କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଦ୍ବାରା ଆଇଆଇଏମ୍ ସମ୍ବଲପୁରରେ ଆଇ-ହବ୍ ଇନକ୍ୟୁବେଟର ଉଦ୍ଘାଟିତ

– ଓଡ଼ିଶାର ଅନୁଗୁଳରେ ପରିଚାଳନା ଶିକ୍ଷା କେନ୍ଦ୍ର ପ୍ରତିଷ୍ଠା ପାଇଁ ଆଇଆଇଏମ୍ ମୁମ୍ବାଇ ଓ ଆଇଆଇଏମ୍ ସମ୍ବଲପୁର ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ

ସମ୍ବଲପୁର: କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ୱାରା ଆଇ-ହବ୍ ଫାଉଣ୍ଡେସନ, ଫିଜିକାଲ ଓ ଭର୍ଚୁଆଲ ଇନକ୍ୟୁବେଟର ଉଦଘାଟନ ସହ ଆଇଆଇଏମ୍ ସମ୍ବଲପୁରରେ ଦିନିକିଆ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ କନକ୍ଲେଭ ଆରମ୍ଭ ହୋଇଛି। ଏକ ପଞ୍ଜୀକୃତ କମ୍ପାନୀ ଭାବେ କମ୍ପାନି ନିୟମର ଧାରା ୮ ଅଧୀନରେ ସ୍ଥାପିତ ଆଇ-ହବ୍ ଫାଉଣ୍ଡେସନ ବୟନ ଶିଳ୍ପ, କଳା ଓ ସଂସ୍କୃତି, କୃଷି, ସ୍ୱାସ୍ଥ୍ୟସେବା, ଆର୍ଥିକ ଏବଂ ଡିଜିଟାଲ ଅନ୍ତର୍ଭୁକ୍ତୀକରଣ, ଆଦିବାସୀ ଉଦ୍ୟୋଗଏବଂ ସ୍ଥାୟିତ୍ବ ସମେତ ବିଭିନ୍ନ କ୍ଷେତ୍ରରେ ଅଭିନବ ଉଦ୍ୟୋଗକୁ ପ୍ରୋତ୍ସାହିତ ଏବଂ ସମର୍ଥନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।

ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ପରିଚାଳିତ ଏହି ୧୦୦ କ୍ୟୁବ୍ କନକ୍ଲେଭରେ ଏହାର ପରିସରରେ ୧୦୦ଷ୍ଟାର୍ଟଅପ୍ ପ୍ରତିଷ୍ଠା କରିବାକୁ ପ୍ରୟାସ କରାଯାଇଛି ଯେଉଁଥିରେ ୨୦୩୬ରେ ଓଡ଼ିଶାର ଶତବାର୍ଷିକୀ ଉତ୍ସବ ଦ୍ୱାରା ୧୦୦ କୋଟି ଟଙ୍କାର ଆନୁମାନିକ ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଏହି ସମ୍ମିଳନୀରେ ଆଇଆଇଏମ୍ ସମ୍ବଲପୁରର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ, ଆଇଆଇଏମ୍ ମୁମ୍ବାଇନିର୍ଦ୍ଦେଶକ ମନୋଜ କୁମାର ତିୱାରୀ, କୋଲ୍ ଇଣ୍ଡିଆ ଲିମିଟେଡ୍ର ଏମଡି ପିଏମ୍ ପ୍ରସାଦ; ଭାରତୀୟ ଇସ୍ପାତ ପ୍ରାଧିକରଣ ଲିମିଟେଡ୍ ର ସିଏମ୍ ଡି ଅମରେନ୍ଦୁ ପ୍ରକାଶ; ବଜାଜ ଫିନସର୍ଭର ଏମ୍ଡି ସଞ୍ଜୀବ ବଜାଜ, ରଶ୍ମି ରଞ୍ଜନ ମହାପାତ୍ର, ପ୍ୟାରୀ ଏଣ୍ଟରପ୍ରାଇଜେସ୍ ଏମଡି ନାଗରାଜ ପ୍ରକାଶମ, ଲେଖକ ଏବଂ ଆଞ୍ଜେଲ ନିବେଶକ; ଜୟନ୍ତୀ ମହାପାତ୍ର, ସିଇଓ ତଥା ପ୍ରତିଷ୍ଠାତା ମଣିକସ୍ତୁ (ଗୋଟ୍ ବ୍ୟାଙ୍କ); ଅପନା ପ୍ରତିଷ୍ଠାତା ନିର୍ମିତ ପାରିଖ; ଏବଂ ଆଇକ୍ରିଏଟ୍ର ସିଇଓ ଅବିନାଶ ପୁନେକର, ଅଧ୍ୟାପକ ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମରେ ଆଇଆଇଏମ୍ ମୁମ୍ବାଇ ଏବଂ ଆଇଆଇଏମ୍ ସମ୍ବଲପୁର ପକ୍ଷରୁ ଓଡ଼ିଶାର ଅନୁଗୁଳରେ ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ ଏଜୁକେସନ୍ ପ୍ରତିଷ୍ଠା ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି।

