ସାମ୍ବାଦିକ ସମ୍ମିଳନୀ ବେଳେ ବିଜେପି ନେତାଙ୍କୁ ଜୋତା ମାଡ

ବିଜେପି ମୁଖପାତ୍ର ଜି.ବି.ଏଲ. ନରସିଂହା ରାଓଙ୍କୁ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି । ସାମ୍ବାଦିକ ସମ୍ମିଳନୀ ବେଳେ ନରସିଂହାଙ୍କ ଉପରକୁ ଜୋତା ଫିଙ୍ଗିଛନ୍ତି ଜଣେ ବ୍ୟକ୍ତି ।

ସୂଚନା ଅନୁସାରେ ଭାରତୀୟ ଜନତା ପାର୍ଟିର ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରୁଥିଲେ ବିଜେପି ମୁଖପାତ୍ର ଜି.ବି.ଏଲ. ନରସିଂହା ରାଓ । ସେହି ସମୟରେ ତାଙ୍କ ଉପରକୁ ଜଣେ ବ୍ୟକ୍ତି ଜୋତା ଫିଙ୍ଗିଛନ୍ତି । ଜୋତା ଫିଙ୍ଗିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି । ଜୋତା ଫିଙ୍ଗିଥିବା ବ୍ୟକ୍ତି ଜଣଙ୍କ ଉତ୍ତରପ୍ରଦେଶ କାନପୁର ଜିଲ୍ଲାର ବୋଲି ଜଣାପଡିଛି । ସେହି ବ୍ୟକ୍ତିଙ୍କ ନାମ ଶକ୍ତି ଭାର୍ଗବ ବୋଲି କୁହାଯାଉଛି । ବ୍ୟକ୍ତିଙ୍କର ପ୍ରକୃତରେ କଣ ଉଦେଶ୍ୟ ଥିବା ତାହା ବର୍ତ୍ତମାନ ପର୍ୟ୍ୟନ୍ତ ଜଣାପଡିନାହିଁ ।

Share

Leave a Reply

Your email address will not be published. Required fields are marked *

eight + five =