ଟିପିଏସ୍ଓଡିଏଲ ପକ୍ଷରୁ ଭଞ୍ଜନଗର ଅଞ୍ଚଳରେ ଟ୍ରାନ୍ସଫର୍ମରର କ୍ଷମତା 100 କେଭିରୁ 250 କେଭିକୁ ବୃଦ୍ଧି

ଭଞ୍ଜନଗର : ଗ୍ରୀଷ୍ମ ଋତୁରେ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ବ୍ୟାପକ କାର୍ଯ୍ୟ ହାତକୁ ନିଆଯାଇଛି। ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ସେଥିପାଇଁ ଟ୍ରାନ୍ସଫର୍ମରର କ୍ଷମତା ବଢ଼ାଇ ଦିଆଯାଇଛି।

ଏହି କ୍ରମରେ ଗମୁଣ୍ଡି ସ୍କୁଲ ନିକଟରେ ଥିବା ଟ୍ରାନ୍ସଫର୍ମରର କ୍ଷମତା 100 କେଭିରୁ 250 କେଭିକୁ ବୃଦ୍ଧି କରାଯାଇଛି। ଏହା ଫଳରେ ସ୍ଥାନୀୟ ଲୋକଙ୍କ ଅସୁବିଧା ଦୂର ହୋଇ ପାରିବ।

ସମୁଦାୟ ଦକ୍ଷିଣ ଓଡ଼ିଶାରେ ଏପରି କାର୍ଯ୍ୟ ବର୍ଷ ତମାମ ଚାଲୁଅଛି। ଏହାଦ୍ୱାରା ଗ୍ରାହକ ମାନଙ୍କୁ ନିରନ୍ତର ବିଜୁଳି ଯୋଗାଇବା ପାଇଁ ଟିପିଏସ୍ଓଡିଏଲ ଏପରି ପଦକ୍ଷେପ ନେଉଛି।

Share

Leave a Reply

Your email address will not be published. Required fields are marked *

19 − 11 =