ଟାଟା ପାୱାର ପକ୍ଷରୁ “ଓଃ ମାଇଁ ବିଉଟିଫୁଲ ଓଡ଼ିଶା”ଫଟୋଗ୍ରାଫି ପ୍ରତିଯୋଗିତାର ଶୁଭାରମ୍ଭ

୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ ୧୨ଟି ପୁରସ୍କାର ଜିତିବା ସୁଯୋଗ
 ଓଡ଼ିଶାର ସାଂସ୍କୃତିକ, ପ୍ରାକୃତିକ ଓ ସ୍ଥାପତ୍ୟ ଐତିହ୍ୟକୁ ତୋଳି ଧରିବା ପାଇଁ ଏହି ପ୍ରତିଯୋଗିତାରେ ଫଟୋଗ୍ରାଫି ଉତ୍ସାହୀମାନଙ୍କୁ ଆମନ୍ତ୍ରଣ
 ୩୦ ନଭେମ୍ବର, ୨୦୨୩ ପର୍ଯ୍ୟନ୍ତ ଆବେଦନ ଗ୍ରହଣ କରାଯିବ
 ବିଜେତାମାନେ ୧୫,୦୦୦ ଟଙ୍କା ଲେଖାଏଁଁ ପୁରସ୍କାର ଏବଂ ଟିପି ଓଡ଼ିଶା ୨୦୨୪ କ୍ୟାଲେଣ୍ଡରରେ ସ୍ଥାନ ପାଇବାର ସୁଯୋଗ ପାଇବେ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟାଟା ପାୱାର ନେତୃତ୍ୱାଧୀନ ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ “ଓଃ ମାଇଁ ବିଉଟିଫୁଲ ଓଡ଼ିଶା” ଫଟୋଗ୍ରାଫି ପ୍ରତିଯୋଗିତା ଘୋଷଣା କରାଯାଇଛି । ଓଡ଼ିଶାର ସମୃଦ୍ଧ ଓ ବିବିଧ ସୌନ୍ଦର୍ଯ୍ୟକୁ ପାଳନ ଓ ପ୍ରୋତ୍ସାହିତ କରିବା ପାଇଁ ଏହି ପ୍ରତିଯୋଗିତା ଏକ ନିଆରା ପଦକ୍ଷେପ ଯେଉଁଥିରେ ସବୁ ବର୍ଗର ଫଟୋଗ୍ରାଫରମାନେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭା ପ୍ରଦର୍ଶନ କରିପାରିବେ ।
ଏହି ପ୍ରତିଯୋଗିତା ଓଡ଼ିଶାର ସମସ୍ତ ଲୋକଙ୍କ ପାଇଁ ଖୋଲା ରହିଛି । ଅଂଶଗ୍ରହଣକାରୀମାନେ ନିମ୍ନରେ ଦିଆଯାଇଥିବା ଲିଙ୍କ୍‌ରେ ସେମାନଙ୍କ ଫଟୋ ଅପ୍‌ଲୋଡ୍ କରିପାରିବେ କିମ୍ବା ଏକ ସଂକ୍ଷିପ୍ତ ବିବରଣୀ ଏବଂ ସେମାନଙ୍କର ବ୍ୟକ୍ତିଗତ ବିବରଣୀ ସହିତ ଇ-ମେଲ୍ ମାଧ୍ୟମରେ ସେମାନଙ୍କର ଆବେଦନ ଦାଖଲ କରିପାରିବେ । ୨୦୨୩ ନଭେମ୍ବର ୩୦ ତାରିଖ ଗୁରୁବାର ପର୍ଯ୍ୟନ୍ତ ଏହି ଆବେଦନ ଗ୍ରହଣ କରାଯିବ ଯେଉଁଥିରେ ଅଂଶଗ୍ରହଣକାରୀମାନେ ରାଜ୍ୟର ଦୃଶ୍ୟପଟ୍ଟ, ଐତିହ୍ୟ, ଲୋକ ଓ ପରମ୍ପରାର ଅଗଣିତ ଆକର୍ଷଣୀୟ ଦିଗକୁ ଅନୁସନ୍ଧାନ ଏବଂ କଏଦ କରିବା ପାଇଁ ପର୍ଯ୍ୟାପ୍ତ ସମୟ ପାଇବେ ।
ଶ୍ରେଷ୍ଠ ୧୨ ଜଣ ବିଜେତା ୧,୮୦,୦୦୦ ଟଙ୍କା ପର୍ଯ୍ୟନ୍ତ (୧୫ ହଜାର ଟଙ୍କା ଲେଖାଏଁ ) ପୁରସ୍କାର ଜିତିବେ ଏବଂ ସେମାନଙ୍କ ଫଟୋ ଟିପି ଓଡ଼ିଶା କ୍ୟାଲେଣ୍ଡର ୨୦୨୪ରେ ସ୍ଥାନ ପାଇବ ।
ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କୁ ନେଇ ଗଠିତ ଏକ ବିଶିଷ୍ଟ ବିଚାରକ ମଣ୍ଡଳୀ ଆବେଦନଗୁଡ଼ିକର ମୂଲ୍ୟାଙ୍କନ କରିବେ ଏବଂ ବିଜେତା ଫଟୋଗ୍ରାଫରମାନଙ୍କ ନାମ ଏକ ଭବ୍ୟ ସମାରୋହରେ ଘୋଷଣା କରାଯିବ ଯାହାର ଉଦ୍ଦେଶ୍ୟ ହେଉଛି