ଏହି ଅବସରରେ ଶ୍ରୀ ପ୍ରଧାନ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ କନକ୍ଲେଭ୍ର ଉପରେ ଗୁରୁତ୍ୱାରୋପ କରି କହିଛନ୍ତି ଯେ, ‘କନକ୍ଲେଭର ଷ୍ଟାର୍ଟଅପଗୁଡ଼ିକ ହେଉଛନ୍ତି ସମ୍ପତ୍ତି ସୃଷ୍ଟିକାରୀ, ନିଯୁକ୍ତି ସୃଷ୍ଟିକାରୀ ଏବଂ ସମାଜର ତଳ ଭାଗ ପାଇଁ ଅର୍ଥନୈତିକ ସୁଯୋଗ ସୃଷ୍ଟିକାରୀ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଷ୍ଟାର୍ଟଅପ୍ ପାଇଁ ସ୍ୱାସ୍ଥ୍ୟସେବା, ବୟନଶିଳ୍ପ, କୃଷି, ଖଣି ଏବଂ ଖଣିଜ ପଦାର୍ଥକୁ ପ୍ରାଥମିକତା କ୍ଷେତ୍ର ଭାବରେ ପରିକଳ୍ପନା କରିଛନ୍ତି ଏବଂ କହିଛନ୍ତି ଯେ, “ଅଧ୍ୟାପକଅଧ୍ୟାପିକାମାନଙ୍କ ପ୍ରତିଭା ଦୃଷ୍ଟିରୁ ଆଇଆଇଏମ୍ ସମ୍ବଲପୁର ଭଳି ଶିକ୍ଷାନୁଷ୍ଠାନଗୁଡ଼ିକ ପରାମର୍ଶ ପାଇଁ ଉପଯୁକ୍ତ ସ୍ଥାନ। ଆଜି ଦେଶରେ ସମ୍ବଳର ଅଭାବ ନାହିଁ ବୋଲି ସେ କହିଛନ୍ତି। ତଥାପି, ସମ୍ବଳକୁ ନୂତନ ଚିନ୍ତାଧାରା ସହିତ ଯୋଡ଼ିବା ଏକ ଆହ୍ୱାନ ଅଟେ । ଆଇ-ହବ୍ ଭଳି ଇନକ୍ୟୁବେସନ୍ ସେଣ୍ଟର ଏଥିପାଇଁ ସୁବିଧା ପ୍ରଦାନ କରିବ। ସେ ଷ୍ଟାର୍ଟଅପ୍ ଆଇଡିଆ, ଉତ୍ପାଦ ଏବଂ ପ୍ରକଳ୍ପଗୁଡିକୁ ମନେଟାଇଜେସନ (ମୁଦ୍ରାକରଣ) କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।

