ଏହି ୩ ଅଭିନେତାଙ୍କ ପ୍ରେମରେ ଥିଲେ କରିସ୍ମା

ବଲିଉଡର ୯୦ ଦଶକରେ ରାଜ କରୁଥିଲେ ଅଭିନେତ୍ରୀ କରିସ୍ମା କପୁର । ଆଜିକାଲି କରିସ୍ମା ଲାଇମ୍ଲାଇଟ୍ରୁ ଦୂରାଇ ଯାଇଛନ୍ତି। ଫିଲ୍ମରେ ମଧ୍ୟ ନଜର ଆସୁନାହାନ୍ତି କରିସ୍ମା। ତଥାପି ଚର୍ଚ୍ଚାରେ ଥାନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ। କରିସ୍ମା ବ୍ୟକ୍ତିଗତ ଜୀବନରେ ତାଙ୍କ ବିବାହିତ ଜୀବନକୁ ସଫଳ କରିପାରିଲେ ନାହିଁ। ଏହା ବ୍ୟତୀତ କରିସ୍ମା ଅଧିକ ଏଫେୟର ଥିବା ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ।

କରିସ୍ମା ଓ ଗୋବିନ୍ଦାଙ୍କ ଯୋଡି ବଲିଉଡର ସବୁଠୁ ହିଟ୍ ଯୋଡି ବୋଲି କୁହାଯାଏ। ସୂଚନାଯୋଗ୍ୟ ଯେ, ଶୁଟିଂ ସମୟରେ ଗୋବିନ୍ଦା କରିସ୍ମାଙ୍କର ବହୁତ ଧ୍ୟାନ ରଖୁଥିଲେ। ଧିରେ ଧିରେ ଉଭୟଙ୍କ ମଧ୍ୟରେ ପ୍ରେମ ଭାବ ବଢୁଥିଲା ହେଲେ ଗୋବିନ୍ଦା ବିବାହିତ ହୋଇଥିବାରୁ ଦୁହେଁଙ୍କ ସମ୍ପର୍କ ଆଗକୁ ବଢିନଥିଲା।

କରିସ୍ମା କପୁର ସଲମାନ ଖାନଙ୍କ ସହ ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ତାଙ୍କ ଯୋଡି ସଲମାନଙ୍କ ସହ ମଧ୍ୟ ହିଟ୍ ରହିଛି। ଉଭୟଙ୍କ ଯୋଡି ଅନ୍ସ୍କ୍ରିନରେ ବହୁତ ପସନ୍ଦ କରାଯାଇଥିଲା। ରିପୋର୍ଟ ଅନୁସାରେ ଉଭୟ ଡେଟ୍ କରୁଥିବା ଖବର ସାମ୍ନାକୁ ଆସିଥିଲା। ହେଲେ ଏହି ବିଷୟରେ ଦୁହେଁ କେବେ ସ୍ବୀକାର କରିନଥିଲେ।

କରିସ୍ମା ଓ ଅଜୟ ଏକା ସହ ଅଭିନୟ କରିଥିଲେ। ଏହି ଫିଲ୍ମ ପରେ କରିସ୍ମାଙ୍କୁ ଅଧିକ ସଫଳତା ମିଳିଥିଲା। ଶୁଟିଂ ସମୟରେ ଦୁହେଁଙ୍କ ରିଲେସନଶିପ୍ ନେଇ ବେଶ ଚର୍ଚ୍ଚା ହୋଇଥିଲା। ହେଲେ ଅଜୟଙ୍କ ଜୀବନରେ କାଜୋଲ ଆସିବା ପରେ ଉଭୟଙ୍କ ସମ୍ପର୍କ ଭାଙ୍ଗିଯାଇଥିଲା।

Share

Leave a Reply

Your email address will not be published. Required fields are marked *

1 × four =