ସେମାନଙ୍କ କଳାତ୍ମକ ଅବଦାନ ପାଇଁ ସେମାନଙ୍କୁ ସ୍ୱୀକୃତି ପ୍ରଦାନ କରିବା । ବିଜେତାମାନଙ୍କୁ ନଗଦ ରାଶି ଓ ସାର୍ଟିଫିକେଟ ସମେତ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯିବ ।
ଟିପି ଓଡ଼ିଶା ଡିସକମର ପ୍ରବକ୍ତା କହିଛନ୍ତି ଯେ, “ଓଃ ମାଇଁ ବିଉଟିଫୁଲ ଓଡ଼ିଶା” ଜରିଆରେ ଆମେ ଏକ ଛବି ଯାତ୍ରା ଆରମ୍ଭ କରୁଛୁ ଯେଉଁଥିରେ ଫଟୋଗ୍ରାଫରମାନଙ୍କୁ ସେମାନଙ୍କ ନିଜ ଲେନ୍ସ ମାଧ୍ୟମରେ ରାଜ୍ୟର ଚମତ୍କାର କାହାଣୀ ପ୍ରଦର୍ଶନ କରିବାକୁ ଆମନ୍ତ୍ରଣ କରୁଛୁ । ଓଡ଼ିଶାର ସୌନ୍ଦର୍ଯ୍ୟକୁ ପାଳନ କରିବା ସହ ଲୋକଙ୍କ ହୃଦୟ ଓ ମନରେ ଏକ ଗଭୀର ସମ୍ପର୍କ ସୃଷ୍ଟି କରିବା ଭଳି ଦୃଶ୍ୟଚିତ୍ର ନିର୍ମାଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ଆମର ବିଶ୍ୱାସ ରହିଛି ଯେ ଏହି ଚିତ୍ର ମାଧ୍ୟମରେ ଆମେ ଭାବନା ଓ କୌତୂହଳ ଜାଗ୍ରତ କରିପାରିବା ଏବଂ ସାମୂହିକ ଭାବରେ ଓଡ଼ିଶାର ଆକର୍ଷଣୀୟ ସୌନ୍ଦର୍ଯ୍ୟକୁ ପାଳନ କରିପାରିବା ।”
“ଓଃ ମାଇଁ ବିଉଟିଫୁଲ ଓଡ଼ିଶା” ଫଟୋଗ୍ରାଫି ପ୍ରତିଯୋଗିତା ନିରନ୍ତର ବିକାଶ ଏବଂ ଗୋଷ୍ଠୀ ସମୃଦ୍ଧି ପାଇଁ ଟାଟା ପାୱାରର ପ୍ରତିବଦ୍ଧତା ସହିତ ସମନ୍ୱିତ ହୋଇଛି ଯେଉଁଥିରେ ଅଂଶଗ୍ରହଣକାରୀଙ୍କୁ ଓଡ଼ିଶାର ଅନନ୍ୟ ଆକର୍ଷଣକୁ ପ୍ରଦର୍ଶିତ କରୁଥିବା ଏକ ଦୃଶ୍ୟକୁ ବର୍ଣ୍ଣନା କରିବାରେ ଯୋଡ଼ିହେବାକୁ ଆମନ୍ତ୍ରଣ କରାଯାଇଛି ।
ବିଗତ କିଛି ବର୍ଷ ମଧ୍ୟରେ ପର୍ଯ୍ୟଟନ କ୍ଷେତ୍ରରେ କ୍ରମାଗତ ଅଭିବୃଦ୍ଧି ଘଟିଥିବା ବେଳେ ରାଜ୍ୟର ପର୍ଯ୍ୟଟନ ସମ୍ଭାବନାକୁ ବଢ଼ାଇବା ପାଇଁ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଛି । ସଦ୍ୟତମ ପରିସଂଖ୍ୟାନ ଅନୁଯାୟୀ, ଗତବର୍ଷ ତୁଳନାରେ ୨୦୨୨ରେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୮୭୫% ଓ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ୧୧୦% ବୃଦ୍ଧି ଘଟିଛି । ରାଜ୍ୟରେ ଅନେକ ଜାତୀୟ ଉଦ୍ୟାନ, ଅଭୟାରଣ୍ୟ, ୟୁନେସ୍କୋ ସ୍ଥଳ, ମନ୍ଦିର, ସ୍ମାରକୀ ଏବଂ ପର୍ବପର୍ବାଣୀ ରହିଛି ଯାହା ଏହାର ସମୃଦ୍ଧ ସାଂସ୍କୃତିକ ଏବଂ ପ୍ରାକୃତିକ ଐତିହ୍ୟକୁ ପ୍ରତିଫଳିତ କରୁଛି ।