ବଜାଜ ଫିନସର୍ଭର ଏମଡି ସଞ୍ଜୀବ ବଜାଜ କହିଛନ୍ତି ଯେ, ‘ବିଶେଷ କରି ଆକାଂକ୍ଷାକୁ ଦୃଷ୍ଟିରେ ରଖି ୧୦୦ କ୍ୟୁବ୍ କନକ୍ଲେଭରେ ସାମିଲ ହେବା ଖୁସିର କଥା। ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତିର ମାନ୍ୟତା ଏବଂ ବିଶ୍ୱର ତୃତୀୟ ବୃହତ୍ତମ ଅର୍ଥନୀତିରେ ପରିଣତ ହେବାର ଗତିପଥକୁ ଦୃଷ୍ଟିରେ ରଖି ଏହା ଏକ ଉପଯୁକ୍ତ ସମୟ । ଡିପିଆଇଆଇଟିରେ ୧ ଲକ୍ଷ ୧୧ ହଜାରରୁ ଅଧିକ ଷ୍ଟାର୍ଟଅପ୍ ପଞ୍ଜୀକୃତ ହୋଇଥିବା ବେଳେ ୧୧୧ଟି ୟୁନିକର୍ଣ୍ଣ ସହ ଭାରତ ହେଉଛି ତୃତୀୟ ବୃହତ୍ତମ ଷ୍ଟାର୍ଟଅପ୍ ରାଷ୍ଟ୍ର। ଗୁରୁତ୍ୱପୂର୍ଣ୍ଣ ହେଉଛି ଏକ ଆଇଡିଆ, ବଜାର ଚିହ୍ନଟ କରିବା, ଏକ ଶକ୍ତିଶାଳୀ ଦଳ ଗଠନ କରିବା ଏବଂ ଭଲ ଭାବରେ ଆଇଡିଆକୁ କାର୍ଯ୍ୟକାରୀ କରିବା । ଭାରତ ଓ ଓଡ଼ିଶା ଯେଉଁ ସୁଯୋଗ ଦେଇଛନ୍ତି ତାହା ଅତୁଳନୀୟ। ୨୦୩୬ ସୁଦ୍ଧା ଓଡ଼ିଶାର ୧୦୦ ଷ୍ଟାର୍ଟଅପ୍ ପାଇଁ ଲକ୍ଷ୍ୟ ଉପରେ ମୋର ବିଶ୍ବାସ ରହିଛି। ଆସନ୍ତୁ ଅତି କମରେ ୧୦ଟି ୟୁନିକର୍ଣ୍ଣ ପାଇଁ ଅତିରିକ୍ତ ଲକ୍ଷ୍ୟ ରଖିବା।’’
ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ ୨୦୩୬ରେ ଓଡ଼ିଶାର ଶତବାର୍ଷିକୀ ପାଳନ ଅବସରରେ ଆସନ୍ତା ୧୦୦ ବର୍ଷ ମଧ୍ୟରେ ୧୦୦ କୋଟି ଟଙ୍କାର କାରବାର ସହ ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବା ଲକ୍ଷ୍ୟ ନେଇ ୧୦୦ କ୍ୟୁବ୍ ଷ୍ଟାର୍ଟଅପ୍ କନକ୍ଲେଭ ଆୟୋଜନ କରି ଗର୍ବ ଅନୁଭବ କରିଥିଲେ। ସେ କହିଛନ୍ତି ଯେ ଖଣିଜ ଓ ଖଣି ସମ୍ପଦରେ ଭରପୂର ଅଞ୍ଚଳରେ ସ୍ଥାନୀୟ କଳା, ସଂସ୍କୃତି ଏବଂ ବୌଦ୍ଧିକ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉପରେ ଆମ ପ୍ରସ୍ତାବ ଗୁରୁତ୍ୱ ଦେଉଛି। ଆମେ ଏହି କ୍ଷେତ୍ରଗୁଡିକରେ ମୂଲ୍ୟ ଯୋଡ଼ିବାକୁ ଲକ୍ଷ୍ୟ ରଖିଛୁ । ଏହାବ୍ୟତୀତ ଓଡ଼ିଶାକୁ ଷ୍ଟାର୍ଟଅପ୍ ଓ ଉଦ୍ୟୋଗୀମାନଙ୍କ ପାଇଁ ଏକ ହବ୍ ଭାବେ ପ୍ରତିଷ୍ଠା କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ। ଆଇଆଇଏମ୍ ସମ୍ବଲପୁରରେ ଆମର ଲକ୍ଷ୍ୟ ହେଉଛି ଉଦ୍ୟୋଗୀ ମାନସିକତା ଥିବା ବ୍ୟକ୍ତିବିଶେଷଙ୍କୁ ପ୍ରୋତ୍ସାହିତ କରିବା ଯାହା ଆମର ଉଦ୍ଭାବନ, ଅଖଣ୍ଡତା ଏବଂ ଅନ୍ତର୍ଭୁକ୍ତୀକରଣର ମୂଳ ମୂଲ୍ୟବୋଧ ସହିତ ସଂଯୁକ୍ତ ରହିଛି। ଆମେ ଗର୍ବର ସହ ଘୋଷଣା କରୁଛୁ ଯେ ଆମେ ଦେଶର ପ୍ରଥମ ଅନୁଷ୍ଠାନ ଯେଉଁଠାରେ ସର୍ବାଧିକ ଲିଙ୍ଗଗତ ବିବିଧ ଏମବିଏ କ୍ଲାସରୁମ ରହିଛି ଯେଉଁଥିରେ ଆମ ପ୍ରଥମ ବର୍ଷର ଏମବିଏ ପ୍ରୋଗ୍ରାମରେ ୬୦% ରୁ ଅଧିକ ଛାତ୍ରୀ ରହିଛନ୍ତି।

