କ୍ୟାପିଟାଲ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଲିମିଟେଡ୍ ପକ୍ଷରୁ ସେବି ନିକଟରେ ଡିଆର୍‌ଏଚ୍‌ପି ଦାଖଲ

ଭୁବନେଶ୍ୱର: କ୍ୟାପିଟାଲ୍ ସ୍ମଲ ଫାଇନାନ୍ସ ବ୍ୟାଙ୍କ ପକ୍ଷରୁ ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ନିକଟରେ ଡ୍ରାଫ୍ଟ ରେଡ୍ ହେରିଂ ପ୍ରୋସପେକ୍ଟସ୍ (ଡିଆର୍‌ଏଚ୍‌ପି) ଦାଖଲ କରାଯାଇଛି ।
ବ୍ୟାଙ୍କ ୨୦୧୬ରେ ଭାରତର ପ୍ରଥମ ସ୍ମଲ ଫାଇନାନ୍ସ ବ୍ୟାଙ୍କ ଭାବେ ଯାତ୍ରା ଆରମ୍ଭ କରିଥିଲା ଏବଂ ବିବିଧ ସଂପତି ବର୍ଗରେ ଦୃଢ଼ ପୋର୍ଟଫୋଲିଓ ରଖିଥିବା ବେଳେ ଅନ୍ୟ ସ୍ମଲ ଫାଇନାନ୍ସ ବ୍ୟାଙ୍କ ତୁଳନାରେ ସର୍ବାଧିକ ୯୯.୮୨% ସୁରକ୍ଷିତ ଋଣ ପ୍ରଦାନ ହାର ହାସଲ କରିଛି ।
ଇନିସିଆଲ ପବ୍ଲିକ୍ ଅଫର ଜାରି କରି ୪୫୦ କୋଟି ଟଙ୍କା ପର୍ଯ୍ୟନ୍ତ ପାଣ୍ଠି ହାସଲ କରିବାକୁ ବ୍ୟାଙ୍କ ଯୋଜନା ରଖିଛି । ଏଥିରେ ୨୪,୧୨,୬୮୫ ଇକ୍ୱିଟି ସେୟାରକୁ ଅଫର ଫର ସେଲ୍‌ରେ ଉପଲବ୍ଧ କରାଯିବ ।
ଅଫର ଫର ସେଲ୍‌ରେ ସାମିଲ ରହିଛି ଓମାନ୍ ଇଣ୍ଡିଆ ଜଏଂଟ୍ ଇନଭେଷ୍ଟମେଂଟ୍ ଫଣ୍ଡ୍‌-୨ର ୮,୩୬,୭୨୮ ଇକ୍ୱିଟି ସେୟାର, ପିଆଇ ଭେଂଚର୍ସ ଏଲଏଲ୍‌ପିର ୩,୩୭,୩୯୬ ଇକ୍ୱିଟି ସେୟାର, ଅମିକସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଇକ୍ୱିଟି -୧ ଏଲ୍‌ଏଲ୍‌ପିର ୬,୦୪,୬୧୪ ଇକ୍ୱିଟି ସେୟାର, ଆମିକସ୍ କ୍ୟାପିଟାଲ୍ ପାର୍ଟନର୍ସ ଇଣ୍ଡିଆ ଫଣ୍ଡ୍‌-୧ର ୭୦,୧୭୮ ଇକ୍ୱିଟି ସେୟାର ଓ ଡିଆର୍‌ଏଚ୍‌ପିରେ ତାଲିକାଭୁକ୍ତ ଥିବା ଅନ୍ୟ କିଛି ବ୍ୟକ୍ତିଙ୍କ ୫୬୩,୭୬୯ ଇକ୍ୱିଟି ସେୟାର ।
ଏହି ଆଇପିଓ ଜରିଆରେ ଯେଉଁ ପାଣ୍ଠି ହାସଲ ହେବ ତାହାକୁ ବ୍ୟାଙ୍କ ଟାୟାର-୧ ପୁଂଜି ଆବଶ୍ୟକତାକୁ ପୂରଣ କରିବାରେ ବ୍ୟବହାର କରିବ । ଏଥି ସହିତ ଏହି ଅଫର ବାବଦରେ ହେବାକୁ ଥିବା ଖର୍ଚ୍ଚ ମଧ୍ୟ ସେଥିରୁ ଭରଣା କରାଯିବ ।
ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜରମାନେ ହେଉଛନ୍ତି ନୁଭାମା ୱେଲ୍‌ଥ ମ୍ୟାନେଜମେଂଟ୍ ଲିମିଟେଡ୍‌, ଡିଏଏମ୍ କ୍ୟାପିଟାଲ୍ ଆଡଭାଇଜର୍ସ ଲିମିଟେଡ୍ ଓ ଇକ୍ୱିରସ୍ କ୍ୟାପିଟାଲ୍ ପ୍ରାଇଭେଟ୍ ଲିମିଟେଡ୍ ।
ରେଡ୍ ହେରିଂ ପ୍ରୋସପେକ୍ଟସ୍‌ରେ ପ୍ରଦାନ କରାଯାଉଥିବା ଇକ୍ୱିଟି ସେୟାରକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ଓ ନ୍ୟାସନାଲ୍ ଷ୍ଟକ ଏକ୍ସଚେଂଜ୍‌ରେ ତାଲିକାଭୁକ୍ତ କରାଯିବ ।

Share

Leave a Reply

Your email address will not be published. Required fields are marked *

1 × five =