ଟିପିଏସ୍ଓଡିଏଲ୍ ପକ୍ଷରୁ କାଳବୈଶାଖୀ ପରେ ବ୍ୟାପକ ପୁନଃ ସ୍ଥାପନ ଓ ମରାମତି

୨୮.୫୫ ସର୍କିଟ୍ କିମି କ୍ଷତିଗ୍ରସ୍ତ ଏଲ୍ ଟି ଏବିସିର ପରିବର୍ତନ/ ମରାମତି କରାଯାଇଛି ଓ ୩୫.୩୫ କିମି କ୍ଷତିଗ୍ରସ୍ତ କଣ୍ଡକ୍ଟରକୁ ପରିବର୍ତନ/ ମରାମତି କରାଯାଇଛି
୨୦୨୨ ତୁଳନାରେ ୨୦୨୩ରେ କାଳବୈଶାଖୀ ଘଟଣାରେ ୨ ଗୁଣାରୁ ଅଧିକ ବୃଦ୍ଧି
ପ୍ରଭାବିତ ୧୦୧୭ ବିଦ୍ୟୁତ ଖୁଂଟ, ୫୯ ଟ୍ରାନ୍ସଫରମରର ପୁନରୁଦ୍ଧାର
ବ୍ରହ୍ମପୁର: ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ କାଳବୈଶାଖୀ ପରେ ବ୍ୟାପକ ପୁନଃ ସ୍ଥାପନ ଓ ମରାମତି କାର‌୍ୟ୍ୟ ହାତକୁ ନିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଏଥିପାଇଁ ସବୁ ସମୟରେ କର୍ମଚାରୀ ନିୟୋଜିତ କରାଯିବା ସହିତ ତୁରନ୍ତ ବିଜୁଳି ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି ।
୨୦୨୩ ମାର୍ଚ୍ଚ ପରେ କାଳବୈଶାଖୀ ପ୍ରଭାବିତ ଇଲାକାରେ ସଫଳତାର ସହିତ ୧୦୧୭ ବିଦ୍ୟୁତ ଖୁଂଟର ପୁନରୁଦ୍ଧାର କରାଯାଇଥିବା ବେଳେ ୫୯ଟି ବଂଟନ ଟ୍ରାନ୍ସଫରକୁ ବଦଳାଇ ଦିଆଯାଇଛି । ଚଳିତ ବର୍ଷ ବାରମ୍ବାର ଘଟୁଥିବା ଅତ୍ୟଧିକ ତୀବ୍ରତର କାଳବୈଶାଖୀ ଘଟଣା ଯୋଗୁଁ ଏହି ଭିତିଭୂମିର ମରାମତି ଜରୁରୀ ଥିଲା ।
ଟିପିଏସ୍ଓଡିଏଲ୍ ର କ୍ଷେତ୍ରରେ କାର‌୍ୟ୍ୟ କରୁଥିବା ୪,୪୨୦ କର୍ମଚାରୀଙ୍କ ଯଥାର୍ଥ ଉଦ୍ୟମ ଫଳରେ କ୍ଷତିଗ୍ରସ୍ତ ହୋଇଥିବା ୨୮.୫୫ ସର୍କିଟ୍ କିମି ଏଲ୍ ଟି କେବୁଲ ଓ କ୍ଷତିଗ୍ରସ୍ତ ୩୫.୩୫ କିମି କଣ୍ଡକ୍ଟରକୁ ବଦଳାଯାଇଛି କିମ୍ବା ପରିବର୍ତନ କରାଯାଇଛି ।
ଚଳିତ ବର୍ଷ କାଳବୈଶାଖୀ ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ହୋଇଥିବାରୁ ଟିପିଏସ୍ଓଡିଏଲ୍ ର ବିଦ୍ୟୁତ ଭିତିଭୂମି ଗୁରୁତର ଭାବେ ପ୍ରଭାବିତ ହୋଇଛି । ୨୦୨୨ ତୁଳନାରେ ଚଳିତ ବର୍ଷ ମାର୍ଚ୍ଚ ପରଠାରୁ କାଳବୈଶାଖୀ ଘଠଣାରେ ଦୁଇ ଗୁଣା ବୃଦ୍ଧି ଘଟିଛି ।
ଏହି ସ୍ଥିତି ସମ୍ପର୍କରେ ମତ ରଖି ଟିପିଏସ୍ଓଡିଏଲ୍ ର ସିଇଓ ଶ୍ରୀ ଅମିତ ଗର୍ଗ କହିଛନ୍ତି ଯେ, “ଆମେ ଆମ ମୂଲ୍ୟବାନ ଗ୍ରାହକମାନଙ୍କୁ ପ୍ରତିଶ୍ରୁତି ଦେବାକୁ ଚାହୁଛୁ ଯେ ନିରବଚ୍ଛିନ୍ନ, ସର୍ବୋତମ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ଶୀଘ୍ର ସ୍ୱାଭାବିକ କରିବା ଲାଗି ଆମେ ପ୍ରତିବଦ୍ଧ ଓ ସେଥିପାଇଁ ଅକ୍ଳାନ୍ତ ପରିଶ୍ରମ କରୁଛୁ। ଏହି ଆହ୍ୱାନପୂର୍ଣ୍ଣ ସମୟରେ ସେମାନଙ୍କ ଧୈର‌୍ୟ୍ୟ ଓ ସମର୍ଥନ ପାଇଁ ଆମେ କୃତଜ୍ଞତା ଜଣାଉଛୁ ।’’

Share

Leave a Reply

Your email address will not be published. Required fields are marked *

one + twelve =