ଏହା ପୂର୍ବରୁ ଷ୍ଟାର୍ଟଅପ୍ ପାଇଁ ବ୍ରାଣ୍ଡିଂ ଏବଂ ବ୍ୟାପକତା ଉପରେ ଏକ ସୂଚନାଧର୍ମୀ ମାଷ୍ଟର ଅଧିବେଶନ ସହିତ କନକ୍ଲେଭ୍ ଆରମ୍ଭ ହୋଇଥିଲା। ଏହାପରେ ବଜାଜ ଫିନସର୍ଭର ଏମଡି ସଞ୍ଜୀବ ବଜାଜ ନିଜର ଅଭିଜ୍ଞତା ଏବଂ ଉଦ୍ୟୋଗ ଓ ବ୍ୟବସାୟ ଦୁନିଆ ବିଷୟରେ ନିଜର ଅନୁଭୂତି ଓ ବୁଝାମଣା ବାଣ୍ଟିଥିଲେ । ସିଆଇଏଲର ଏମ୍ଡି ପିଏମ ପ୍ରସାଦ, ସେଲର ସିଏମଡି; ଅମରେନ୍ଦୁ ପ୍ରକାଶ,ଏବଂ ବଜାଜ ଫିନସର୍ଭର ଏମଡି ସଞ୍ଜୀବ ବଜାଜ ମଧ୍ୟ ଭାରତରେ ଉଦ୍ୟୋଗର ଭବିଷ୍ୟତ ପାଇଁ ସେମାନଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ। ଏହି ଅବସରରେ ଜଣେ ମାଷ୍ଟର ବୁଣାକାର ସୁଲୋଚନା ନିଜର ପ୍ରେରଣାଦାୟକ ଯାତ୍ରା ଏବଂ ପାରମ୍ପରିକ କାରିଗରୀ ଓ ଉଦ୍ୟୋଗ ସମ୍ପର୍କରେ କହିଥିଲେ। ଆଇଆଇଏମ୍ ସମ୍ବଲପୁର ଅଧ୍ୟାପକ ପ୍ରଫେସର ଦିବାହାର ନାଦର ଧନ୍ୟବାଦ ଅର୍ପଣ କରିବା ସହ ଉଦଘାଟନୀ ଅଧିବେଶନ ଶେଷ କରିଥିଲେ।

ଅଂଶଗ୍ରହଣକାରୀମାନଙ୍କ ପାଇଁ ୧୦୦ କ୍ୟୁବ୍ ଅଭିଯାନ ଏବଂ ଆଇ-ହବ୍ ଫାଉଣ୍ଡେସନକୁ ପ୍ରଦର୍ଶିତ କରୁଥିବା ଏକ ଭିଡିଓ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, ବରଗଡ଼ ଏବଂ ଓଡ଼ିଶାର ଅନ୍ୟାନ୍ୟ ଜିଲ୍ଲାର ୫୦ଟି ଷ୍ଟାର୍ଟଅପକୁ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ସେମାନେ ଭିସି ଏବଂ ଆଞ୍ଜେଲ ନିବେଶକଙ୍କ ସହ କଥାବାର୍ତ୍ତା କରିପାରିଥିଲେ। ଷ୍ଟାର୍ଟଅପ୍ ଓପନ୍ ମାଇକ୍ ଅଧିବେଶନ ସହିତ କନକ୍ଲେଭ୍ ଶେଷ ହୋଇଥିଲା ଯାହା ଷ୍ଟାର୍ଟଅପ୍ ଏବଂ ଛାତ୍ରଛାତ୍ରୀମାନଙ୍କୁ ବ୍ୟବସ୍ଥା ଠାରୁ ସେମାନଙ୍କର ଆଶା ବିଷୟରେ ପ୍ରକାଶ କରିବାର ଏକ ପ୍ଲାଟଫର୍ମ ପ୍ରଦାନ କରିଥିଲା। ଏହି ଅଧିବେଶନରେ ଅନୁଷ୍ଠାନ ଏବଂ ଅନ୍ୟ ଅଂଶୀଦାରଙ୍କ ଠାରୁ ଆରମ୍ଭ କରି ଆବଶ୍ୟକ ପଦକ୍ଷେପ ନେବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା। ବଜାଜ ଫିନସର୍ଭର ଏମଡି ସଞ୍ଜୀବ ବଜାଜ, ପ୍ୟାରୀ ଏଣ୍ଟରପ୍ରାଇଜେସର ଏମଡି ରଶ୍ମି ରଞ୍ଜନ ମହାପାତ୍ର, ଲେଖକ ଏବଂ ଆଞ୍ଜେଲ ନିବେଶକ ନାଗରାଜ ପ୍ରକାଶମ, ମାଣିକସ୍ତୁ (ଛେଳି ବ୍ୟାଙ୍କ)ର ସିଇଓ ତଥା ପ୍ରତିଷ୍ଠାତା ଜୟନ୍ତୀ ମହାପାତ୍ର, ନିର୍ମିତ ପାରିଖ, ଆପ୍ନାର ପ୍ରତିଷ୍ଠାତା ଏବଂ ଆଇକ୍ରିଏଟର ସିଇଓ ଅବିନାଶ ପୁନେକର ଏହି ଅଧିବେଶନର ନେତୃତ୍ୱ ନେଇଥିଲେ।

Share

Leave a Reply

Your email address will not be published. Required fields are marked *

3 + 3 =