ଅଂଶଗ୍ରହଣ କରିବା ପାଇଁ ନିୟମ ଏବଂ ସର୍ତାବଳୀ:
୧. ଗ୍ଦଷକ୍ଟକ୍ସଗ୍ଧଙ୍କକ୍ସକ୍ଷ.ବଗ୍ଧ/ୠଞ୩୭୮ ରେ ଆବେଦନଗୁଡିକ ଅପଲୋଡ୍ କରନ୍ତୁ । ଏହା ସୁନିଶ୍ଚିତ କରନ୍ତୁ ଯେ ଆପଣଙ୍କ ଫୋନ୍ ନମ୍ୱର୍ ଫାଇଲ୍ ନାମ ଭାବରେ ବ୍ୟବହୃତ ହୋଇଛି । ବିକଳ୍ପ ଭାବରେ, ଆପଣ ଆପଣଙ୍କ ନାମ, ମୋବାଇଲ୍ ନମ୍ବର ଏବଂ ସହର ସହିତ କ୍ଟ୍ରଷକ୍ଟଗ୍ଧକ୍ଟମକ୍ଟଦ୍ଭଗ୍ଧରଗ୍ଦଗ୍ଧ.ଗ୍ଧକ୍ଟ୍ରକ୍ଟୟସଗ୍ଦଷବଅଗ୍ଧବଗ୍ଧବକ୍ଟ୍ରକ୍ଟଙ୍ଗରକ୍ସ.ମକ୍ଟଜ୍ଞରେ ଆପଣଙ୍କ ଆବେଦନକୁ ଇମେଲ୍ କରିପାରିବେ ।
୨. ଦୟାକରି ଧ୍ୟାନ ଦିଅନ୍ତୁ ଯେ ଆପଣଙ୍କ ଆବେଦନଗୁଡିକର ଫାଇଲ୍ ଆକାର ୧୦ ଏମ୍‌ବି (ସର୍ବନିମ୍ନ ୨ ଏମ୍‌ବି)ରୁ ଅଧିକ ହେବା ଉଚିତ୍ ନୁହେଁ ।
୩. ଫଟୋଗୁଡ଼ିକ ମୂଳ, ଅପ୍ରକାଶି଼଼ତ କୃତି ହେବା ଆବଶ୍ୟକ ଯେଉଁଥରେ କୌଣସି ତୃତୀୟ ପକ୍ଷ କିମ୍ବା ସଂସ୍ଥାର ମାଲିକାନାରେ ଥିବା କୌଣସି ବିଷୟବସ୍ତୁ, ବିଷୟ କିମ୍ବା ଉପାଦାନ ରହିନଥିବ, ଅନ୍ତର୍ଭୁକ୍ତ କିମ୍ବା ଅନ୍ୟଥା ବ୍ୟବହାର ହୋଇନଥିବ କିମ୍ବା ତୃତୀୟ ପକ୍ଷର ପ୍ରଚାର, ଗୋପନୀୟତା କିମ୍ବା ବୌଦ୍ଧିକ ସଂପତି ଅଧିକାରର ଉଲ୍ଲଂଘନ କରୁନଥିବ ।
ସୂଚନା: ଟାଟା ପାୱାର ନିଜ ବିବେକ ଅନୁଯାୟୀ ଦାଖଲ ହୋଇଥିବା ଆବେଦନର ବ୍ୟବହାର କରିବା ଅଧିକାର ରଖିବ ।
ନିଜର ପ୍ରତିଭା ପ୍ରଦର୍ଶନ କରି ଓଡ଼ିଶାର ଗୌରବକୁ ପାଳନ କରିବାର ଏହି ଅବିଶ୍ୱସନୀୟ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ । ବହୁତ ବିଳମ୍ବ ହେବା ପୂର୍ବରୁ ଆଗେଇ ଆସି ଏହି ଯାଦୁକରୀ ସୁଯୋଗକୁ କାବୁ କରନ୍ତୁ!

Share

Leave a Reply

Your email address will not be published. Required fields are marked *

three × two =