ସୁରକ୍ଷାର ବାର୍ତା ସହ ଏସ୍‌ବିଆଇ ଲାଇଫ୍ ଓ ଲକ୍ଷ୍ନୌ ସୁପର ଜାଏଂଟସ୍ ପକ୍ଷରୁ ଏକନା କ୍ରିକେଟ୍ ଷ୍ଟାଡିୟମ୍‌ରେ ବିଶାଳ ହେଲ୍‌ମେଟ୍ ସ୍ଥାପନ

ଭୁବନେଶ୍ୱର: ଦେଶର ଅନ୍ୟତମ ସବୁଠୁ ବିଶ୍ୱାସଯୋଗ୍ୟ ଘରୋଇ ଜୀବନ ବୀମା କମ୍ପାନି ଏସବିଆଇ ଲାଇଫ୍ ଇନ୍‌ସ୍ୟୁରାନ୍ସ ଓ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଟିମ୍ ଲକ୍ଷ୍ନୌ ସୁପର ଜାଏଂଟ୍‌ସ (ଏଲ୍‌ଏସ୍‌ଜି) ପକ୍ଷରୁ ଟିମ୍‌ର ଘରୋଇ ପଡ଼ିଆ ଲକ୍ଷ୍ନୌ ସ୍ଥିତ ଭାରତ ରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍‌ରେ ଏକ ବିଶାଳ ହେଲ୍‌ମେଟ୍ ସ୍ଥାପନ କରାଯାଇଛି । ହେଲ୍‌ମେଟ୍‌ର ଉଚ୍ଚତା ୨୭ ଫୁଟ ହୋଇଥିବା ବେଳେ ଚଉଡ଼ା ହେଉଛି ୩୪ ଫୁଟ ଯାହାକୁ ଷ୍ଟାଡିୟମ୍‌ର ମୁଖ୍ୟ ପ୍ରବେଶ ପଥ ଡାହାଣ ପାଶ୍ୱର୍ରେ ସ୍ଥାପନ କରାଯାଇଛି ।
ଏହି ବିଶାଳ ହେଲମେଟ୍ ଢାଂଚା ପଛର ଉଦ୍ଦେଶ୍ୟ ହେଉଛି ପଡ଼ିଆ ଭିତରେ ଓ ପଡ଼ିଆ ବାହାରେ ସୁରକ୍ଷାର ମହତ୍ୱ ବିଷୟରେ ପ୍ରଗତିଶୀଳ ଆଲୋଚନାକୁ ପ୍ରୋତ୍ସାହିତ କରି ଜୀବନ ବୀମାର ଆବଶ୍ୟକତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା । କ୍ରିକେଟ୍ ପ୍ରେମୀଙ୍କ ଦୃଷ୍ଟି ଆକର୍ଷଣ କରି ଏହି ଅନନ୍ୟ ଢାଂଚାର ଉଦ୍ଦେଶ୍ୟ ହେଉଛି ଲକ୍ଷ୍ନୌ ସହରର ସ୍ଥାନୀୟ ଲୋକଙ୍କ ନିକଟରେ “ଜୀବନ ସୁରକ୍ଷା ଠାରୁ ଆଉ କିଛି ବଡ଼ ନାହିଁ” ବାର୍ତା ପହଂଚାଇବା ଏବଂ ଅନିଶ୍ଚିତତାରୁ ଆବଶ୍ୟକ ସୁରକ୍ଷା ସହ ନିଜ ଜୀବନକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱାରୋପ କରିବା ।
ଏହି ବିଶାଳ ହେଲମେଟ୍ ଉନ୍ମୋଚନ ଅବସରରେ ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସର କର୍ପୋରେଟ୍ କମ୍ୟୁନିକେସନ୍ ଆଣ୍ଡ ୍ ସିଏସ୍ ଆର୍ ମୁଖ୍ୟ ରବୀନ୍ଦ୍ର ଶର୍ମା, ଲକ୍ଷ୍ନୌର ଟ୍ରାଫିକ୍ ଡିସିପି ସଲମାନତାଜ ଜାଫର ତାଜ୍ ପାଟିଲ୍‌, ଲକ୍ଷ୍ନୌର ଡିସିପି ମହିଳା ଅପରାଧ ସୁରକ୍ଷା ଅଧିକାରୀ କମଲେଶ କୁମାର ଦୀକ୍ଷିତ, ଏସ୍‌ବିଆଇ ଲାଇଫ୍ ଇନସ୍ୟୁରାନ୍ସର ଲକ୍ଷ୍ନୌ ଆଂଚଳିକ ନିର୍ଦେଶକ ରାହୁଲ ରାହି ଓ  ଅନ୍ୟ ସମ୍ମାନିତ ଅତିଥିମାନଙ୍କ ଉପସ୍ଥିତିରେ ଉପସ୍ଥିତ ଥିଲେ ।
