ମହିନ୍ଦ୍ରା ବୋଲେରୋ ନିଓ ପ୍ଲସ୍ ଲଞ୍ଚ କରିଛି, ଯାହାର ମୂଲ୍ୟ ୧୧.୩୯ ଲକ୍ଷରୁ ଆରମ୍ଭ ହେଉଛି

  • ୯ ସିଟ୍ ବିଶିଷ୍ଟ ଯାତ୍ରୀବାହୀ ଯାନ ବିଭାଗରେ ଏହା ନିଜକୁ ସ୍ଥାନୀତ କରୁଛି
  • ଏଣ୍ଟ୍ରି-ଲେଭଲ୍ ପି୪ ଏବଂ ପ୍ରିମିୟମ୍ ଭାରିଆଣ୍ଟ ପି୧୦ ଦୁଇଟି ପ୍ରକାରରେ ଉପଲବ୍ଧ
  • ୨.୨ ଲିଟର ଏମ-ହକ ଡିଜେଲ ଇଞ୍ଜିନ୍ ସହିତ ପ୍ରିମିୟମ୍ ଇଟାଲୀୟ ଆଭ୍ୟନ୍ତରୀଣ, ବ୍ଲୁଟୁଥ୍‌, ୟୁଏସବି ଏବଂ ଆକ୍ସ କନେକ୍ଟିଭିଟି

ଭୁବନେଶ୍ୱର: ଭାରତର ଅଗ୍ରଣୀ ଏସୟୁଭି ନିର୍ମାତା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡ୍ ଦୁଇଟି ପ୍ରକାରରେ ବୋଲେରୋ ନେଓ-ପ୍ଲସ୍ ୯ ସିଟର ଉନ୍ମୋଚନ କରିଛି ଯାହା ପି୪ ଏବଂ ପ୍ରିମିୟମ୍ ପି୧୦ରେ ଉପଲବ୍ଧ । ଏହା ଏକ ଷ୍ଟାଇଲିସ୍‌, ପ୍ରଶସ୍ତ ଏବଂ ମଜବୁତ ଏସୟୁଭି ଚାହୁଁଥିବା ଗ୍ରାହକଙ୍କୁ ସୁହାଇଲା ଭଳି ପ୍ରସ୍ତୁତ କରାଯାଇଛି । ଯାହା ଡ୍ରାଇଭର ସମେତ ୯ ଜଣ ଯାତ୍ରୀଙ୍କୁ ଆରାମଦାୟକ ଯାତ୍ରା କରିବା ପାଇଁ ଉଦ୍ଧିଷ୍ଟ ।

ବୋଲେରୋ ନିଓ-ପ୍ଲସ ୯-ସିଟ୍ ବିଶିଷ୍ଟ ନିର୍ଭରଯୋଗ୍ୟ, ଶକ୍ତିଶାଳୀ ଏବଂ ଯେକୌଣସି ଯାତ୍ରା ପାଇଁ ନିର୍ମିତ, ଷ୍ଟାଇଲିସ୍ ବୋଲ୍ଡ ଡିଜାଇନ୍‌, ପ୍ରିମିୟମ୍ ଆଭ୍ୟନ୍ତରୀଣ ଏବଂ ନିଓର ଟେକ୍ନୋଲୋଜି ସହିତ ଉପଲବ୍ଧ ହେଉଛି । ଯୈଥ ପରିବାର, ଟୁର ଏବଂ ଟ୍ରାଭେଲ ଅପରେଟର ଏବଂ କମ୍ପାନୀମାନଙ୍କୁ ଯାନବାହନ ଲିଜ୍ ଦେଉଥିବା କଣ୍ଟ୍ରାକ୍ଟରମାନଙ୍କୁ ଏକ ଅନନ୍ୟ ସୁଯୋଗ ପ୍ରଦାନ କରୁଛି ।

ମହିନ୍ଦ୍ରା ଏବଂ ମହିନ୍ଦ୍ରା ଲି. – ସିଇଓ – ଅଟୋମୋବାଇଲ୍ ସେକ୍ଟର ନଲିନିକାନ୍ତ ଗୋଲଗୁଣ୍ଟା କହିଛନ୍ତି, “ଆମେ ସ୍ଥିରତା, ଉନ୍ନତ ବୈଶିଷ୍ଟ୍ୟ ଏବଂ ଆରାମଦାୟକ ଯାତ୍ରାର ଅନୁଭୁତି ପ୍ରଦାନ ପାଇଁ ପ୍ରତିଜ୍ଞାବଦ୍ଧ, ଯାହା ପ୍ରତ୍ୟେକ ପରିବାର ଏବଂ ଯାନ ମାଲିକଙ୍କ ପାଇଁ ଡ୍ରାଇଭିଂ ଅଭିଜ୍ଞତାକୁ ସମୃଦ୍ଧ କରିଥାଏ ।”

