ସୁବର୍ଣ୍ଣରେଖା ବନ୍ଦର ପକ୍ଷରୁ ଜେଏନ୍‌ଟିଭିଟିଆଇର ସ୍ଥାନୀୟ ୧୭ ଛାତ୍ରଛାତ୍ରୀଙ୍କୁ ଜାମ୍‌ସେଦପୁରରେ ନିଯୁକ୍ତି ଭିତିକ ତାଲିମ ପ୍ରଦାନ

ବାଲିଆପାଳ: ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ (ଏସ୍‌ପିପିଏଲ୍‌) ପକ୍ଷରୁ ଜେ ଏନ୍ ଟାଟା ଧନ୍ଦାମୂଳକ ତାଲିମ ପ୍ରତିଷ୍ଠାନ (ଜେଏନ୍‌ଟିଭିଟିଆଇ)ର ୧୭ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ପ୍ରଶିକ୍ଷାର୍ଥୀଙ୍କ ଏକ ବ୍ୟାଚ୍‌କୁ ନିଯୁକ୍ତି ଭିତିକ ତାଲିମ ପାଇଁ ଜାମସେଦପୁର ପଠାଯାଇଛି ।
ଏହି ସମସ୍ତ ୧୭ ଜଣ ପ୍ରଶିକ୍ଷାର୍ଥୀ ହେଉଛନ୍ତି ସ୍ଥାନୀୟ ଅଂଚଳର ଛାତ୍ରଛାତ୍ରୀ ଯେଉଁମାନେ ଜେଏନ୍‌ଟିଭିଟିଆଇ, ବାଲିଆପାଳରେ ସାଇଟ୍ ସେଫ୍‌ଟି ସର୍ଭେୟର ପାଠ୍ୟକ୍ରମରେ ପାଠପଢ଼ୁଥିଲେ । ଏହି ପ୍ରଶିକ୍ଷାର୍ଥୀମାନେ ନିଜ ଶ୍ରେଣୀ ଗୃହ ତାଲିମ ଶେଷ କରିଛନ୍ତି ଏବଂ ଏବେ ସେମାନେ ଜାମସେଦପୁରଠାରେ ନିଯୁକ୍ତି ଭିତିକ ତାଲିମ ଗ୍ରହଣ କରିବେ । ଏହା ଉଲ୍ଲେଖଯୋଗ୍ୟ ଯେ ପୂର୍ବ ବ୍ୟାଚ୍‌ର ୧୬ ଜଣ ଛାତ୍ରଛାତ୍ରୀ ସେମାନଙ୍କ ତାଲିମ ଶେଷ କରିଛନ୍ତି ଏବଂ ସଫଳତାର ସହ ବିଭିନ୍ନ ସଂସ୍ଥାରେ ନିଯୁକ୍ତି ପାଇଛନ୍ତି ।
ସ୍ଥାନୀୟ ଯୁବକଯୁବତୀମାନଙ୍କ ନିଯୁକ୍ତି ହାସଲ କରିବା କ୍ଷମତାକୁ ବଢ଼ାଇବା ଲାଗି ସେମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ପାଇଁ ଏସ୍‌ପିପିଏଲ୍ ନିରନ୍ତର ଉଦ୍ୟମ ଜାରି ରଖିଛି । ସେହି ଭାବନାକୁ ଦୃଷ୍ଟିରେ ରଖି ଏସ୍‌ପିପିଏଲ୍ ପ୍ରକଳ୍ପ ଆଖପାଖ ଅଂଚଳର ସ୍ଥାନୀୟ ଲୋକମାନଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱ ଦେବା ଲାଗି ବାଲିଆପାଳଠାରେ ଜେଏନ୍‌ଟିଭିଟିଆଇର ଏକ କେନ୍ଦ୍ର ଖୋଲାଯାଇଥିଲା ।
ସମାଜର ସାମଗ୍ରିକ ବିକାଶ ପାଇଁ ସୁବର୍ଣ୍ଣରେଖା ବନ୍ଦର ପ୍ରାଇଭେଟ୍ ଲିମିଟେଡ୍ ପ୍ରତିବଦ୍ଧ ରହିଛି ତେଣୁ ସମାଜର ବିଭିନ୍ନ ବର୍ଗର ଲୋକମାନଙ୍କ ପାଇଁ ଏହା କାର୍ଯ୍ୟକ୍ରମ ଓ ପଦକ୍ଷେପ କାର୍ଯ୍ୟକାରୀ କରୁଛି ।

Share

Leave a Reply

Your email address will not be published. Required fields are marked *

1 × 2 =