍କିମ୍ ଅଧୀନରେ ପ୍ରଦାନ କରାଯାଉଥିବା ଲୋଭନୀୟ ସୁବିଧାର ଲାଭ ହାସଲ କରିପାରିବେ ।

Share

Leave a Reply

Your email address will not be published. Required fields are marked *

fourteen + 12 =