ବୋଲେରୋ ନିଓ – ପ୍ଲସ୍ ଦୃତ ୨.୨ ଲିଟର ଏମ-ହକ ଡିଜେଲ ଇଞ୍ଜିନ୍ ଦ୍ୱାରା ଚାଳିତ, ଉତ୍କୃଷ୍ଟ ଇନ୍ଧନ ଦକ୍ଷତା ଏବଂ କାର୍ଯ୍ୟଦକ୍ଷତା ପାଇଁ ମାଇକ୍ରୋ-ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ସଜ୍ଜିତ । ଏହାର ବଡି-ଅନ୍‌-ଫ୍ରେମ୍ ନିର୍ମାଣ ଏବଂ ଉଚ୍ଚ-ଶକ୍ତିଶାଳୀ ଷ୍ଟିଲ୍ ବଡି ସେଲ୍ ଚରମ ସ୍ଥାୟୀତ୍ୱ ଏବଂ ନିରାପତ୍ତା ପାଇଁ ଡିଜାଇନ୍ କରାଯାଇଛି । ଏସୟୁଭି ଉନ୍ନତ ସୁରକ୍ଷା ବୈଶିଷ୍ଟ୍ୟ ସହ ଇବିଡି ସହିତ ଇବିଏସ୍‌, ଡୁଆଲ୍ ଏୟାରବ୍ୟାଗ, ଆଇଏସଓ ଫିକ୍ସ ଚାଇଲ୍ଡ ସିଟ୍‌, ଇଞ୍ଜିନ୍ ଇମୋ-ମୋବାଇଲାଇଜର ଏବଂ ସ୍ୱୟଂଚାଳିତ ଡୋର ଲକ ସହିତ ସମସ୍ତ ଯାତ୍ରୀଙ୍କ ପାଇଁ ଏକ ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରେ ।

ବୋଲେରୋ ନିଓ- ପ୍ଲସ ସିଗ୍ନେଚର ବୋଲେରୋ ଉପାଦାନଗୁଡିକ ମଧ୍ୟରେ ଏକ୍ସ ଆକୃତିର ବମ୍ପର, କ୍ରୋମ୍ ଇନ୍ସର୍ଟରେ ସୁସଜ୍ଜିତ, ଆଗ ଗ୍ରୀଲ୍ ଏବଂ ଏକ୍ସ ଆକୃତିର ସ୍ପେୟାର୍ ଟାୟର କଭର, ଯାହା ସାଇଡ ବଡି କ୍ଲାଡିଂ ରହିଛି ।

ବିଭିନ୍ନ ପସନ୍ଦକୁ ଦୃଷ୍ଟିରେ ରଖି ବୋଲେରୋ ନିଓ ପ୍ଲସ ଦୁଇଟି ନୂତନ ପ୍ରକାର, ପି୪ ଏବଂ ପି୧୦ ରେ ପ୍ରସ୍ତୁତ କରାଯାଇଛି । ପି୪ ଏଣ୍ଟ୍ରି-ଲେଭଲ୍ ବିକଳ୍ପ ଭାବରେ ରହିଥିବା ବେଳେ ପି୧୦ ଏକ ଅଧିକ ପ୍ରିମିୟମ୍ ଟ୍ରିମ୍ ଭାବରେ ରହିଛି । ଉଭୟ ଯାତ୍ରୀ ଏବଂ ଲଗେଜ୍ ପାଇଁ ପର୍ଯ୍ୟାପ୍ତ ସ୍ଥାନକୁ ଏଥିରେ ପ୍ରାଧାନ୍ୟ ଦିଆଯାଇଛି, ଡ୍ରାଇଭର ସମେତ ନଅ ଜଣ ଯାତ୍ରୀଙ୍କୁ ଅସୁବିଧାମୁକ୍ତ ପ୍ରବେଶ ଏବଂ ତୃତୀୟ ଧାଡି ଯାତ୍ରୀଙ୍କ ପାଇଁ ପଛ ପଟରୁ ବାହାରିବା ପାଇଁ ସୁବିଧା ପ୍ରଦାନ କରାଯାଇଛି ।

ପ୍ରତିଯୋଗିତାମୂଳକ ମୂଲ୍ୟ ୧୧.୩୯ ଲକ୍ଷ (ଏକ୍ସ-ଶୋ’ରୁମ୍‌) ରୁ ଆରମ୍ଭ ହୋଇ ଏହା ବ୍ୟକ୍ତିଗତ ତଥା ବ୍ୟବସାୟିକ ଆବଶ୍ୟକତାକୁ ପୂରଣ କରିଥାଏ, ସାରା ଦେଶରେ ସୁଲଭ, ନିର୍ଭରଯୋଗ୍ୟ ଅନୁଭବ ପ୍ରଦାନ କରିବାକୁ ମହିନ୍ଦ୍ରା ଗୁରୁତ୍ୱ ଦେଇଥାଏ ।

Share

Leave a Reply

Your email address will not be published. Required fields are marked *

five × 1 =