ଏସବିଆଇ ଲାଇଫ୍ ଇନସ୍ୟୁରାନ୍ସର କର୍ପୋରେଟ୍ କମ୍ୟୁନିକେସନ ଆଣ୍ଡ ସିଏସଆର ମୁଖ୍ୟ ରବୀନ୍ଦ୍ର ଶର୍ମା କହିଛନ୍ତି ଯେ, “କ୍ରିକେଟପ୍ରେମୀଙ୍କୁ ସୁରକ୍ଷାର ଧାରଣା ସହ ପରିଚିତ କରି ଲକ୍ଷ୍ନୌର ଏକନା କ୍ରିକେଟ ଷ୍ଟାଡିୟମରେ ବିଶାଳ ହେଲମେଟ୍ ସ୍ଥାପନା ଏକ ଶକ୍ତିଶାଳୀ ଆଲୋଚନା ଆରମ୍ଭ କରୁଛି । ପାରିବାରିକ ଦାୟିତ୍ୱ ତୁଲାଇବା ସହ ଲୋକମାନଙ୍କୁ ସେମାନଙ୍କ ସ୍ୱପ୍ନ ପୂରଣ କରିବା ପାଇଁ ଆମର ବ୍ରାଣ୍ଡ୍ ଉଦ୍ଦେଶ୍ୟକୁ ପ୍ରତିଫଳିତ କରୁଥିବା “ଜୀବନର ସୁରକ୍ଷାଠାରୁ ଆଉ ବଡ଼ କିଛି” ନାହିଁର ସମନ୍ୱିତ ରହିଛି । କ୍ରିକେଟ୍ ଏକ କ୍ରୀଡ଼ା ବାହାରେ, ଏହା ଐତିହାସିକ, ସାଂସ୍କୃତିକ, ଅର୍ଥନୈତିକ ଏବଂ ଭାବନାତ୍ମକ କାରଣଗୁଡ଼ିକର ପରସ୍ପର ସହ ସମ୍ପର୍କ, ତେଣୁ ଏହା ଏହି ଆଶ୍ଚର୍ଯ୍ୟଜନକ କ୍ରୀଡ଼ାର ବୃହତର ପ୍ରଶଂସକମାନଙ୍କ ସହିତ ଯୋଡ଼ିହେବାର ସୁଯୋଗ ପ୍ରଦାନ କରୁଛି ଏବଂ ଉଭୟ ପଡ଼ିଆ ଭିତରେ ଏବଂ ବାହାରେ ସୁରକ୍ଷାର ଗୁରୁତ୍ୱ ଉପରେ ଅର୍ଥପୂର୍ଣ୍ଣ ଆଲୋଚନାକୁ ପ୍ରୋତ୍ସାହିତ କରୁଛି । ଭାରତରେ ବର୍ତମାନ ବୀମା ପ୍ରବେଶ ହାର ସହିତ ଏକ ସୁରକ୍ଷିତ ଆର୍ôଥକ ଭବିଷ୍ୟତ ନିର୍ମାଣ ପାଇଁ ବୀମାର ଆବଶ୍ୟକତା ଏବଂ ଗୁରୁତ୍ୱ ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଆମର ପ୍ରୟାସ ଜାରି ରଖିବା ଗୁରୁତ୍ୱପୂର୍ଣ୍ଣ । ଏଲ୍‌ଏସ୍‌ଜି ସହିତ ଆମର ସହଯୋଗିତା ହେଉଛି ସମଗ୍ର ଦେଶର କ୍ରିକେଟ୍ ପ୍ରେମୀମାନଙ୍କ ସହିତ ଅର୍ଥପୂର୍ଣ୍ଣ ସମ୍ପର୍କ ବଢ଼ାଇବା ଏବଂ ସେମାନଙ୍କ ଉତ୍ସାହକୁ ଆଗକୁ ବଢ଼ାଇବା ପାଇଁ ଏକ ପ୍ରୟାସ ।”
ସେ ପୁଣି କହିଛନ୍ତି ଯେ, “ଆମେ ବିଶ୍ୱାସ କରୁ ଯେ ଏହି ସହଯୋଗ ବୀମା ଏବଂ ହେଲମେଟର ଗୁରୁତ୍ୱ ମଧ୍ୟରେ ସମନ୍ୱୟକୁ ନିରବଚ୍ଛିନ୍ନ ଭାବରେ ଦର୍ଶାଉଛି ଯାହା ଉଭୟ ପଡ଼ିଆ ଭିତରେ ଏବଂ ବାହାରେ ସୁରକ୍ଷାର ମୂଲ୍ୟ ଉପରେ ଆଲୋକପାତ କରୁଛି । ଆମେ ଲକ୍ଷ୍ନୌ ସୁପର ଜାଏଂଟ୍‌ସ ସହିତ ଆମର ଯାତ୍ରାକୁ ନେଇ ରୋମାଂଚିତ ଏବଂ ଉତ୍ସାହଜନକ ପ୍ରଦର୍ଶନରେ ପରିପୂର୍ଣ୍ଣ ଏକ ସିଜନ ଆଶା କରୁଛୁ । ଯେହେତୁ ଆମେ ସାରା ଦେଶରେ ବୀମା ସଚେତନତାକୁ ପ୍ରୋତ୍ସାହିତ କରିବା ଜାରି ରଖିବୁ ତେଣୁ ଆମେ ଆଶା କରୁଛୁ ଯେ ଜୀବନ ବୀମା ମାଧ୍ୟମରେ ସେମାନଙ୍କ ପ୍ରିୟଜନଙ୍କ ଭବିଷ୍ୟତକୁ ସୁରକ୍ଷିତ ରଖିବା ଦିଗରେ ଆମ ପ୍ରୟାସ କ୍ରିକେଟ୍ ପ୍ରେମୀମାନେ ଗ୍ରହଣ କରିଥିବା ପଦକ୍ଷେପରେ ପରିଣତ ହେବ ।”

Share

Leave a Reply

Your email address will not be published. Required fields are marked *

two × 3 =