ନିତୀନ କୁକରେଜାଙ୍କୁ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍‌ର ସିଇଓ ଭାବେ ନିଯୁକ୍ତି

ଭୁବନେଶ୍ୱର: ଭାରତର ଅଗ୍ରଣୀ ଶିକ୍ଷା କଂପାନି ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିତୀନ କୁକରେଜାଙ୍କୁ ନୂଆ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଭାବେ ନିଯୁକ୍ତ କରାଯାଇଛି । ଏକ ବିଶ୍ୱସ୍ତରୀୟ ଶିକ୍ଷା କଂପାନି ଗଠନ କରିବା ଏବଂ ଭାରତରେ ଶିକ୍ଷା କ୍ଷେତ୍ରରେ ରହିଥିବା ବ୍ୟବଧାନକୁ ଦୂର କରିବା ଲାଗି ନିତୀନଙ୍କୁ ଦାୟିତ୍ୱ ଦିଆଯାଇଛି । ଏହି ଲକ୍ଷ୍ୟକୁ ବ୍ୟାପକ କରିବା ପାଇଁ ଆଲେନ୍‌ର ଗଭୀର ଶିକ୍ଷା ଉତ୍କର୍ଷ ସହ ପ୍ରଯୁକ୍ତିକୁ ମିଶାଇବା ଉପରେ ନିତୀନ ଓ ତାଙ୍କ ଟିମ୍ ଗୁରୁତ୍ୱାରୋପ କରିବେ ।

ଏହି ଅବସରରେ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ବ୍ରଜେଶ ମାହେଶ୍ୱରୀ କହିଛନ୍ତି ଯେ, “ଆଲେନ୍‌ର ବୋର୍ଡ ସଦସ୍ୟ ଭାବେ ନିତୀନ ଯୋଡ଼ିହୋଇରହିଛନ୍ତି ଏବଂ ଆଲେନର ଗୁରୁତ୍ୱପୂର୍ଣ୍ଣ ରୋଡ୍‌ମ୍ୟାପ୍ ନିର୍ଧାରଣ କରିବା ପ୍ରତି ମୂଲ୍ୟବାନ ଯୋଗଦାନ ପ୍ରଦାନ କରୁଛନ୍ତି । ଆମର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ତାଙ୍କୁ ସ୍ୱାଗତ ଓ ସମର୍ଥନ କରି ଆମେ ଉଲ୍ଲସିତ । ନିତୀନ ହେଉଛନ୍ତି ଜଣେ ମୂଲ୍ୟବୋଧ ଆଧାରରେ ଆଗକୁ ବଢ଼ୁଥିବା ନେତୃତ୍ୱ ଯାହାଙ୍କ ପାଖରେ ବିଶେଷ ଗୁରୁତ୍ୱପୂର୍ଣ୍ଣ ଦକ୍ଷତା ଓ ବ୍ୟବସାୟକୁ ବ୍ୟାପକ କରିବାର ଦୃଢ଼ ଅଭିଜ୍ଞତା ରହିଛି । ଛାତ୍ରଛାତ୍ରୀଙ୍କୁ ଫଳାଫଳ ଭିତିକ ଶିକ୍ଷା ପ୍ରଦାନ କରିବା ଲାଗି ସେ ଶିକ୍ଷା ଓ ପ୍ରଯୁକ୍ତି ଭଳି ଦୁଇ “ଟି’ର ମିଶ୍ରଣ କରିବେ । ଆଲେନର ଅଗ୍ରଣୀ ସ୍ଥିତି ଓ ତାହାର ୩୫ ବର୍ଷର ପୁରୁଣା ପରମ୍ପରାର ପୂର୍ଣ୍ଣ ଦକ୍ଷତାକୁ ଉଜାଗର କରିବାରେ ନିତୀନଙ୍କୁ ସାହାଯ୍ୟ କରିବାକୁ ଆମେ ଚାହିଁରହିଛି ।’’

ନିତୀନଙ୍କ ନେତୃତ୍ୱରେ ଆଲେନ୍ କ୍ୟାରିୟର ଇନଷ୍ଟିଚ୍ୟୁଟ୍ ୩ ଲକ୍ଷ ଛାତ୍ରଛାତ୍ରୀଙ୍କରୁ ୨.୫ କୋଟି ଛାତ୍ରଛାତ୍ରୀଙ୍କ ପାଖରେ ପହଂଚିବ । ୨୦୨୨ ଏପ୍ରିଲ୍‌ରେ ବୋଧି ଟ୍ରି ସହିତ ଗୁରୁତ୍ୱପୂର୍ଣ୍ଣ ସହଯୋଗିତା ପରେ ବଡ଼ ପ୍ରଯୁକ୍ତି କଂପାନିର ପ୍ରତିଭାଙ୍କୁ ନେଇ ଆଲେନ୍ ଏହାର ଶିକ୍ଷା ଟିମ୍‌କୁ ସୁଦୃଢ଼ କରିଛି । ଚଳିତ ବର୍ଷ ଶେଷ ସୁଦ୍ଧା ଏହା ବାଙ୍ଗାଲୋରରେ ଥିବା ନିଜ ଡିଜିଟାଲ୍ ଟିମ୍‌କୁ ୨୦୦କୁ ବଢ଼ାଇବାକୁ ଯୋଜନା ରଖିଛି ।

ଏହି ଅବସରରେ ନିତୀନ କୁକରେଜା କହିଛନ୍ତି ଯେ, “ଆଲେନ୍‌ର ରୂପାନ୍ତରୀତ ଯାତ୍ରାର ନେତୃତ୍ୱ ନେଉଥିବାରୁ ମୁଁ ରୋମାଂଚିତ । ଶିକ୍ଷା ହେଉଛି ଶିକ୍ଷାର୍ଥୀଙ୍କ ଜୀବନରେ ଗଭୀର ପ୍ରଭାବ ପକାଇଥାଏ ଏବଂ ଦେଶ ଗଠନ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଇଥାଏ । ଗତ ୩୫ ବର୍ଷ ଭିତରେ ୨୮ ଲକ୍ଷରୁ ଅଧିକ ଶିକ୍ଷାର୍ଥୀଙ୍କୁ ସେହି ପ୍ରଭାବ ପ୍ରଦାନ କରିବାର ପରମ୍ପରା ଆଲେନ୍‌ର ରହିଛି । ମୋର ବିଶ୍ୱାସ ରହିଛି ଯେ ଆଲେନ୍‌ର ସେହି ସକାରାତ୍ମକ ପ୍ରଭାବକୁ ପ୍ରଯୁକ୍ତି ବହୁଗୁଣିତ କରିବ । ଏକ ଭବିଷ୍ୟତ ଲାଗି ପ୍ରସ୍ତୁତ ଆଲେନ୍ ଗଠନ କରିବା ଏବଂ କୋଟି କୋଟି ଶିକ୍ଷାର୍ଥୀଙ୍କ ଅଭିଳାଷକୁ ପୂରଣ କରିବା ଲାଗି ମୁଁ ଚାହିଁରହିଛି । ମୋର ବିଶ୍ୱାସ ରହିଛି ଯେ ବୋର୍ଡର ଲକ୍ଷ୍ୟ ଅନୁସାରେ ଆଲେନ୍ ବ୍ରାଣ୍ଡ୍ ଓ ଆମ ଟିମ୍ ଏହି ଯାତ୍ରାରେ ବିଶେଷ ସହାୟକ ହେବ ।’’

Share

Leave a Reply

Your email address will not be published. Required fields are marked *

3 + sixteen =